ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।
ଆମ ଜୀବନରେ ଏହିପରି କିଛି ତାରିଖ ଥାଏ ଯାହାକୁ ମନେରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନ ଥାଏ । ଆଜି, ଜୁଲାଇ ୨୬ ସେହିଭଳି ଗୋଟିଏ ତାରିଖ । ଆଜି ହେଉଛି ‘କାରଗିଲ ବିଜୟ ଦିବସ’ । ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ । ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ । କାରଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା । ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ । ଆଜି କାରଗିଲ୍ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।
ବନ୍ଧୁଗଣ, ଆଜିର ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ, ତାହାନୁହେଁ ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ । ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ‘ଶୌର୍ଯ୍ୟ ବିଜୟ ଯାତ୍ରା’ ଆରମ୍ଭ କରାଯାଇଛି । ୧୪ ଜୁଲାଇରୁ ଦିଲ୍ଲୀର ‘ଜାତୀୟ ଯୁଦ୍ଧ ସ୍ମାରକୀ’ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସ୍ର କାରଗିଲ ୱାର ମେମୋରିଆଲ ପର୍ଯ୍ୟନ୍ତ ଯିବ । ଏହାର ବାର୍ତ୍ତା ହେଉଛି – “ଗୋଟିଏ ରାଇଡ୍, ଗୋଟିଏ ଜାତି, ଗୋଟିଏ ସାଲ୍ୟୁଟ୍” । ଏହି ଯାତ୍ରା ଆମକୁ ମନେପକାଇଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେହେଲେ ପାଶୋରି ଦେଇହେବ ନାହିଁ ।
ବନ୍ଧୁଗଣ, ଆଜି ଭାରତ ନିଜ ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତର ଭାବେ ସୁଦୃଢ଼ କରିଚାଲିଛି । କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା । ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି । ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି । ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ । ଚଳିତ ମାସ ଡିଆରଡିଓ, ସବୁଠାରୁ ଦୂରଗାମୀ ଗାଇଡେଡ୍ ରକେଟର ମଧ୍ୟ ସଫଳ ପରୀକ୍ଷଣ କରିଛି । ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ମିଳିତ ପରିଶ୍ରମ ରହିଛି । ମାତ୍ର ଦୁଇ-ତିନି ଦିନ ପୂର୍ବେ ଡିଆରଡିଓ କୁଶା ମିଜାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି ।
ବନ୍ଧୁଗଣ,
ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ – ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ିଚାଲିଛି । ଚଳିତ ମାସ ଆରମ୍ଭରେ, ମୁଁ, ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଅସ୍ତ୍ର ମିଜାଇଲ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା । ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ିଚାଲିଛି । ଆସନ୍ତୁ, ଏହି ‘କାରଗିଲ ବିଜୟ ଦିବସ’ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ।
ମୋର ପ୍ରିୟ ଦେଶବାସୀଗଣ,
‘ମନ୍ କି ବାତ୍’ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହ ‘କ୍ୟାଚ୍ ଦି ରେନ୍’ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। ବର୍ଷାଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ନିବେଦନ କରିଥିଲି। ‘କ୍ୟାଚ୍ ଦି ରେନ୍’ର ବାର୍ତ୍ତା ଅତି ସରଳ – ଯେଉଁଠାରେ ଏବଂ ଯେତେବେଳେ ବି ବର୍ଷା ହେଉ, ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ସେଥିପାଇଁ ଜୁଲାଇ ୪ ତାରିଖରୁ ସାରା ଦେଶରେ ଏକ ବିଶେଷ ଅଭିଯାନ ଜାରି ରହିଛି। ଏହା ଅନ୍ତର୍ଗତ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରାତନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କିମ୍ବା ସାମାଜିକ ସଙ୍ଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି । କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି । ବନ୍ଦ ପଡ଼ିରହିଥିବା ବୋରୱେଲ୍ ଏବେ ଭୂତଳ ଜଳ ପୁନଃଚାର୍ଜର ମାଧ୍ୟମ ସାଜିଛନ୍ତି ।
ବନ୍ଧୁଗଣ,
ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପ୍ରାୟ ଦେଢ଼ହଜାର ପୁଷ୍କରିଣୀ ଖନନ କରାଯାଇଛି । ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି । ମହାରାଷ୍ଟ୍ରର ନାସିକରେ ବହୁ ମାତ୍ରାରେ ଜଳସଂରକ୍ଷଣର କ୍ଷମତା ବିକଶିତ ହୋଇଛି । ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ିହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣିଥରେ ବ୍ୟବହାରଯୋଗ୍ୟ କରାଯାଉଛି । ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାଁନ୍ତି । ଛତିଶଗଡ଼ର କୋରବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି । ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା – ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା । ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା, ଆଗାମୀ ପିଢ଼ୀର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି ।
ମୋର ପ୍ରିୟ ଦେଶବାସୀଗଣ,
ମାତ୍ର କିଛିଦିନ ପୂର୍ବେ ଗ୍ଲାସଗୋଠାରେ ରାଜ୍ୟଗୋଷ୍ଠୀ ଖେଳ ଆରମ୍ଭ ହୋଇଛି । ପ୍ରତ୍ୟେକ ଦେଶବାସୀ ଭାରତୀୟ ଦଳକୁ ନିରନ୍ତର ନିଜର ଶୁଭେଚ୍ଛା ଦେଉଛନ୍ତି । ସମସ୍ତ ଖେଳାଳି ଏବଂ ଆଥଲେଟ୍ ସୁନ୍ଦର ପ୍ରଦର୍ଶନ କରନ୍ତୁ ଏବଂ ଲୋକଙ୍କ ହୃଦୟ ଜୟ କରନ୍ତୁ, ଏହାହିଁ ସେମାନଙ୍କ କାମନା । ବନ୍ଧୁଗଣ, ବିଗତ ଦିନରେ ଆମ ଯୁବବର୍ଗ କ୍ରୀଡ଼ା କ୍ଷେତ୍ରରେ ଅନେକ ଚମତ୍କାର ଉପଲବଧି ହାସଲ କରିଛନ୍ତି । ପି.ଭି. ସିନ୍ଧୁ ଜାପାନ ଓପନ୍ ଟାଇଟେଲ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି । ତାଙ୍କର ଏହି ଉପଲବଧିକୁ ନେଇ ସାରା ଦେଶ ଗର୍ବ କରୁଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟ ଲଣ୍ଡନରେ ଲର୍ଡସ ଷ୍ଟାଡିୟମରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି । ଏହା ଏକ ଐତିହାସିକ ବିଜୟ । ଆମ ଦଳ ୨୭୦ ରନର ଗୋଟିଏ ବଡ଼ ବ୍ୟବଧାନରେ ଏହି ମ୍ୟାଚ୍ ଜିତିଛି । କିନ୍ତୁ କଥା କେବଳ ଏତିକି ନୁହେଁ । ଲର୍ଡସର ସୁଦୀର୍ଘ ଇତିହାସରେ ଏହା ଥିଲା ମହିଳା ଦଳମାନଙ୍କର ପ୍ରଥମ ଟେଷ୍ଟମ୍ୟାଚ୍ । ୧୯୮୩ରେ ଏହି ମଇଦାନରେ ଭାରତ ନିଜର ପ୍ରଥମ କ୍ରିକେଟ୍ ବିଶ୍ୱକପ ଜିତିଥିଲା । ଏବେ ଆମର ନାରୀଶକ୍ତି ଏହିଠାରେ ହିଁ ଦେଶର ନାଁ ରଖିଛନ୍ତି ।
ବନ୍ଧୁଗଣ,
କିଛି ପ୍ରଚେଷ୍ଟା ଛୋଟ ହୋଇଥିଲେ ସୁଦ୍ଧା ବହୁତ ଗୁରୁତ୍ୱ ବହନ କରେ । ମୁଁ କେରଳମ୍’ରେ ଏର୍ଣ୍ଣାକୁଲମର ସାଉଥ୍ ଚିତ୍ତୁରରେ କ୍ରୀଡ଼ା କ୍ଷେତ୍ରରେ ଏହିଭଳି ଗୋଟିଏ ପ୍ରଚେଷ୍ଟା ବିଷୟରେ ଜାଣିବାକୁ ପାଇଛି । ସେଠାକାର ଗୋଟିଏ ସ୍କୁଲରେ ସଂସ୍କୃତ କ୍ଲବ ରହିଛି । ଏଠାକାର ଶିକ୍ଷକ ଅଭିଳାଷ ଜୀ ଅତି ନିଆରା ଢଙ୍ଗରେ ସଂସ୍କୃତକୁ ଲୋକପ୍ରିୟ କରାଉଛନ୍ତି । ଏହି ଅଭିଯାନକୁ ‘ଅକ୍ଷରକନ୍ଦୁକ’ ଭାବେ ନାମିତ କରାଯାଇଛି । ଏଥିରେ ସଂସ୍କୃତର ଅକ୍ଷରଗୁଡ଼ିକୁ ଫୁଟବଲରେ ବ୍ୟବହାର ହେଉଥିବା ଶବ୍ଦ ସହିତ ଯୋଡ଼ି ସହଜ ଢଙ୍ଗରେ ବୁଝାଇ ଦିଆଯାଇଥାଏ । ଯାହାଦ୍ୱାରା ଏହାକୁ ଶିଖିବାରେ ତ ଖୁସି ଲାଗେ, ତା’ସଙ୍ଗେ ସଙ୍ଗେ କ୍ରୀଡ଼ା ସହ ଲୋକଙ୍କ ସମ୍ପର୍କ ମଧ୍ୟ ଆହୁରି ସୁଦୃଢ଼ ହୋଇଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଗତ ରବିବାର ଦିନ ବିକ୍ରମ-୧’ର ସଫଳ ଉତକ୍ଷେପଣ ଯୋଗୁଁ ପ୍ରତ୍ୟେକ ଦେଶବାସୀ ଗୌରବ ଅନୁଭବ କରିଥିଲେ । ଆମେ ସମସ୍ତ ଭାରତୀୟ ମହାକାଶ କ୍ଷେତ୍ରର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲୁ । ଏହା ଘରୋଇ କ୍ଷେତ୍ର ଦ୍ୱାରା ବିକଶିତ ଭାରତର ପ୍ରଥମ ରକେଟ୍ । ଆମର ଯୁବ ନବସୃଜକମାନେ ତାହା କରି ଦେଖାଇଛନ୍ତି ଯାହା କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା । ସେମାନେ ଅଦ୍ଭୁତ କୌଶଳ, ଆଗ୍ରହ ଏବଂ ଧୈର୍ଯ୍ୟ ପ୍ରଦର୍ଶିତ କରିଛନ୍ତି । ଦୀର୍ଘ ସମୟ ଧରି ଆମର ମହାକାଶ କ୍ଷେତ୍ର ଘରୋଇ କ୍ଷେତ୍ର ପାଇଁ ବନ୍ଦ ଥିଲା । ଏହି କ୍ଷେତ୍ରରେ ଆଗ୍ରହୀ ଥିବା ଅନେକ ଯୁବକ ଯୁବତୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳୁନଥିଲା । ଯୁବବର୍ଗଙ୍କ ହିତକୁ ଦୃଷ୍ଟିରେ ରଖି ଆମେ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଲୁ । ଆଜି ଏହାର ପରିଣାମ ବିଶ୍ୱ ଦେଖୁଛି ।
ବନ୍ଧୁଗଣ,
