Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାରାଷ୍ଟ୍ରର ଧୂଲେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମହାରାଷ୍ଟ୍ରର ଧୂଲେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମହାରାଷ୍ଟ୍ରର ଧୂଲେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମହାରାଷ୍ଟ୍ରର ଧୂଲେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମଞ୍ଚରେ ବିରାଜମାନ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବନ୍ଦ୍ର ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ସାଥୀ ନୀତିନ ମହାଶୟ, ଡ଼କ୍ଟର ସୁଭାଷ ଭାମ୍ରେ ମହାଶୟ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗରିଶ ମହାଜନ ମହାଶୟ, ଜୟ କୁମାର ରାୱଲ ମହାଶୟ, ମଞ୍ଚରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ଏଠାରେ ବିଶାଳ ସଂଖ୍ୟାରେ ମୋତେ ଆଶୀର୍ବାଦ ଦେବା ପାଇଁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋତେ ଅବଗତ କରାଯାଇଛି କି ଏତେ ଗରମରେ ଦୁଇ-ଦୁଇ, ତିନି-ତିନି ଘଂଟା ଧରି ଆପଣମାନେ ଆସି ବସିଛନ୍ତି । ମୁଁ ଆପଣମାନଙ୍କର ଏହି ତପସ୍ୟାକୁ ପ୍ରଣାମ କରୁଛି ।

ସାଥୀଗଣ, ଆଜି ଏକ ଏଭଳି ସମୟରେ ମୁଁ ଆପଣ ସମସ୍ତଙ୍କ ଗହଣକୁ ଆସିଛି । ଯେତେବେଳେ ପୁଲୱାମାରେ ଆମର ଜବାନମାନଙ୍କ ଉପରେ ଆତଙ୍କବାଦୀମାନଙ୍କର ଆକ୍ରମଣକୁ ନେଇ ଦେଶ କ୍ରୋଧିତ ହୋଇ ଉଠିଛି । ଗୋଟିଏ ପଟେ ଦେଶ କ୍ରୋଧରେ ଜର୍ଜରିତ ହୋଇ ଉଠିଛି ତ ଅନ୍ୟପଟେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଛି । ମହାରାଷ୍ଟ୍ରର ମାଟି ମଧ୍ୟ ନିଜର ବୀର ସନ୍ତାନଙ୍କୁ ହରାଇଛି । ଖାନଦେଶର ସମସ୍ତ ସାହସୀ ପୁତ୍ରଙ୍କୁ ଆଉ ସେମାନଙ୍କୁ ଜନ୍ମ ଦେଇଥିବା ପ୍ରତ୍ୟେକ ମାଆମାନଙ୍କୁ ମୁଁ ଆଦର ପୂର୍ବକ ପ୍ରଣାମ କରୁଛି ।

ସାଥୀଗଣ, ଆମ ଶହୀଦମାନେ, ଆମର ଜବାନମାନେ ସର୍ବଦା ଦେଶ ପାଇଁ ନିଃସ୍ୱାର୍ଥ ଭାବରେ ନିଜର ସେବା କରିଛନ୍ତି । ସେମାନେ କିଛି କୁହନ୍ତି ନାହିଁ, କେବଳ ସଜାଗ ଥାଆନ୍ତି । ଗୋଟିଏ ଦେଶ ଭାବେ ଆମର କାର୍ଯ୍ୟ ଏହିଠାରୁ ଆରମ୍ଭ ହୋଇଥାଏ । ଯେଉଁମାନେ ନିଜର ସର୍ବସ୍ୱ ଲୁଟାଇ ଦେଲେ ସେମାନଙ୍କ ପରିବାର ସହିତ ଆମେ ସର୍ବଦା ଛିଡା ହୋଇ ରହିବୁ । ସରକାରଙ୍କର, ପ୍ରଶାସନର ତ ଏହା ହିଁ ହେଉଛି ଦାୟିତ୍ୱ, କିନ୍ତୁ ଜଣେ ନାଗରିକ ଭାବେ ମଧ୍ୟ ଆମର ବହୁତ ବଡ଼ ଦାୟିତ୍ୱ ରହିଛି ।

ସାଥୀଗଣ, ଏହା ହେଉଛି ଧୈର୍ଯ୍ୟ ଧରିବାର ସମୟ, ହେଉଛି ସମ୍ବେଦନଶୀଳତାର ସମୟ, ଏହା ହେଉଛି ଶୋକର ସମୟ, କିନ୍ତୁ ପ୍ରତ୍ୟେକ ପରିବାରକୁ ମୁଁ ଭରସା ଦେଉଛି, ସେମାନେ ପରିବାରରୁ ଯେଉଁ ଜଣଙ୍କୁ ହରାଇଛନ୍ତି, ଆପଣଙ୍କ ଆଖିରେ ଯେଉଁ ଲୁହ ଅଛି, ସେହି ଲୁହର ପୂରା-ସମ୍ପୂର୍ଣ୍ଣ ଜବାବ ଦିଆଯିବ । ଭାରତ ହେଉଛି ନୂତନ ରୀତି ଏବଂ ନୂତନ ନୀତିର ଦେଶ । ଏହା ଏବେ ଦୁନିଆ ମଧ୍ୟ ଅନୁଭବ କରିବ ।

