Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନୁଭବ ପ୍ରମୁଖ ସ୍ଵାମୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ; ସ୍ଵାମିଜୀଙ୍କୁ ସାରଙ୍ଗପୁରଠାରେ ଆସନ୍ତାକାଲି କରିବେ ଶେଷ ଦର୍ଶନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନୁଭବ ପ୍ରମୁଖ ସ୍ୱାମୀ ମହାରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱାମୀଜୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସଂପର୍କ ଓ ଭାବବିନିମୟ ସ୍ମରଣ କରି କହିଛନ୍ତି ଯେ, ସ୍ୱାମୀଜୀଙ୍କୁ ସେ ଗୁରୁଜୀଙ୍କ ସମ୍ମାନ ଦେଇଆସିଛନ୍ତି ଏବଂ ସମାଜ ପ୍ରତି ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ।

ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାଠାରେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେବା ପରେ ସେ ଗୁଜୁରାଟର ସାରଙ୍ଗପୁର ଯାଇ ସ୍ୱାମୀଜୀଙ୍କ ପ୍ରତି ତାଙ୍କର ଶେଷ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

“ସ୍ୱର୍ଗତଃ ପ୍ରମୁଖ ସ୍ୱାମୀଜୀ ମହାରାଜ ମଣିଷଙ୍କ ମଧ୍ୟରେ ଜଣେ ମହାନ ମଣିଷ ଏବଂ ଦୟା ଓ ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ସମାଜ ପ୍ରତି ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ।

ମହାନୁଭବ ପ୍ରମୁଖ ସ୍ୱାମୀ ମହାରାଜ ମୋର ପଥ ପ୍ରଦର୍ଶକ ଓ ଗୁରୁ ଥିଲେ । ତାଙ୍କ ସହିତ ମୋର ଆଲୋଚନା ସର୍ବଦା ଅବିସ୍ମରଣୀୟ । ମୋତେ ତାଙ୍କ ଅନୁପସ୍ଥିତି ସବୁବେଳେ ଅନୂଭୂତ ହେବ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

**********