ଆମର ଯୁବସାଥିମାନେ ବିଜ୍ଞାନରେ ମଧ୍ୟ ଭାରତର ଟେକ ରଖୁଛନ୍ତି । ବିଜ୍ଞାନ ଅଲମ୍ପିଆଡ୍ ପୃଥିବୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପ୍ରତିଦ୍ୱନ୍ଦିତାମାନଙ୍କ ମଧ୍ୟରେ ଗୋଟିଏ । ଏଥିରେ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନିଅନ୍ତି । ଏହି ମାସରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ ଏବଂ ଗଣିତର ଅଲମ୍ପିଆଡ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ ଦଳ ଖୁବ୍ ସମ୍ମାନଜନକ ପ୍ରଦର୍ଶନ କଲା । ପଦାର୍ଥ ବିଜ୍ଞାନ ଅଲିମ୍ପିଆଡ୍ରେ ଭାଗ ନେଇଥିବା ଆମର ସମସ୍ତ ୫ ଜଣ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଲେ ଏବଂ ଭାରତ ପ୍ରଥମ ରାଙ୍କ ପ୍ରାପ୍ତର ହେଲା । ଗତ ଏକ ଦଶନ୍ଧି ଭିତରେ ହୋଇଥିବା ପ୍ରତ୍ୟେକ ପଦାର୍ଥ ବିଜ୍ଞାନ ଅଲିମ୍ପିଆଡ୍ରେ ଆମ ଦେଶର ଛାତ୍ରଛାତ୍ରୀମାନେ ସ୍ୱର୍ଣ୍ଣ କିମ୍ବା ରୌପ୍ୟପଦକ ନିଶ୍ଚିତ ଜିତିଛନ୍ତି । ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଏହା ହେଉଛି ଅଦ୍ୟାବଧି ଆମର ସର୍ବୋତ୍ତମ ପ୍ରଦର୍ଶନ । ଜୀବବିଜ୍ଞାନ ଅଲିମ୍ପିଆଡ୍ରେ ମଧ୍ୟ ଆମର ସମସ୍ତ ପ୍ରତିଯୋଗୀ ପଦକ ଜିତିଛନ୍ତି; ଏଗୁଡ଼ିକ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣପଦକ ମଧ୍ୟ ରହିଛି । ସେହିଭଳି ଗଣିତ ଅଲିମ୍ପିଆଡ୍ରେ ଆମର ଛାତ୍ରଛାତ୍ରୀମାନେ ଦୁଇଟି ସ୍ୱର୍ଣ୍ଣ ଏବଂ ଚାରିଟି ରୌପ୍ୟପଦକ ଲାଭ କରିଛନ୍ତି । ଦେଶର ଯୁବପିଢ଼ୀ ପାଇଁ ମୁଁ ଗର୍ବିତ । ଭାରତରେ ଅଲିମ୍ପିଆଡ୍ ଏବଂ ହାକାଥନ୍ର ସଂସ୍କୃତି ନିରନ୍ତର ବଢ଼ିଚାଲିଛି । ମୋର ବିଶ୍ୱାସ, ଦେଶର ଅଧିକରୁ ଅଧିକ ଯୁବକ ଏଇସବୁ ଫୋରମରେ ଋଚି ଦେଖାଇବେ ଏବଂ ଭାରତର ପତାକା ଉଡ଼ାଇବେ ।
ମୋର ପ୍ରିୟ ଦେଶବାସୀଗଣ,
ଯଦି କୌଶଳ ଅଛି, ଆଉ କିଛି କରିବାର ସାହସ ମଧ୍ୟ ଅଛି, ତେବେ ସବୁ ରାସ୍ତା ସହଜ ହୋଇଯିବ । କାଶ୍ମୀରର ପାରମ୍ପରିକ ଚଟେଇ “ବଗୂ” ପାଇଁ ଆଜି ଯେଉଁ ପ୍ରୟାସ ହେଉଛି ସେଥିରେ କୌଶଳ ଓ ସାହସର ଝଲକ ଦେଖିବାକୁ ମିଳୁଛି । ଏହାକୁ ପାଣିରେ ହେଉଥିବା ସରୁ ସରୁ କାଠି – ସରକଣ୍ଡେ ଏବଂ ପାଳରୁ ତିଆରି କରାଯାଏ । ଏହି ଚଟେଇ ବୁଣିବାର ପରମ୍ପରା ବର୍ଷ ବର୍ଷ ପୁରୁଣା । ଏଥିପାଇଁ ପ୍ରଥମେ କାଶ୍ମୀରର କାଦୁଆ ଅଞ୍ଚଳରୁ ଘାସ ଏବଂ ସରକଣ୍ଡେ କାଟି ଅଣାଯାଏ । ତାକୁ ଖରାରେ ଶୁଖାଇବା ପରେ ବଛାଯାଏ ଏବଂ ହାତ ଦ୍ୱାରା ବୁଣିବା କାମ କରାଯାଏ । ଦୁଇଜଣ କାରିଗରଙ୍କୁ ଗୋଟିଏ ଚଟେଇ ବୁଣିବା ପାଇଁ ପାଖାପାଖି ଚାରିଦିନ ଲାଗେ । ଏହି ଚଟେଇ ସୁନ୍ଦର ହେବା ସଙ୍ଗେସଙ୍ଗେ ପରିବେଶ-ଅନୁକୂଳ ମଧ୍ୟ ହୋଇଥାଏ । ଏହାର ଗୋଟିଏ ବଡ଼ ଗୁଣ ହେଲା ଏହା ଗ୍ରୀଷ୍ମକାଳରେ ଥଣ୍ଡା ଲାଗିବ ଏବଂ ଶୀତ ସମୟରେ ଉଷୁମ ଲାଗିବ । ପୂର୍ବରୁ ଏହା କାଶ୍ମୀରର ପ୍ରତ୍ୟେକ ଘରେ ଦେଖାଯାଉଥିଲା, କିନ୍ତୁ ଗତ କେତେବର୍ଷ ହେଲା ଏହାର ଉପଯୋଗ କମ୍ ହେବାରେ ଲାଗିଥିଲା । ଏହି ସମୟରେ ଶ୍ରୀନଗରର ଗୁଲାମ୍ ହୁସେନ୍ ଜୀ ଏବଂ ତାଙ୍କ ଝିଅ ତଞ୍ଜିଲା ଜୀ ଗୋଟିଏ ସଂକଳ୍ପ ନେଲେ – ଦୁହେଁ “ବଗୂ” ଶିଳ୍ପ ପରମ୍ପରାକୁ ଗୋଟିଏ ନୂତନ ଜୀବନ ଦେବାରେ ଲାଗିପଡ଼ିଲେ । ଗୁଲାମ ହୁସେନ୍ ଜୀ ଅତି ସାଧାରଣ ପରିବାରର ଲୋକ । ତାଙ୍କୁ ଏହି କାମ କରିବାରେ ନାନା ପ୍ରକାର ଆହ୍ୱାନ ମଧ୍ୟ ଆସିଲା । କିନ୍ତୁ “ବଗୂ”ର ସଂରକ୍ଷଣ ପାଇଁ ତାଙ୍କର ସଂକଳ୍ପ ଅଟଳ ଥିଲା । ଦେଖୁ ଦେଖୁ ତାଙ୍କର ଏହି ପ୍ରଚେଷ୍ଟାରେ ବହୁତ ଲୋକ ଯୋଗଦେଲେ । ଗୁଲାମ ହୁସେନ୍ ଜୀ ଏହି କୌଶଳକୁ ଖୁବ୍ ବଢ଼େଇଲେ । ତାଙ୍କର ଏହି କାର୍ଯ୍ୟରେ ଆଞ୍ଚଳିକ ସ୍ତରରେ ତାଙ୍କୁ ସରକାରୀ ସାହାଯ୍ୟ ମଧ୍ୟ ମିଳିଲା । ଆଜି ଦ୍ରୁତବେଗରେ ଲୋକପ୍ରିୟ ହେଉଥିବା “ବଗୂ” ଦେଶର ବିଭିନ୍ନ ଅଞ୍ଚଳରେ ମଧ୍ୟ ପହଞ୍ଚିଲାଣି । ଏହି ପ୍ରୟାସରେ ସାଥୀ ହୋଇଥିବା ଲୋକଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ । ଆଜିକାଲି ଆମେ ସମସ୍ତେ ସ୍ଥାନୀୟ ଉତ୍ପାଦ ଉପରେ ଗୁରୁତ୍ୱ ଦେଉଛୁ । ‘ଭୋକାଲ୍ ଫର୍ ଲୋକଲ’ର ମନ୍ତ୍ର ନେଇ ଆମେମାନେ ଆଗେଇଚାଲିଛୁ । ଏହି ପରିପ୍ରେକ୍ଷୀରେ କାଶ୍ମୀରର “ବଗୂ” ମଧ୍ୟ ଆପଣଙ୍କ ଘରର ଗୋଟିଏ ଅଙ୍ଗ ହେଉ, ଏ ବିଷୟରେ ଥରେ ଭାବିବେ ନିଶ୍ଚୟ ।
ବନ୍ଧୁଗଣ,