ଆମର ସାହସୀ ସୁରକ୍ଷା ବଳ, ବନ୍ଧୁକ ଚାଳନା କରିବାବାଲା ହେଉ, ଅବା ବନ୍ଧୁକ ଧରିବାବାଲା ହେଉ, ବୋମା ଫିଙ୍ଗିବାବାଲା ହେଉ ଅବା ପୁଣି ବୋମା ଦେବାବାଲା, କାହାକୁ ଶାନ୍ତିରେ ଶୋଇବାକୁ ଦେବେ ନାହିଁ । ଏହା ଭାରତର ନୀତି ରହିଛି କି ଆମେ କାହା ସହିତ ଲାଗୁ ନାହିଁ, କିନ୍ତୁ ପୁଣି ମଧ୍ୟ ସ୍ପଷ୍ଟ କରିଦେଉଛି କି ନୂତନ ଭାରତ ସହିତ କେହି ଲାଗିବାକୁ ଚେଷ୍ଟା କରିବ ତ, ତେବେ ତାକୁ ମଧ୍ୟ ଛଡା ଯିବନାହିଁ ବା ବରଦାସ୍ତ କରାଯିବ ନାହିଁ । ଆମର ଏହି ସୁରକ୍ଷା ବାହିନୀ ପୂର୍ବରୁ ମଧ୍ୟ କରି ଦେଖାଇଛନ୍ତି, ଆଉ ଏବେ ମଧ୍ୟ କୌଣସି ସୁଯୋଗ ହାତଛଡା କରାଯିବ ନାହିଁ ।

ଭାଇ ଓ ଭଉଣୀମାନେ, ଦେଶର ସୁରକ୍ଷା ହେଉ ଅବା ପୁଣି ଦେଶର ସାଧାରଣ ଜନତାଙ୍କ ଜୀବନକୁ ସହଜ କରିବାର ପ୍ରୟାସ । ସରକାର ନିରନ୍ତର ନିଜର କାର୍ଯ୍ୟ କରୁଛନ୍ତି । ଆଜି ଧୂଲେର ବିକାଶ ସହିତ ଜଡିତ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଧୂଲେ ସହରରେ ପାନୀୟ ଜଳ ଏବଂ ପରିମଳ ସହିତ ଜଡିତ  ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଲୋକର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଧୂଲେ ସହରରେ ପାନୀୟ ଜଳ ଏବଂ ପରିମଳ ସହିତ ଜଡିତ ପ୍ରକଳ୍ପ ହେଉ, କୃଷକମାନଙ୍କ ପାଇଁ ଜଳସେଚନ ସହିତ ଜଡିତ ପ୍ରକଳ୍ପ ହେଉ ଅବା ପୁଣି ଧୂଲେର ଯୋଗଯୋଗ ବ୍ୟବସ୍ଥା ସହିତ ଜଡିତ ପ୍ରକଳ୍ପ, ଆପଣ ସମସ୍ତଙ୍କୁ ଏହି ଅନେକଗୁଡିଏ ପ୍ରକଳ୍ପ ପାଇଁ ବହୁତ-ବହୁତ ଶୁଭକାମନା ଜଣାଉଛି ।

ଭାଇ ଓ ଭଉଣୀମାନେ, ଧୂଲେ ନିକଟରେ ଦେଶର ମହତ୍ୱପୂର୍ଣ୍ଣ ଔଦ୍ୟୋଗିକ ନଗର ହେବାପାଇଁ ସମ୍ପୂର୍ଣ୍ଣ ସମ୍ଭାବନା ରହିଛି । ଏହା ଏଭଳି ସ୍ଥାନରେ ଅବସ୍ଥିତ, ଯେଉଁଠାରୁ ଦେଶର ଭିନ୍ନ-ଭିନ୍ନ ସହରରେ ବ୍ୟବସାୟର ଅନେକ ସମ୍ଭାବନା ଅଛି । ଏହି ଅଂଚଳ ଦେଇ ଅନେକ ବଡ଼-ବଡ଼ ଜାତୀୟ ରାଜପଥ ଯାଇଛି । ଆଜି ଏହି ଯୋଗାଯୋଗକୁ ଆମେ ଆହୁରି ସଶକ୍ତ କରି ଦୁଇଟି ନୂତନ ରେଳ ଲାଇନର ଶିଳାନ୍ୟାସ କରିଛୁ । ଗୋଟିଏ ରେଳଲାଇନର ପ୍ରଶସ୍ଥିକରଣ ଏବଂ ବିଦ୍ୟୁତକରଣର କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି । ଏହା ବ୍ୟତୀତ ତିନୋଟି ନୂତନ ରେଳ ଚଳାଚଳ ପାଇଁ ମଧ୍ୟ ଆଜି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି ।

