Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଧ୍ୟମ ଆୟବର୍ଗ ପାଇଁ ନୂତନ ସିଏଲଏସଏସ ଶୁଭାରମ୍ଭ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଧ୍ୟମ ଆୟବର୍ଗଙ୍କ ପାଇଁ ନୂତନ ସିଏଲଏସଏସ କାର୍ଯ୍ୟକ୍ରମ ଅନୁମୋଦନ କରିଛନ୍ତି ।

1) 15 ରୁ 20 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ) ଅନୁଯାୟୀ ଋଣ ସଂଯୁକ୍ତ ସବସିଡ ଯୋଜନା (ସିଏଲଏସଏସ)ର କାର୍ଯ୍ୟକାଳ ବୃଦ୍ଧି(ଏହାର ନାମ ପରିବର୍ତନ କରାଯାଇ ଇଡବ୍ଲୁ୍ଏସ/ ଏଲଆଇଜି ପାଇଁ ସିଏଲଏସଏସ ରଖାଯିବ) । ଏହାର ନାମ ପରିବର୍ତ୍ତନ କରାଯାଇ ସମାଜର ଦୁର୍ବଳ ବର୍ଗ ଏବଂ ସ୍ୱଳ୍ପ ଆୟ ବର୍ଗର ବ୍ୟକ୍ତିଙ୍କ ପାଇଁ ସିଏଲଏସଏସ ରଖାଯିବ ।

2) ମଧ୍ୟମ ଆୟ ବର୍ଗ(ଏମଆଇଜି)ଙ୍କୁ ଲକ୍ଷ୍ୟରେ ରଖି ଏମଆଇଜିଙ୍କ ପାଇଁ ନୂତନ ଋଣ ସଂଯୁକ୍ତ ସବସିଡ଼ ଯୋଜନାର ଆରମ୍ଭ ।

3) ପିଏମୱାଇ (ସହରାଂଚଳ) (ଏବେ ଇଡବ୍ଲୁ୍ଏସ/ଏଲଆଇଜିଙ୍କ ପାଇଁ ସିଏଲଏସଏସ) ଅଧୀନରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରାଥମିକ ଋଣ ପ୍ରଦାନକାରି ଅନୁଷ୍ଠାନ (ପିଏଲଆଇ)ଗୁଡ଼ିକୁ ଆବଶ୍ୟକୀୟ ପରିବର୍ତ୍ତନ ସହିତ ସେମାନଙ୍କ ବୁଝାମଣା ପତ୍ରର କ୍ଷମତାକୁ ବୃଦ୍ଧି କରି ଏମଆଇଜି ବର୍ଗକୁ ସିଏଲଏସଏସ ପ୍ରଦାନ କରିବାର ବିକଳ୍ପ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

4) ଏହି ଯୋଜନାଗୁଡ଼ିକ ଅନ୍ତର୍ଗତ ଋଣ ମଞ୍ଜୁର ପାଇଁ ପିଏଲଆଇଗୁଡ଼ିକୁ ପ୍ରକ୍ରିୟାକରଣ ପାଇଁ ପ୍ରାପ୍ୟ ପ୍ରଦାନର ଯୁକ୍ତିଯୁକ୍ତ କରଣ ଏବଂ ଆରମ୍ଭ ।

5) ଏମଆଇଜି ବର୍ଗଙ୍କ ପାଇଁ ପ୍ରସ୍ତାବିତ ସିଏଲଏସଏସର ବିଇ ସ୍ତର ପାଇଁ 2017-18 ବଜେଟରେ ପ୍ରାରମ୍ଭିକ ଭାବେ 1000 କୋଟି ଟଙ୍କାର ବ୍ୟବସ୍ଥା ।

6) ଦାୟିତ୍ୱରେ ଥିବା ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଏମଆଇଜି ବର୍ଗଙ୍କ ପାଇଁ ସିଏଲଏସଏସର ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ।
ଉଦ୍ଦେଶ୍ୟ-

କ. ସମସ୍ତଙ୍କ ପାଇଁ ଗୃହ ଲକ୍ଷ୍ୟ ହାସଲ କରିବା ଲାଗି ପ୍ରଚଳିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଇଡବ୍ଲୁଏସ ଏବଂ ଏଲଆଇଜି ବର୍ଗକୁ ସାମିଲ କରିବାରେ ବୃଦ୍ଧି ।

ଖ. ମଧ୍ୟମ ଆୟ ବର୍ଗ (ଏମଆଇଜି)ଙ୍କୁ ଏହି ଯୋଜନାରେ ସାମିଲ କରିବା ।

ଗ. ପ୍ରାଥମିକ ଋଣ ପ୍ରଦାନକାରୀ ଅନୁଷ୍ଠାନ(ପିଏଲଆଇ)ଗୁଡ଼ିକ ପାଇଁ ବ୍ୟବସ୍ଥାର ସରଳୀକରଣ
ଗ. ଗୃହ ନିର୍ମାଣ ଏବଂ ସହରାଂଚଳ ବିକାଶ କ୍ଷେତ୍ରରେ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ପିଏଲଆଇଗୁଡ଼ିକୁ ସହାୟତା ପ୍ରଦାନ ।

ଘ. ବଜେଟ ବ୍ୟବସ୍ଥାରେ ଆବଶ୍ୟକୀୟ ଅନୁଦାନର ବ୍ୟବସ୍ଥା ।

ଙ. କାର୍ଯ୍ୟକ୍ରମଗୁଡ଼ିକର ପରିଚାଳନା ପାଇଁ ସ୍ୱଷ୍ଟ ବ୍ୟବସ୍ଥା ନିର୍ଦ୍ଧାରଣ ।

ବିଭିନ୍ନ ଯୋଜନା ମାଧ୍ୟମରେ 2012 ସୁଦ୍ଧା ସମସ୍ତଙ୍କ ପାଇଁ ଘର ନିର୍ମାଣରେ ଇଡବ୍ଲୁଏସ, ଏଲଆଇଜି ଏବଂ ଏମଆଇଜି ବର୍ଗଙ୍କ ବହୁଳ ଅଂଶଗ୍ରହଣ ନିଶ୍ଚିତ ହୋଇପାରିବ ଏବଂ ଏହାଫଳରେ ସମାନତା ଓ ପ୍ରଗତି ମଧ୍ୟ ନିଶ୍ଚିତ ହେବ ।

ସୁବ୍ୟବସ୍ଥିତ ପ୍ରକ୍ରିୟା ମାଧ୍ୟମରେ ଆବଶ୍ୟକୀୟ ଯୋଗ୍ୟତା ନେଇ ପିଏଲଆଇଗୁଡ଼ିକ ସନ୍ତୋଷ ପ୍ରକାଶ କରିବା ପରେ ହିତାଧିକାରୀମାନଙ୍କ ଗୃହ ଋଣ ଏକାଉଂଟକୁ ସୁଧ ସବସିଡ ସ୍ଥାନାନ୍ତରିତ କରାଯିବ ।

ଏମଆଇଜି ବର୍ଗଙ୍କ ପାଇଁ ପ୍ରସ୍ତାବିତ ସୁଧ ସବସିଡ ଯୋଜନା ଏହି ବର୍ଗର ଗୃହ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଅଭିନବ ଯୋଜନା ।