Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନ ଚଳଚିତ୍ର ତାରକା ଦିଲ୍ଲୀପ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


ମହାନ ଚଳଚିତ୍ର ତାରକା ଦିଲ୍ଲୀପ କୁମାର ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ବିୟୋଗ ଆମ ପାଇଁ ବିରାଟ କ୍ଷତି ବୋଲି କହିଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଦିଲୀପ କୁମାର ଜୀଙ୍କୁ ସଦା ସର୍ବଦା ସିନେ ଜଗତର କିମ୍ବଦନ୍ତୀ ଭାବରେ ସ୍ମରଣ କରାଯିବ । ସେ ଅପୂର୍ବ ପ୍ରତିଭାର ଅଧିକାରୀ ଥିଲେ, ଯାହା ପିଢି ପରେ ପିଢିର ଦର୍ଶକଙ୍କୁ ଆକର୍ଷିତ କରୁଥିଲା । ତାଙ୍କ ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କୁ ମୋର ସମବେଦନା । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଓ ସଦଗତି ପ୍ରଦାନ କରନ୍ତୁ” ।

 

**********

TRP/