Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନ ଅଭିନେତା ଶଶି କାପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ମହାନ ଅଭିନେତା ଶଶି କାପୁରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ଥିଏଟର ଏବଂ ଚଳଚିତ୍ରରେ ଶଶି କାପୁରଙ୍କ ଅଭିନୟର ଚମତ୍କାରିତା ଦେଖିବାକୁ ମିଳୁଥିଲା, ଯାହାକୁ ସେ ଅନେକ ବର୍ଷର ଅଭିଜ୍ଞତା ମାଧ୍ୟମରେ ବିକଶିତ କରିଥିଲେ । ଆଗାମୀ ଯୁଗର ପିଢି ତାଙ୍କର ନିଖୁଣ ନାଟ୍ୟକଳାକୁ ସବୁବେଳ ପାଇଁ ମନେ ରଖିବେ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ପରିବାରଜନ ଏବଂ ଅନୁଗାମୀମାନଙ୍କ ପ୍ରତି ମଧ୍ୟ ସମବେଦନା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।