ପିଏମଇଣ୍ଡିଆ

ଚନ୍ଦ୍ରଯାନ 2 ମିଶନ ଇସ୍ରୋ ହେଡକ୍ୱାର୍ଟରରେ ନିୟନ୍ତ୍ରଣ କେନ୍ଦ୍ର ସହିତ ଯୋଗାଯୋଗ ହରାଇଥିଲେ ମଧ୍ୟ, ବେଙ୍ଗାଲୁରୁରେ ଇସ୍ରୋ ବୈଜ୍ଞାନିକମାନଙ୍କ ସହିତ ଚନ୍ଦ୍ରାୟନ 2ର ଅବତରଣ ଦେଖୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଭାରତ ଆମ ବୈଜ୍ଞାନିକମାନଙ୍କୁ ନେଇ ଗର୍ବିତ! ସେମାନେ ସେମାନଙ୍କର ଶ୍ରେଷ୍ଠତା ପ୍ରଦାନ କରିଛନ୍ତି । ଏହା ସାହସୀ ହେବାର ସମୟ ଏବଂ ଆମେ ସବୁବେଳେ ସାହସୀ ରହିବୁ !”
ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏକ ବ୍ୟକ୍ତିଗତ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଲେ, “ଦେଶ ଆପଣମାନଙ୍କ ସହ ରହିଛି, ମୁଁ ଆପଣମାନଙ୍କ ସହିତ ରହିଛି । ଆପଣମାନଙ୍କର ପ୍ରୟାସ ଯଥାର୍ଥ ରହିଛି ଏବଂ ଯାତ୍ରା ମଧ୍ୟ ଯଥାର୍ଥ ରହିଛି ।”
“ଆପଣମାନେ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ମା’ ଭାରତର ବିଜୟ ପାଇଁ କାର୍ଯ୍ୟ କରନ୍ତି ଏବଂ ଏଥିପାଇଁ ସଂଘର୍ଷ କରନ୍ତି ଓ ତାକୁ ଗର୍ବିତ କରିବା ପାଇଁ ଦୃଢ଼ତା ଓ ସଂକଳ୍ପବଦ୍ଧତାର ସହ କାର୍ଯ୍ୟ କରନ୍ତି ।”
“ଗତ ରାତିରେ ଆପଣମାନଙ୍କ ନିରାଶା ଏବଂ ଭାବ ପ୍ରବଣତାକୁ ମୁଁ ଅନୁଭବ କରିପାରିଛି । ଯାନ ସହିତ ଯେତବେଳେ ଯୋଗାଯୋଗ ବିଛିନ୍ନ ହୋଇଗଲା ସେତବେଳେ ମୁଁ ଆପଣ ମାନଙ୍କମଧ୍ୟରେ ଥିଲି । ଅନେକ ଅସମାହିତ ପ୍ରଶ୍ନ ରହିଥିଲା ମାତ୍ର ମୁଁ ନିଶ୍ଚିତ ଯେ ଆପଣମାନେ ଏହାର ଉତ୍ତର ପାଇବେ । ମୁଁ ଜାଣିଛି ଯେ ଏଥିପାଇଁ କଠିନ କାର୍ଯ୍ୟ କରିବାକୁ ପଡିବ ।”
“ଆମ ଯାତ୍ରାରେ ଆମେ ଏକ ଛୋଟ ବାଧାର ସମ୍ମୁଖୀନ ହୋଇଥାଉ ପାରୁ ମାତ୍ର ଆମ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଆମ ଆଗ୍ରହ ଓ ଉତ୍ସାହକୁ ହ୍ରାସ କରିବ ନାହିଁ ।
ଆମର ସଂକଳ୍ପ ଏବେ ଦୃଢ଼ ହୋଇଛି ।”
“ଗତ ରାତିରେ ସମଗ୍ର ଦେଶ ଜାଗ୍ରତ ଥିଲା ଏବଂ ଆମ ବୈଜ୍ଞାନିକ ଭାଇ ଓ ଭଉଣୀମାନଙ୍କୁ ଦୃଢ଼ତାର ସହ ସମର୍ଥନ କରୁଥିଲେ । ଆମେ ଚନ୍ଦ୍ରପୃଷ୍ଠର ଖୁବ ନିକଟକୁ ଆସିଯାଇଥିଲୁ ଏବଂ ଏହି ପଦକ୍ଷେପ ଉଚ୍ଚ ପ୍ରଶଂସାଯୋଗ୍ୟ ।”
“ଆମେ ଆମର ମହାକାଶ କାର୍ଯ୍ୟକ୍ରମ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ, ସେମାନଙ୍କ କଠିନ କରିଶ୍ରମ ଏବଂ ସଂକଳ୍ପବଦ୍ଧତା କେବଳ ଆମ ନାଗରିକମାନଙ୍କ ପାଇଁ ନୁହେଁ ବରଂ ଅନ୍ୟ ଦେଶମାନଙ୍କ ପାଇଁ ମଧ୍ୟ ଉନ୍ନତ ଜୀବନ ନିଶ୍ଚିତ କରିଛି । ନବୋନ୍ମେଷ ଜନିତ ସେମାନଙ୍କ ଉତ୍ସାହ ଫଳରେ ବହୁ ଲୋକ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ସମେତ ଉନ୍ନତ ଗୁଣାତ୍ମକ ମାନର ଜୀବନ ଯାପନ କରୁଛନ୍ତି ।”
“ଭାରତ ଜାଣିଛି ଯେ ଆନନ୍ଦ ଉତ୍ସବ କରିବା ଲାଗି ଅନେକ ଗର୍ବିତ ମୁହୂର୍ତ୍ତ ଆସିବ ।”
“ମହାକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଶ୍ରେଷ୍ଠ କାର୍ଯ୍ୟ ଏବେ ବି ଆସିବାର ରହିଛି ।”