ଚା’ ଆମ ଦେଶର ଖାଲି ଏକ ପାନୀୟ ନୁହେଁ – ବରଂ ଗୋଟିଏ ଆପଣାପଣର ମାଧ୍ୟମ । ସକାଳର ଆରମ୍ଭ ହେଉ, ବନ୍ଧୁଙ୍କ ସହିତ ସାକ୍ଷାତ ହେଉ ଅଥବା ପରିବାର ସହିତ କିଛିକ୍ଷଣ ବିତାଇବା ହେଉ – ଚା’ ପ୍ରତ୍ୟେକ ସମୟର ଗୋଟିଏ ଅଙ୍ଗ ହୋଇଯାଏ । ଚା’ ସହିତ ମୋର ସମ୍ପର୍କ କ’ଣ ଏମିତି ତ ଆପଣମାନେ ଭଲଭାବେ ଜାଣନ୍ତି । କିନ୍ତୁ ଆଜି ମୁଁ ଯେଉଁ ଚା’ର କଥା କହୁଛି ତାହା ଖାଲି ସ୍ୱାଦ ନୁହେଁ, ବରଂ ଅନେକ ଭଉଣୀମାନଙ୍କ ଜୀବନରେ ଆତ୍ମନିର୍ଭରତାର ନୂଆ ବାସ୍ନା ଭରିଦେଇଛି । ଉତ୍ତରପ୍ରଦେଶର ବିଜନୋର୍ ଜିଲ୍ଲାର ଲଖୀୱାଲା ଗାଁର ସ୍ୱୟଂସହାୟକ ଗୋଷ୍ଠୀ ସହିତ ଯୋଗଦେଇଥିବା ମହିଳାମାନେ “ବିଦୁର ପ୍ରେରଣା ସ୍ୱଦେଶୀ ହର୍ବାଲ ଟି” ତିଆରି କରିଛନ୍ତି । ଏଥିରେ ଲେମନ୍ ଗ୍ରାସ୍ ବା ଧନ୍ୱନ୍ତରି ପତ୍ର, ଗୁଳୁଚି, ମୁଲେଠି, ତୁଳସୀ, କଞ୍ଚା ହଳଦୀ, ଡାଲଚିନି, ଅଳେଇଚ ଏବଂ ପାନମଧୁରୀ ଭଳି ପ୍ରାକୃତିକ ସାମଗ୍ରୀ ମିଶାଯାଇଛି । ନୂତନ ସ୍ୱାଦ ଏବଂ ଗୁଣ ଯୋଗୁଁ ଏହି ଚା’ ବହୁତ କମ୍ ସମୟରେ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ପ୍ରୟାଗରାଜର ମହାକୁମ୍ଭ ଏବଂ ଦିଲ୍ଲୀର ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ଏହି ହର୍ବାଲ ଚା’କୁ ବହୁତ ପ୍ରଶଂସା ମିଳିଛି । ବିଦେଶରୁ ଆସିଥିବା ଲୋକମାନେ ମଧ୍ୟ ଏହାପ୍ରତି ଖୁବ୍ ଆଗ୍ରହ ଦେଖାଇଛନ୍ତି ।
ବନ୍ଧୁଗଣ,
ସବୁଠାରୁ ପ୍ରେରଣାଦାୟୀ କଥା ହେଉଛି ଏହାର ଆରମ୍ଭ । ଏହି ସମ୍ପୂର୍ଣ୍ଣ ପ୍ରୟାସଟି କେବଳ ଏକଲକ୍ଷ ଟଙ୍କାରେ ଆରମ୍ଭ ହୋଇଥିଲା । ଆଜି ଏହି ବ୍ରାଣ୍ଡ ଦେଶର ବଡ଼ ବଡ଼ ସଂସ୍ଥା ପର୍ଯ୍ୟନ୍ତ ପହଞ୍ଚିପାରିଛି । ଏହି ପ୍ରଚେଷ୍ଟା ଆମକୁ ଜଣାଇ ଦେଇଛି ଯେ ଯେତେବେଳେ ସ୍ଥାନୀୟ ଜ୍ଞାନ, ପ୍ରକୃତି ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ଏକାଠି ହୋଇଯାଏ ସେତେବେଳେ ଗୋଟିଏ ଛୋଟ ପ୍ରଚେଷ୍ଟା ମଧ୍ୟ ବଡ଼ ପରିବର୍ତ୍ତନର ଶୁଭାରମ୍ଭ କରିଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ସାରା ଦେଶରେ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନ ମାଧ୍ୟମରେ ଲୋକମାନେ ପ୍ରକୃତି ପ୍ରତି ନିଜର ଦାୟିତ୍ୱ ପାଳନ କରୁଛନ୍ତି । ଯେତେବେଳେ ସମାଜ ଏହି ଭାବନା ସହିତ ଯୋଡ଼ିହୋଇଯାଏ, ସେତେବେଳେ ବହୁତ ପ୍ରେରଣାଦାୟୀ ଉଦାହରଣ ଦେଖିବାକୁ ମିଳେ । ବନ୍ଧୁଗଣ, ଅହମ୍ମଦାବାଦରେ ଗଣଭାଗିଦାରୀର ଅଦ୍ଭୁତ ଶକ୍ତି ଦେଖିବାକୁ ମିଳିଛି । ଭାଡ଼ଜ ଅଞ୍ଚଳରେ ଗୋଟିଏ ଘଣ୍ଟା ଭିତରେ ସାଢ଼େ ତିନିଲକ୍ଷରୁ ଅଧିକ ଚାରାରୋପଣ କରାଗଲା । ଏଥିରେ ୨୫ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ସ୍କୁଲ ପିଲା, ଏନସିସି କ୍ୟାଡେଟ, ସ୍ୱୟଂସେବକ ଏବଂ ସାଧାରଣ ନାଗରିକ ସମସ୍ତେ ଏହି ଅଭିଯାନରେ ସାମିଲ ହେଲେ । ଆଗାମୀ ବର୍ଷରେ ଏହି ଗଛଗୁଡ଼ିକ ଏକ ଘଞ୍ଚ ସହରୀ ଜଙ୍ଗଲର ରୂପ ରୂପ ନେବ । ଏହି ପ୍ରଚେଷ୍ଟାକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦିଆଯାଇଛି । ବନ୍ଧୁଗଣ ‘ଏକ ପେଡ୍ ମାଁ କେ ନାମ୍’ ଅଭିଯାନ ଦ୍ୱାରା ଉତ୍ତରପ୍ରଦେଶରେ ମଧ୍ୟ ଜନଶକ୍ତିର ଅଦ୍ଭୁତ ସଂକଳ୍ପ ଦେଖିବାକୁ ମିଳିଛି । ସେଠାରେ ଗୋଟିଏ ଦିନ ଜୁଲାଇ ୧୨ ତାରିଖରେ ୩୫ କୋଟିରୁ ଅଧିକ ଚାରା ଲଗାଯାଇଛି । ଉତ୍ତରପ୍ରଦେଶର ସାଂସଦ ହୋଇଥିବାରୁ ଏହା ମୋ ପାଇଁ ମଧ୍ୟ ଗର୍ବର ବିଷୟ ।
ମୋର ପ୍ରିୟ ଦେଶବାସୀଗଣ,
ଗଛ କେବଳ ମନୁଷ୍ୟମାନଙ୍କ ପାଇଁ ନୁହେଁ ବରଂ ତାହା ଅଗଣିତ ଜୀବମାନଙ୍କ ପାଇଁ ମଧ୍ୟ ଘର ହୋଇଥାଏ । ଗୁଜୁରାଟର ଗିର୍ ଜଙ୍ଗଲରେ ପ୍ରାୟ ୬୦ ବର୍ଷ ପରେ ଇଣ୍ଡିଆନ୍ ଗ୍ରେ ହର୍ଣ୍ଣବିଲ୍ ପୁଣି ବସା ତିଆରି କରୁଛି । ଏହା ଗିର୍ ଜଙ୍ଗଲରେ ବର୍ଷ ବର୍ଷ ଧରି ହେଉଥିବା ସଂରକ୍ଷଣ ଏବଂ ପୁନର୍ସ୍ଥାପନ ପ୍ରୟାସର ପରିଣାମ ଅଟେ । ହର୍ଣ୍ଣବିଲ୍କୁ ଜଙ୍ଗଲର କୃଷକ କୁହାଯାଇଥାଏ । ଏମାନେ ଫଳ ଖାଆନ୍ତି ଆଉ ମଞ୍ଜିଗୁଡ଼ିକୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚାଇଥାନ୍ତି, ସେହି ମଞ୍ଜିରୁ ଜଙ୍ଗଲରେ ନୂଆ ନୂଆ ଗଛ ସୃଷ୍ଟି ହୁଏ । ଏହିଭଳି ଗୋଟିଏ ପକ୍ଷୀ ଜଙ୍ଗଲକୁ ପୁଣିଥରେ ସବୁଜ ସୁନ୍ଦର କରିବାରେ ସାହାଯ୍ୟ କରୁଛି । ମୁଁ ଆପଣ ସମସ୍ତଙ୍କୁ କହିବି ଯେ, ଆମେ ନିଜ ଜୀବନର କୌଣସି ବିଶେଷ ଅବସରକୁ ପ୍ରକୃତି ସହିତ ଅବଶ୍ୟ ଯୋଡ଼ିବା । ମା’ଙ୍କ ନାଁରେ ଗୋଟିଏ ଗଛ ଲଗାନ୍ତୁ । ଆଜି ଲଗାଇଥିବା ଗୋଟିଏ ଛୋଟିଆ ଚାରା ଆଗାମୀ ପିଢ଼ୀ ପାଇଁ ସବୁଜିମା, ସ୍ୱଚ୍ଛ ପବନ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ହୋଇପାରିବ।
ମୋର ପ୍ରିୟ ଦେଶବାସୀଗଣ,
