Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାତ୍ମା ଗାନ୍ଧୀ ପ୍ରବାସୀ ସୁରକ୍ଷା ଯୋଜନା ବନ୍ଦ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାତ୍ମା ଗାନ୍ଧୀ ପ୍ରବାସୀ ସୁରକ୍ଷା ଯୋଜନାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଇଉରୋପୀୟ ଦେଶଗୁଡ଼ିକୁ ନିଯୁକ୍ତି ଆଶାରେ ଯାଉଥିବା ଲୋକଙ୍କ ସାମାଜିକ ନିରାପତ୍ତା ଉଦ୍ଦେଶ୍ୟରେ 2012 ମସିହାରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ତେବେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବହୁତ କମ୍ ଥିଲା ଏବଂ ଗତ ଏକ ବର୍ଷ ହେବ ଜଣେ ହେଲେ ନୂଆ ହିତାଧିକାରୀ ନ ଥିଲେ । ତେଣୁ ପ୍ରଶାସନିକ ଏବଂ ତଥ୍ୟ ସଂରକ୍ଷଣ ଖର୍ଚ୍ଚ କାଟ କରିବା ଉଦ୍ଦେଶ୍ୟରେ ଏହି ଯୋଜନା ବନ୍ଦ କରିବାକୁ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ହୋଇଛି ।

**********