“ନୂତନ ଦିଗନ୍ତ ଆବିଷ୍କାର କରିବାର ରହିଛି ଏବଂ ନୂତନ ସ୍ଥାନକୁ ଯିବାର ଅଛି । ଆମେ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାର ଅଛି ଏବଂ ସଫଳତାର ନୂତନ ସୋପାନ ଆରୋହଣ କରିବାର ଅଛି ।”
“ଆମ ବୈଜ୍ଞାନିକମାନଙ୍କୁ ମୁଁ କହିବାକୁ ଚାହିଁବି ଯେ, ଭାରତ ଆପଣମାନଙ୍କ ସହ ରହିଛି । ଆପଣମାନଙ୍କ ସାମର୍ଥ୍ୟ ଅନୁଯାୟୀ ଆପଣମାନେ ଏପରି ସ୍ଥାନରେ ପହଂଚିଛନ୍ତି, ଯେଉଁଠାକୁ ଅନ୍ୟମାନେ କେବେହେଲେ ଯାଇ ନାହାନ୍ତି ।”
“ଯେତେ ନିକଟକୁ ସମ୍ଭବ ଆପଣମାନେ ଯାଇଛନ୍ତି ।
ମୁଁ ଗର୍ବର ସହ କହିବି ଯେ ଏହି ପ୍ରୟାସ ପ୍ରଶଂସନୀୟ ଥିଲା ଓ ଯାତ୍ରା ମଧ୍ୟ ପ୍ରଶଂସନୀୟ ଥିଲା ।
ଆମ ଟିମ୍ କଠିନ ପରିଶ୍ରମ କରିଥିଲା ଓ ଅନେକ ଦୂର ଯାଇଥିଲା ଏବଂ ସେହି ଶିକ୍ଷା ଆମ ସହିତ ସବୁବେଳେ ରହିଥିବ ।”
“ଆଜିର ଶିକ୍ଷା ଆମକୁ ଏକ ଶକ୍ତିଶାଳୀ ଓ ଉନ୍ନତ ଆସନ୍ତାକାଲି ଆଡକୁ ନେଇଯିବ ।”
“ଆମ ମହାକାଶ ବୈଜ୍ଞାନିକମାନଙ୍କ ପରିବାରକୁ ମୁଁ ଧନ୍ୟବାଦ ପ୍ରଦାନ କରୁଛି । ସେମାନଙ୍କ ନୀରବ ଓ ମୂଲ୍ୟବାନ ସମର୍ଥନ ସବୁବେଳେ ଆମ ପ୍ରୟାସରେ ଏକ ପ୍ରମୁଖ ଶକ୍ତି ରହିବ ।”
“ଭାଇ ଓ ଭଉଣୀମାନେ ତନ୍ୟତା ଓ ଦୃଢ଼ତା ହେଉଛି ଭାରତୀୟ ସଂସ୍କୃତିର କେନ୍ଦ୍ର । ଆମର ଗୌରବମୟ ଇତିହାସରେ ଆମେ ଏପରି ମୁହୂର୍ତ୍ତର ସାମନା କରିଥାଉପାରୁ ଯେତବେଳେ ଆମକୁ ପଦଦଳିତ କରାଯାଇଛି ମାତ୍ର ଆମେ କେବେହେଲେ ଛାଡି ଦେଇ ନାହୁଁ । ଏହି କାରଣରୁ ଆମ ସଭ୍ୟତା ଦୃଢ଼ ଭାବେ ଠିଆ ହୋଇଛି ।”
“ଆମେ ଐତିହାସିକ ସଫଳତା ହାସଲ କରିଛୁ । ମୁଁ ମଧ୍ୟ ଜାଣିଛି ଯେ ଇସ୍ରୋ ବିଫଳତାକୁ ପସନ୍ଦ କରେ ନାହିଁ ।”
“ଏକ ନୂତନ ପ୍ରତ୍ୟୁଷ ଆସିବ ଏବଂ ଏକ ଉନ୍ନତ ଆସନ୍ତାକାଲି ଆସିବ । ଫଳାଫଳ ପ୍ରତି ଦୁଃଖପ୍ରକାଶ ନକରି ଆମେ ଆଗକୁ ବଢ଼ି ଚାଲିବା ଏବଂ ଏହା ହେଉଛି ଆମର ଇତିହାସ ।”
ଆପଣମାନଙ୍କ ଉପରେ ମୋର ବିଶ୍ୱାସ ରହିଛି । ମୋର ସ୍ୱପ୍ନଠାରୁ ଆପଣମାନଙ୍କ ସ୍ୱପ୍ନ ଉଚ୍ଚତର । ଆପଣମାନଙ୍କ ଆଶାବାଦ ଉପରେ ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି ।
ଆପଣମାନଙ୍କଠାରୁ ପ୍ରେରଣା ପାଇବା ପାଇଁ ମୁଁ ଆପଣମାନଙ୍କୁ ଭେଟୁଛି । ଆପଣମାନେ ହେଉଛନ୍ତି ପ୍ରେରଣାର ସାଗର ଏବଂ ପ୍ରେରଣାର ଜୀବନ୍ତ ପ୍ରମାଣ ।
ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆପଣମାନଙ୍କ ପ୍ରୟାସ ଲାଗି ଶୁଭେଚ୍ଛା ଜଣାଉଛି ।
**********
India is proud of our scientists! They’ve given their best and have always made India proud. These are moments to be courageous, and courageous we will be!
— Narendra Modi (@narendramodi) September 6, 2019
Chairman @isro gave updates on Chandrayaan-2. We remain hopeful and will continue working hard on our space programme.