ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ପାଣ୍ଡେଙ୍କୁ ଦେଶର ପ୍ରମୁଖ ଯୋଦ୍ଧା ଭାବରେ ପ୍ରଶଂସା କରିଛନ୍ତି, ଯିଏ ବ୍ରିଟିଶ ଶାସନକୁ ଚ୍ୟାଲେଞ୍ଜ କରିଥିଲେ ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ମହାନ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସମ୍ମାନପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସେ ବ୍ରିଟିଶ ଶାସନକୁ ଚ୍ୟାଲେଞ୍ଜ ଦେଇଥିବା ଦେଶର ଜଣେ ପ୍ରମୁଖ ଯୋଦ୍ଧା ଥିଲେ । ତାଙ୍କର ସାହସ ଏବଂ ପରାକ୍ରମର କାହାଣୀ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ।”
SR
महान स्वतंत्रता सेनानी मंगल पांडे को उनकी जयंती पर आदरपूर्ण श्रद्धांजलि। वे ब्रिटिश हुकूमत को चुनौती देने वाले देश के अग्रणी योद्धा थे। उनके साहस और पराक्रम की कहानी देशवासियों के लिए प्रेरणास्रोत बनी रहेगी।
— Narendra Modi (@narendramodi) July 19, 2025