ଆମେ ସମସ୍ତେ ଜାଣନ୍ତି ଯେ ପ୍ଲାଷ୍ଟିକ ପ୍ରଦୂଷଣ ଆଜି ସାରା ଦୁନିଆର ପରିବେଶ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇ ଠିଆହୋଇଛି । ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବର୍ଷ ବର୍ଷ ଧରି ପ୍ରକୃତି ପାଇଁ କ୍ଷତିକାରକ ହୋଇ ରହୁଛି । ସେଥିପାଇଁ ପ୍ଲାଷ୍ଟିକର ସଠିକ୍ ପରିଚାଳନା ଅତ୍ୟନ୍ତ ଜରୁରୀ। ବନ୍ଧୁଗଣ, ବିହାରର ସୀତାମଢ଼ିରେ ‘Waste to Wealth’ ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ଆବର୍ଜନାକୁ ପୁନଃପ୍ରକ୍ରିୟାକରଣ କରି ସେଥିରୁ ଆକର୍ଷକ ବେଞ୍ଚ ତିଆରି କରାଯାଉଛି । ଗୋଟିଏ ବେଞ୍ଚ ତିଆରି ହେବାରେ ପ୍ରାୟ ୪୦ କିଲୋଗ୍ରାମ୍ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ଲାଗିଯାଉଛି । ଏହା ମଜଭୁତ୍, ସ୍ଥାୟୀ ଏବଂ ଆରାମଦାୟକ ହେବା ସଙ୍ଗେସଙ୍ଗେ ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ । ଏଗୁଡ଼ିକୁ ସରକାରୀ ସ୍କୁଲ, ପାର୍କ ଓ ସାର୍ବଜନୀନ ସ୍ଥାନମାନଙ୍କରେ ଲଗାଯାଉଛି । ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ବଢ଼ୁଛି । ଏହି ପ୍ରୟାସରେ ସ୍ଥାନୀୟ ଏକକ ସହିତ ଜିଲ୍ଲା-ପ୍ରଶାସନର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ରୋଜଗାରର ଅବସର ମଧ୍ୟ ସୃଷ୍ଟି ହେଉଛି । ସୀତାମଢ଼ିର ଏହି ପ୍ରୟାସ ଆମକୁ କହିଦିଏ ଯେ ହ୍ରାସ ଏବଂ ରିସାଇକ୍ଲି ଆଜି ଖାଲି ଏକ ନାରା ହୋଇନାହିଁ ବରଂ ଆମ ଜୀବନର ଗୋଟିଏ ଅଙ୍ଗ ହେବାରେ ଲାଗିଛି ।
ବନ୍ଧୁଗଣ,
ଆପଣଙ୍କର ମନେଥିବ ଗତଥରର ‘ମନ୍ କି ବାତ୍’ରେ ମୁଁ ଗଣେଶ ଉତ୍ସବ ବିଷୟରେ କଥା ହୋଇଥିଲି । ମୁଁ ଅନୁରୋଧ କରିଥିଲି ଯେ ଆମେ ନିଜ ଦେଶର ମାଟିରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଉଚିତ, ଆମେ ଘରେ ପିଓପି’ରୁ ତିଆରି ହୋଇଥିବା ଗଣେଶ ବା ବିଦେଶରୁ ଆସିଥିବା ଗଣେଶ ମୂର୍ତ୍ତି ବଦଳରେ ଆମ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସ୍ଥାପିତ କରିବା ଉଚିତ । ଏହି ବିଷୟରେ ଅନେକ ଲୋକ ମୋତେ ନିଜର ବାର୍ତ୍ତା ଦେଇଛନ୍ତି । ଲୋକମାନେ କହିଛନ୍ତି ଯେ ସେମାନେ ମୋର ଅନୁରୋଧକୁ ଗ୍ରହଣ କରିଛନ୍ତି । ସେମାନେ ସ୍ଥାନୀୟ ମାଟିରୁ ତିଆରି ହୋଇଥିବା ଗଣେଶକୁ ସ୍ଥାପିତ କରିବାର ସଂକଳ୍ପ ନେଇଛନ୍ତି । ଲୋକମାନେ ଲେଖିଛନ୍ତି ଯେ ‘ମନ୍ କି ବାତ୍’ରେ ପୂର୍ବରୁ ହିଁ ଏହି ବିଷୟରେ ଚର୍ଚ୍ଚା ହେବାଦ୍ୱାରା ତାଙ୍କୁ ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବାରେ ସହଜ ହୋଇଛି । ମୁଁ ପୁଣିଥରେ ନିଜର ଅନୁରୋଧ ଦୋହରାଉଛି । ଏ ବର୍ଷ ଗଣପତି ପୂଜାରେ ଦେଶର ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ନିଜ ଘରେ ସ୍ଥାପିତ କରନ୍ତୁ, ତାଙ୍କର ପୂଜା କରନ୍ତୁ । ଆପଣଙ୍କର ଏହି ପ୍ରୟାସ ମଧ୍ୟ ଏକ ପ୍ରକାର ପ୍ରକୃତିର ପୂଜା ହେବ ।
ମୋର ପ୍ରିୟ ଦେଶବାସୀଗଣ,
ମୁଁ ବର୍ତ୍ତମାନ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବି, ଯାହାଙ୍କ ବିଷୟରେ ଶୁଣିବା ପରେ ଆପଣ ଗର୍ବ ଅନୁଭବ କରିବେ । ଏପରି ଜଣେ ବ୍ୟକ୍ତିତ୍ୱ ଯିଏ ବିଜ୍ଞାନ ଓ ନବସୃଜନ କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ବିଶ୍ୱରେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି, ମାତ୍ର ଏହାପରେ ବି ସେ ନିଜର ମୂଳଦୁଆ ସହ ଖୁବ୍ ଗଭୀର ଭାବେ ଯୋଡ଼ିହୋଇ ରହିଛନ୍ତି । ସୁଯୋଗ ପାଇବା ମାତ୍ରେ ସେ ନିଜ ଜନ୍ମଭୂମିକୁ ସମ୍ମାନ ଦେବାକୁ ଭୁଲନ୍ତି ନାହିଁ । ସେହି ବ୍ୟକ୍ତିଜଣକ ହେଉଛନ୍ତି ମଣିପୁରର ଡକ୍ଟର ରୋନାଲ୍ଡୋ ଲାଇଶ୍ରାମ ମହାଶୟ । ତାଙ୍କର ନାମ ହେଉଛି ରୋନାଲ୍ଡୋ କିନ୍ତୁ କାମରେ ସେ ଜଣେ ମହାକାଶ ପଦାର୍ଥବିଜ୍ଞାନୀ । ସେ ଜାପାନରେ କାର୍ଯ୍ୟ କରନ୍ତି ଆଉ ଯୁବ ଛାୟାପଥ ନାମକ ଏକ ବିଶାଳ ସମୂହର ଆବିଷ୍କାର କରିଥିବା ଟିମର ଜଣେ ସଦସ୍ୟ । ଆପଣ ଜାଣିବାକୁ ଚାହୁଁଥିବେ ଯେ ପ୍ରକୃତରେ ସେ କ’ଣ କରିଛନ୍ତି? ବାସ୍ତବରେ ସେ ଏହି ସମ୍ପୂର୍ଣ୍ଣ ସମୂହର ନାମକୁ ମଣିପୁରର ଏକ ସୁନ୍ଦର ହ୍ରଦ ସହ ଯୋଡ଼ି ଏହାକୁ ଲୋକଟାକ୍ ପ୍ରୋଟୋ-କ୍ଲଷ୍ଟର ନାମରେ ନାମିତ କରିଛନ୍ତି । ଲୋକଟାକ୍ ହେଉଛି ମଧୁର ଜଳର ଏକ ବିଶାଳ ହ୍ରଦ । ଲୋକଟାକ୍ ହ୍ରଦରେ ଭାସୁଥିବା ଫୁମ୍ଡ଼ିଗୁଡ଼ିକ ମିଶି ଏକ ଅଦ୍ଭୁତ ଭୂଦୃଶ୍ୟ ସୃଷ୍ଟି କରେ । ଏପରି ଲାଗେ ଯେମିତି ବିସ୍ତୃତ ସମୁଦ୍ର ଭିତରେ ଛୋଟ ଛୋଟ ଦ୍ୱୀପ ଭାସୁଛନ୍ତି । ସେହିପରି ଭାବେ ବ୍ରହ୍ମାଣ୍ଡରେ ଏହି ନୂଆ ଛାୟାପଥଗୁଡ଼ିକ ମଧ୍ୟ ଏକ ବୃହତ୍ତ ସଂରଚନା ସୃଷ୍ଟି କରିଥାଏ । ଆଜି ମଣିପୁରର ଲୋକଟାକ୍ କେବଳ ଦେଶର ମାନଚିତ୍ରରେ ନୁହେଁ ବରଂ ବିଶାଳ ବ୍ରହ୍ମାଣ୍ଡରେ ମଧ୍ୟ ନିଜର ଚମତ୍କାରିତା ପ୍ରଦର୍ଶନ କରୁଛି । ଏହି ଉପଲବଧି ପ୍ରତ୍ୟେକ ଭାରତୀୟକୁ ଗୌରବାନ୍ୱିତ କରୁଛି । ଏହାଦ୍ୱାରା ଆମ ଯୁବବନ୍ଧୁମାନେ ଏକଥା ଶିଖିପାରିଛନ୍ତି ଯେ ସେମାନେ ନିଜ ପରମ୍ପରା ସହ ଯୋଡ଼ିହୋଇ ମଧ୍ୟ ନୂତନ ଶିଖରକୁ ଛୁଇଁପାରିବେ । ଏହା ଏପରି ମୂଳତତ୍ତ୍ୱ ଯାହା ତାରାମଣ୍ଡଳକୁ ମଧ୍ୟ ଆଲୋକିତ କରିପାରେ ।
