Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଧ୍ୟପ୍ରଦେଶର ଗ୍ୱାଲିୟରଠାରେ ଦିବ୍ୟାଙ୍ଗଙ୍କ ପାଇଁ ଏକ କ୍ରୀଡ଼ା କେନ୍ଦ୍ର ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଦିବ୍ୟାଙ୍ଗଙ୍କ ପାଇଁ ଏକ କ୍ରୀଡ଼ା କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହା ସୋସାଇଟିଜ ରେଜିଷ୍ଟ୍ରେସନ ଆଇନ, 1860 ଅନୁଯାୟୀ ପଞ୍ଜିକୃତ ହେବ । ଏହା ଦିବ୍ୟାଙ୍ଗଙ୍କ ପାଇଁ କ୍ରୀଡ଼ା କେନ୍ଦ୍ର ନାମରେ ପରିଚାଳିତ ହେବ । ପାଂଚ ବର୍ଷର ଅବଧି ନିମନ୍ତେ ଏହି କ୍ରୀଡ଼ା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ 170.99 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପ୍ରଭାବ :

ଏହି କେନ୍ଦ୍ର ଦ୍ୱାରା ସୃଷ୍ଟି କରାଯାଇଥିବା ଉନ୍ନତ କ୍ରୀଡ଼ା ଭିତିଭୂମି ଦ୍ୱାରା ଦିବ୍ୟାଙ୍ଗ ଜନମାନେ କ୍ରୀଡ଼ା କାର୍ଯ୍ୟକଳାପରେ ପ୍ରଭାବୀ ଢଙ୍ଗରେ ଅଂଶଗ୍ରହଣ କରିବା ସୁନିଶ୍ଚିତ ହୋଇପାରିବ । ଏଥିସହିତ ଏହା ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ସକ୍ଷମ କରିବ । ଏହି କେନ୍ଦ୍ର ଦିବ୍ୟାଙ୍ଗଜନଙ୍କ ମଧ୍ୟରେ ସମାଜରେ ସମାବେଶିତ ହେବାର ଏକ ଭାବନା ଜାଗ୍ରତ କରିବାରେ ସହାୟକ ହେବ ।

ବିବରଣୀ :

ଏହି କେନ୍ଦ୍ରର ଆରକ୍ଷଣ ଏବଂ ପରିଚାଳନା ନିମନ୍ତେ ଏକ ପରିଚାଳନା ପରିଷଦ ରହିବ । ଏହାର ସଦସ୍ୟଙ୍କ ସଂଖ୍ୟା 12ରୁ ଅଧିକ ହେବ ନାହିଁ । ଏଥିରେ କିଛି ପଦାଧିକାରୀ କ୍ଷମତାସମ୍ପନ୍ନ ସଦସ୍ୟଙ୍କ ସମେତ ଜାତୀୟସ୍ତରର କ୍ରୀଡ଼ା ସଂଗଠନ ଏବଂ ପାରାଗେମ୍ସ ବିଶେଷଜ୍ଞମାନେ ସଦସ୍ୟ ରହିବେ ।