ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଆଲଜିରିଆ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଉଭୟ ରାଷ୍ଟ୍ର ମଧ୍ୟରେ 2018 ସେପ୍ଟେମ୍ବର 19 ତାରିଖ ଦିନ ଏଭଳି ସହଯୋଗ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
ଉଭୟ ରାଷ୍ଟ୍ର ଗ୍ରହ ଅନୁସନ୍ଧାନ, ମହାକାଶ ଅନୁସନ୍ଧାନ, ମହାକାଶ ଯାନର ଉପଯୋଗ, ଉପଗ୍ରହ ଭିତ୍ତିକ ପରିକ୍ରମଣ, ମହାକାଶ ବିଜ୍ଞାନ, ଉପଗ୍ରହ ଯୋଗାଯୋଗ ଆଦି କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବେ । ଏହି ରାଜିନାମାକୁ କାର୍ଯ୍ୟକାରୀ କରିବା ସକାଶେ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଏବଂ ଏଥିରେ DOS/ISRQ ଏବଂ ଆଲଜିରିଆ ସ୍ପେସ୍ ଏଜେନ୍ସିର ସଦସ୍ୟ ରହିବେ ।