ମୋର ପ୍ରିୟ ଦେଶବାସୀଗଣ,
ଆଉ କିଛିଦିନ ପରେ ଅଗଷ୍ଟ ୭ ତାରିଖକୁ ଆମ ଦେଶ ଜାତୀୟ ହସ୍ତତନ୍ତ ଦିବସ ରୂପେ ପାଳନ କରିବ । ଏହି ଅବସରରେ ଆମେ ଆମ ବୁଣାକାର ଭାଇ-ଭଉଣୀମାନଙ୍କ କୌଶଳ ଓ ସୃଜନଶୀଳତାର ଉତ୍ସବ ପାଳନ କରୁ । ଆମର ଏ ବନ୍ଧୁମାନେ ପୀଢ଼ି ପରେ ପୀଢ଼ି ପ୍ରଚଳିତ ଏହି ପରମ୍ପରାକୁ ଆଗକୁ ବଢ଼ାଇବାରେ ଚାଲିଛନ୍ତି ।
ବନ୍ଧୁଗଣ,
ହାତତିଆରି ପ୍ରତ୍ୟେକ ପରିଧାନ କୌଣସି ନା କୌଣସି କ୍ଷେତ୍ର, ସମୁଦାୟ ଓ ତତ୍ସହିତ ଜଡ଼ିତ ଅସଂଖ୍ୟ ଲୋକଙ୍କ କାହାଣୀକୁ ସାମ୍ନାକୁ ଆଣିଥାଏ । ଏମାନେ ସେହି ଲୋକ ଯେଉଁମାନେ ଗର୍ବର ସହ ଭାରତର ସାଂସ୍କୃତିକ ଐତିହ୍ୟକୁ ସାଇତି ରଖିବା କାମରେ ଲାଗିଛନ୍ତି । ଆଜିର ଦିନରେ ମୋର ନିବେଦନ ଆମେ ହସ୍ତକଳାକୁ ପ୍ରୋତ୍ସାହିତ କରି, ଆମ ବୁଣାକାର ବନ୍ଧୁମାନଙ୍କୁ ସମ୍ମାନ ଜଣାଇବା । ଆସନ୍ତୁ, ଆମେ ଭୋକାଲ୍ ଫର ଲୋକଲର ଭାବନାକୁ ଆହୁରି ସଶକ୍ତ କରିବା ।
ବନ୍ଧୁଗଣ,
ଆଜି ଦେଶରେ ଯେପରି ଭାବେ ହସ୍ତତନ୍ତକୁ ପ୍ରୋତ୍ସାହନ ଦିଆଯାଉଛି, ଏହାଦ୍ୱାରା ବହୁସଂଖ୍ୟକ ଲୋକଙ୍କ ଜୀବନ ଉନ୍ନତ ହେବାରେ ଲାଗିଛି । ପୋଚମପଲ୍ଲୀରୁ ପାଟନା ଓ କୁଚମପଲ୍ଲୀରୁ କଚ୍ଛ ପର୍ଯ୍ୟନ୍ତ ଏହାର ଅନେକ ଉଦାହରଣ ଦେଖିବାକୁ ମିଳେ । ଆଜି ଏପରି ଅନେକ ଲୋକ ଓ ସଂଗଠନ ରହିଛନ୍ତି, ଯିଏ ହସ୍ତତନ୍ତ ସହ ଜଡ଼ିତ ଆମ ଗୌରବଶାଳୀ ପରମ୍ପରାକୁ ନୂତନ ଉର୍ଜା ଓ ପରିଚୟ ପ୍ରଦାନ କରୁଛନ୍ତି । କିଏ ‘ପୋଚମପଲ୍ଲୀ ଇକତ’ର ସୁନ୍ଦର ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି ତ ଆଉ କିଏ ମହିଳା ବୁଣାକାରମାନଙ୍କୁ ନେଇ ପଶମ ଉତ୍ପାଦ ତିଆରି କରୁଛନ୍ତି । କିଛି ଲୋକ କେରଳମର ପାରମ୍ପରିକ ‘କସାଭୁ କଳା’କୁ ସଂରକ୍ଷିତ କରିବାରେ ଲାଗିଛନ୍ତି । ଏହାଦ୍ୱାରା ଆମ ମା’ ଭଉଣୀମାନଙ୍କୁ ରୋଜଗାର ବି ମିଳିପାରୁଛି ।
ବନ୍ଧୁଗଣ,
ଆଉ ଏକ ବିଷୟ ଯାହାକୁ ମୁଁ ବିଶେଷ ରୂପେ ଉଲ୍ଲେଖ କରିବାକୁ ଚାହିଁବି, ତାହା ହେଉଛି ‘ଖଦୀ’ । ଆମେ ସମସ୍ତେ ଜାଣୁ ‘ଖଦୀ’ ମହାତ୍ମାଗାନ୍ଧୀଙ୍କ ଖୁବ୍ ପ୍ରିୟ ଥିଲା । ବିଗତ କିଛିବର୍ଷ ହେଲା ଖଦୀ ଖୁବ୍ ଲୋକପ୍ରିୟ ହୋଇପାରିଛି । ଗତ ୧୨ ବର୍ଷ ମଧ୍ୟରେ ଏହାର ବିକ୍ରି ୬ ଗୁଣ ବଢ଼ିଛି । ବିକ୍ରିର ଏହି ସଂଖ୍ୟା ବର୍ତ୍ତମାନ ପାଖାପାଖି ୮୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି । ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି ଯେ ଆଗାମୀ ପର୍ବପର୍ବାଣୀମାନଙ୍କରେ ଆପଣମାନେ ଖଦୀ, ହସ୍ତତନ୍ତ, ହସ୍ତଶିଳ୍ପର କୌଣସି ନା କୌଣସି ଜିନିଷ ନିଶ୍ଚୟ କିଣନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଯଦି ଆପଣଙ୍କୁ ପଚରାଯାଏ ଯେ ଭାରତରେ କେତେ ପ୍ରକାରର ବାଦ୍ୟଯନ୍ତ୍ର ଅଛି, ତେବେ ଆପଣ ଚିନ୍ତାରେ ପଡ଼ିଯିବେ । ଏଇଥିପାଇଁ ଯେ ଆମର ଏ ବହୁସଂଖ୍ୟକ ବାଦ୍ୟଯନ୍ତ୍ର ଓ ତାହା ସହିତ ଜଡ଼ିତ ପରମ୍ପରା ରହିଆସିଛି । ଏହିପରି ଏକ ଯନ୍ତ୍ର ହେଉଛି ତ୍ରିପୁରାର ‘ଚୌଙ୍ଗପ୍ରେଙ୍ଗ’ । ଏହା ସେଠିକାର ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁବ୍ ଲୋକପ୍ରିୟ । ବାଉଁଶରେ ନିର୍ମିତ ଏହି ବାଦ୍ୟଯନ୍ତ୍ରରେ ତିନୋଟି ତାର ରହିଛି । ଏଥିରୁ ଉତ୍ପନ୍ନ ଧ୍ୱନି ଖୁବ୍ ମଧୁର; ସରୋଦ୍ ସହ ଯାହାର ସମାନତା ଦେଖିବାକୁ ମିଳେ । କିଛି କାରଣ ପାଇଁ ଯୁବକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ହ୍ରାସ ପାଇଥିଲା । ଏପରି ସମୟରେ ସୁରଜ କୁମାର ଦେବବର୍ମା ମହାଶୟ ଏହାକୁ ପୁଣିଥରେ ଲୋକପ୍ରିୟ କରିବା ପାଇଁ ସଂକଳ୍ପ ନେଲେ । ଆଜି ତାଙ୍କ ପ୍ରଚେଷ୍ଟାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡୁଛି । ସେ ଚୌଙ୍ଗପ୍ରେଙ୍ଗ ସହ ସେଠିକାର ଅନ୍ୟାନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡ଼ିକୁ ନେଇ ବି ସମ୍ପାଦନ କରୁଛନ୍ତି । କୋକୁଆ ଲୋକଗୀତ, ବାଉଲ ଗୀତ, ବଙ୍ଗାଳୀ ଲୋକଗୀତ ତାଙ୍କୁ ଖୁବ୍ ଭଲଲାଗେ । ଏବେ ମୁଁ ଆପଣଙ୍କୁ ଏକ ଛୋଟ କ୍ଲିପ ଶୁଣାଇବାକୁ ଚାହେଁ । ଏହି ସଙ୍ଗୀତକୁ ଆପଣ କେବେହେଲେ ଭୁଲିପାରିବେ ନାହିଁ ।
