Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତ, ନେଦରଲାଣ୍ଡ ସହଯୋଗ ବୁଝାମଣା ନେଇ କ୍ୟାବିନେଟକୁ ଅବଗତି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ହୋଇଥିବା ସହଯୋଗ ସମ୍ପର୍କିତ ବୁଝାମଣା ନେଇ ସୂଚନା ପ୍ରଦାନ କରାଯାଇଛି । ଏହି ସହଯୋଗ ମହାକାଶ ଗବେଷଣା ଓ ଏହାର ଶାନ୍ତିପୂର୍ଣ୍ଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ । 2017 ମେ 11 ଏବଂ 22 ତାରିଖ ଦିନ ବାଙ୍ଗାଲୋର ଏବଂ ଦି ହେଗ୍‌ଠାରେ ଯଥାକ୍ରମେ ଉଭୟ ରାଷ୍ଟ୍ର ମଧ୍ୟରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଏହା ଦ୍ୱାରା ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଓ ପ୍ରୟୋଗ, ଭୂପୃଷ୍ଠର ରିମୋଟ ସେନ୍ସିଂ ଉପଗ୍ରହ ଯୋଗାଯୋଗ ଏବଂ ଉପଗ୍ରହଭିତ୍ତିକ ନେଭିଗେସନ, ମହାକାଶ ବିଜ୍ଞାନ ଓ ବିଭିନ୍ନ ଗ୍ରହ-ନକ୍ଷତ୍ର ସମ୍ବନ୍ଧୀୟ ଅନୁସନ୍ଧାନ, ମହାକାଶଯାନ ଓ ମହାକାଶ ବ୍ୟବସ୍ଥାର ଉପଯୋଗ; ଏବଂ ମହାକାଶ ପ୍ରଯୁକ୍ତିର ପ୍ରୟୋଗ କ୍ଷେତ୍ରରେ ଦୁଇ ଦେଶ ବିଶେଷ ଉପକୃତ ହୋଇପାରିବେ ।

ଏହି ରାଜିନାମାର ସର୍ତ୍ତାବଳୀ ଅନୁସାରେ ଦୁଇ ଦେଶ ନିଜ ନିଜ ରାଷ୍ଟ୍ରର ମହାକାଶ ବିଭାଗ/ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବଂ ଦି ନେଦରଲାଣ୍ଡ ସ୍ପେସ୍‌ ଅଫିସ ର ସଦସ୍ୟଙ୍କୁ ନେଇ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବେ । ଏହି ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ରାଜିନାମାର ବିଭିନ୍ନ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏହା ଦ୍ୱାରା ଉଭୟ ରାଷ୍ଟ୍ର ତଥା ମାନବ ସମାଜ ମହାକାଶ ଗବେଷଣା, ଅନୁସନ୍ଧାନ ଦିଗରେ ବିଶେଷ ଉପକୃତ ହେବେ ।

****