Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ, ଉଜବେକିସ୍ତାନ ରାଜିନାମାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାକାଶ ଅଭିଯାନର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ରାଜିନାମା ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତବେଳେ 2018 ମସିହା ଅକ୍ଟୋବର 1 ତାରିଖ ଦିନ ସ୍ୱାକ୍ଷରିତ ହୋଇଥିଲା । ରାଜିନାମାର ସର୍ତ୍ତାବଳୀ ଅନୁସାରେ ଉଭୟ ପକ୍ଷ ଭୂପୃଷ୍ଠର ରିମୋଟ୍ ସେନ୍ସିଂ, ଉପଗ୍ରହ ଯୋଗାଯୋଗ, ଉପଗ୍ରହ ପରିକ୍ରମଣ, ମହାକାଶ ବିଜ୍ଞାନ ଓ ଅନୁସନ୍ଧାନ ତଥା ଗବେଷଣା କାର୍ଯ୍ୟରେ ପରସ୍ପରକୁ ସହଯୋଗ କରିବେ । ଏହାଦ୍ୱାରା ମିଳିତ ଭାବେ ମହାକାଶ ପ୍ରଯୁକ୍ତିରୁ ଦୁଇଦେଶ ତଥା ସମଗ୍ର ମାନବସମାଜ ବିଶେଷ ଉପକୃତ ହୋଇପାରିବେ ।