ବନ୍ଧୁଗଣ,
ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ । ଦେବବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ । ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ । ମୋର ନିବେଦନ ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ରୂପେ ଶେୟାର କରନ୍ତୁ । ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବେ ଯୋଡ଼ିବ ।
ମୋର ପ୍ରିୟ ଦେଶବାସୀଗଣ,
କାଲି ଜୁଲାଇ ୨୭ ତାରିଖ ହେଉଛି ଭାରତରତ୍ନ ଡଃ. ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟତିଥି । ଡଃ କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା । ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ । ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ‘ଗୁରୁପୂର୍ଣ୍ଣିମା’ ପର୍ବ ପାଳନ କରିବା । ଆମ ମା’-ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ । ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି । ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁପୂର୍ଣ୍ଣିମା । ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।
ବନ୍ଧୁଗଣ,
କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା । ଅଗଷ୍ଟ ୧୫, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ‘ଭାରତମାତା’ର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ । ତାଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି । ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି ।
ବନ୍ଧୁଗଣ,
ଗତ କିଛିବର୍ଷ ହେଲା ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି । ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଦିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି । ଚଳିତ ବର୍ଷ ବି ଆମେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା । ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା ।
ବନ୍ଧୁଗଣ,
ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି । ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭରେ ନିଶ୍ଚିତ ରୂପେ ପଠାନ୍ତୁ । ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି ।
ବନ୍ଧୁଗଣ,
‘ମନ କି ବାତ୍’ରେ ଆଜି ପାଇଁ ଏତିକି । ଆସନ୍ତା ମାସରେ ଆମେମାନେ ପୁଣି ଦେଖାହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ । ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।
***********
Discussing various topics during this month’s #MannKiBaat… https://t.co/3JQbPB3eYb
— Narendra Modi (@narendramodi) July 26, 2026
Kargil Vijay Diwas fills us with pride. This day reminds us of the extraordinary courage of our brave soldiers.#MannKiBaat pic.twitter.com/MgC4AcO4rX
— PMO India (@PMOIndia) July 26, 2026
India continues to strengthen its defence capabilities.#MannKiBaat pic.twitter.com/pz7NQXflHE
— PMO India (@PMOIndia) July 26, 2026
India is emerging as a trusted global defence partner.#MannKiBaat pic.twitter.com/cIjBtcvrJE
— PMO India (@PMOIndia) July 26, 2026
The 'Catch the Rain' campaign is gaining momentum with enthusiastic public participation across the country.#MannKiBaat pic.twitter.com/6hRzgOmWZX
— PMO India (@PMOIndia) July 26, 2026
India's sporting achievements continue to inspire the nation.#MannKiBaat pic.twitter.com/03O2ERHal9
