Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଷ୍ଟ୍ରରେ ଆବାସ ଏବଂ ସହରାଂଚଳ ପରିବହନ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସମୂହର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତ ଅବସରରେ ଆବାସ ଏବଂ ସହରାଂଚଳ ପରିବହନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିଥିଲେ ।

କଲ୍ୟାଣ ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ଦୁଇଟି ହେଲେ ଥାନେ-ଭିୱାଣ୍ଡି-କଲ୍ୟାଣ ମେଟ୍ରୋ; ଏବଂ ଦହିସାର-ମୀରା-ଭାୟାଣ୍ଡର ମେଟ୍ରୋ । ଦୁଇଟି କରିଡର ସମ୍ପୂର୍ଣ୍ଣ ହେଲେ ଏହା ଏହି ଅଂଚଳରେ ସାଧାରଣ ପରିବହନକୁ ବ୍ୟାପକ ସୁବିଧା ହେବ ।

କଲ୍ୟାଣ ଠାରେ ମଧ୍ୟ, ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ 90,000 ୟୁନିଟ ଇଡବ୍ଲୁଏସ ଏବଂ ଏଲଆଇଜି ଆବାସ ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି କଲ୍ୟାଣ ଠାରେ ମୋଟ 33,000 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।

ପୁଣେ ଠାରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ଫେଜ-3 ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

କଲ୍ୟାଣ ଠାରେ ଉପସ୍ଥିତ ଜନସଭାକୁ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା କିପରି ଦ୍ରୁତ ବେଗରେ ଭିତ୍ତିଭୂମି ଏବଂ ସାଧାରଣ ପରିବହନର ବିକାଶ ତ୍ୱରାନ୍ୱିତ ହୋଇପାରିଛି ସେଥିପ୍ରତି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । 2022 ସୁଦ୍ଧା “ସମସ୍ତଙ୍କୁ ଆବାସ” ଲାଗି କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ସେ ଦୋହରାଇଥିଲେ ।

ଯୋଗାଯୋଗ ଭିତ୍ତିଭୂମି ଉପରେ ସରକାର ବ୍ୟାପକ ଭାବେ ଗୁରୁତ୍ୱାରୋପ କରୁଥିବା ନେଇ ପୁଣେ ଠାରେ ଉଦବୋଧନ ଦେଇ ସେ କହିଥିଲେ । ସେ କହିଥିଲେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଯୋଗାଇ ଦେବା ଏବଂ ପରିବହନ କ୍ଷେତ୍ରର ସମନ୍ୱୟ ଲାଗି ଗୁରୁତ୍ୱାରୋପ କରାଯାଉଛି । ସେ କହିଥିଲେ ଯେ ଷ୍ଟାର୍ଟଅପ ଇଣ୍ଡିଆ ଏବଂ ଅଟଳ ନବସୃଜନ ମିସନ ଜରିଆରେ ଭାରତ ପ୍ରଯୁକ୍ତିର କେନ୍ଦ୍ର ଭାବେ ଉଦିତ ହେଉଛି ବୋଲି ସେ କହିଥିଲେ ।

***