— PMO India (@PMOIndia) July 26, 2026
In Keralam, a unique initiative blends Sanskrit learning with football.#MannKiBaat pic.twitter.com/OE9LT7MAQh
— PMO India (@PMOIndia) July 26, 2026
From the successful launch of Vikram-1 to India's impressive performance in international science Olympiads, the country continues to make its mark in science and innovation.#MannKiBaat pic.twitter.com/8goaDrkqH3
— PMO India (@PMOIndia) July 26, 2026
Kashmir's traditional 'Wagoo' mat is making a comeback, thanks to the efforts of local artisans who are keeping this unique craft alive.#MannKiBaat pic.twitter.com/Ju8irHrcq1
— PMO India (@PMOIndia) July 26, 2026
A herbal tea made by women from a Self-Help Group in Uttar Pradesh is becoming a symbol of self-reliance.#MannKiBaat pic.twitter.com/Ilq9Esei5g
— PMO India (@PMOIndia) July 26, 2026
Across the country, inspiring efforts are showing how people are coming together to protect nature and conserve biodiversity.#MannKiBaat pic.twitter.com/9JjdgMtNro
— PMO India (@PMOIndia) July 26, 2026
An inspiring initiative from Bihar is showing how plastic waste can be turned into valuable resources.#MannKiBaat pic.twitter.com/eGiJUQfNvQ
— PMO India (@PMOIndia) July 26, 2026
A remarkable achievement by an astrophysicist from Manipur.#MannKiBaat pic.twitter.com/8BUeuqgdLD
— PMO India (@PMOIndia) July 26, 2026
The growing popularity of handloom and Khadi is helping preserve India's timeless traditions while empowering weavers and local communities.#MannKiBaat pic.twitter.com/TaRy4PLy7O
— PMO India (@PMOIndia) July 26, 2026
An inspiring effort from Tripura is helping revive a traditional musical instrument and keeping India's vibrant folk music traditions alive.#MannKiBaat pic.twitter.com/gapYis53es
— PMO India (@PMOIndia) July 26, 2026
Salute to all those who protect our nation and make it even stronger! #MannKiBaat pic.twitter.com/G0qWKhL53j
— Narendra Modi (@narendramodi) July 26, 2026
‘Catch the Rain’ campaign has a simple message…to conserve water effectively. Highlighted efforts from Madhya Pradesh, Maharashtra, Andhra Pradesh, Chhattisgarh and Odisha in this regard. #MannKiBaat pic.twitter.com/qOXWwLQOCC
— Narendra Modi (@narendramodi) July 26, 2026
A hard-earned victory is special, but when it happens at an iconic venue, it adds to the joy!
— Narendra Modi (@narendramodi) July 26, 2026
This is exactly what happened when our women’s cricket team won at Lord’s! Congratulations to the team and best wishes for their endeavours ahead. #MannKiBaat pic.twitter.com/A08ngF3rwd
In Ernakulam, Keralam, a unique effort took place that beautifully merges football with Sanskrit. #MannKiBaat pic.twitter.com/cZYqSEuVwK
— Narendra Modi (@narendramodi) July 26, 2026
കേരളത്തിലെ എറണാകുളത്ത്, ഫുട്ബോളിനെയും സംസ്കൃതത്തെയും മനോഹരമായി സമന്വയിപ്പിക്കുന്ന ഒരു വേറിട്ട ശ്രമം നടന്നു.#MannKiBaat pic.twitter.com/YS5xeyd9ti
— Narendra Modi (@narendramodi) July 26, 2026