ଏଠାରେ ବୋଧହୁଏ ଆପଣମାନଙ୍କ ମଧ୍ୟରୁ ଏପରି କୌଣସି ପରିବାରର ଲୋକ ନ ଥିବେ ଯେଉଁମାନଙ୍କର ସୁରଟ ସହିତ ଯିବାଆସିବାର ସମ୍ବନ୍ଧ ନ ଥିବ । ସମସ୍ତଙ୍କର ସୁରଟ ସହିତ ସଂପର୍କ ରହିଛି । ସହରକୁ ଯିବାଆସିବା, ଆଜିଠାରୁ 25 ବର୍ଷ ତଳର ଯେଉଁ ସୁରଟ ଥିଲା ତାକୁ ମନେ ପକାନ୍ତୁ, ଆଜିଠାରୁ 25-30 ବର୍ଷ ପୂର୍ବର ଯେଉଁ ସୁରଟ ଥିଲା ତାକୁ ମନେ ପକାନ୍ତୁ । 25-30 ବର୍ଷରେ ସେହି ସମୟର ସୁରଟ ଆଜି କେଉଁଠାରୁ ଯାଇ କେଉଁଠି ପହଂଚିଗଲା । ମୁଁ ଧୂଲେର ବାସିନ୍ଦାମାନଙ୍କୁ କହୁଛି, ମୁଁ ନିଜ ଆଖି ସାମ୍ନାରେ 30 ବର୍ଷ ପରର ଧୂଲେ ଦେଖୁଛି । ଆଉ ଏହା ମୋର ଶବ୍ଦ ଲେଖିକରି ରଖନ୍ତୁ, ପ୍ରତ୍ୟେକ ଧୂଲେବାସୀ ଲେଖିକରି ରଖନ୍ତୁ । ଆଜିଠାରୁ 30 ବର୍ଷ ପରେ ଏହି ଧୂଲେ, ସୁରଟ ସହିତ ପ୍ରତିଦ୍ୱନ୍ଦୀତା କରୁଥିବ, ଏହା ଆପଣମାନେ ଲେଖିକରି ରଖନ୍ତୁ । ଏତେ ଶକ୍ତି ଅଛି ଆଉ ଆଜି ଆମେ ଯାହା, ଏହା 30 ବର୍ଷ ଭିତରେ-ଭିତରେ ବିକାଶର ଏପରି ବଟ ବୃକ୍ଷ ହୋଇଯିବ କି ଧୂଲେ, ସୁରଟ ସହିତ ପ୍ରତିଦ୍ୱନ୍ଦୀତା କରିବାର ଶକ୍ତି ସହିତ ଛିଡା ହୋଇଯାଇଥିବ ଆଉ ମୋ ପାଇଁ ତାହା ବଡ଼ ଗର୍ବର କଥା ହେବ ।

ଆପଣ ଧୂଲେବାସୀଙ୍କ ମଧ୍ୟରେ, ଆପଣମାନଙ୍କୁ ବିଶ୍ୱାସ ଅଛି କି? ଧୂଲେ ଆଗକୁ ବଢି ପାରିବ, ଧୂଲେ, ସୁରଟ ହୋଇପାରିବ, ଆପଣ ତାକୁ ବଢାଇବାର ସଂକଳ୍ପ ସହିତ ଆଗକୁ ବଢିବେ । ଭବିଷ୍ୟତର 30 ବର୍ଷର ଯୋଜନା ପ୍ରସ୍ତୁତ କରି ଚାଲିବା । ଯଦି ଆପଣ ଚାଲିବାକୁ ପ୍ରସ୍ତୁତ ତ’ ମୁଁ ମଧ୍ୟ ପାଦ ସହିତ ପାଦ ମିଶାଇ ଆପଣଙ୍କ ସହିତ ଚାଲିବାକୁ ପ୍ରସ୍ତୁତ ଅଛି ।

ସାଥୀଗଣ, ଆଜି ଧୂଲେରୁ ନରଦାନାକୁ ସଂଯୋଗ କରୁଥିବା ରେଳଲାଇନର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଭବିଷ୍ୟତରେ ଏହି ରେଳଲାଇନ ମାନୱାଡ଼କୁ ଇନ୍ଦୋର ସହିତ ଯୋଡ଼ିବାରେ ସାହାଯ୍ୟ କରିବ । ଏହି ସଂପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ 9 ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଅନୁମାନ କରାଯାଉଛି । ମାନୱାଡ଼ ଇନ୍ଦୋର ରେଳଲାଇନ ନିର୍ମାଣ ହୋଇଯିବା ପରେ ଇନ୍ଦୋର ଏବଂ ମୁମ୍ବାଇ ସହିତ ସମଗ୍ର ଦେଶକୁ ଏହାର ଲାଭ ମିଳିବାକୁ ଯାଉଛି ।

ସାଥୀଗଣ, ଏହା ବ୍ୟତୀତ ଆଜି ମାନୱାଡ଼କୁ ଜଲଗାଁଓ ସହିତ ଯୋଡ଼ୁଥିବା ନୂତନ ରେଳଲାଇନର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହା ସଂପୂର୍ଣ୍ଣ ହେବା ପରେ ଲୋକମାନଙ୍କର ସୁବିଧା ତ ବୃଦ୍ଧି ହେବ ହିଁ, ଯୁବକମାନଙ୍କ ପାଇଁ ରୋଜଗାରର ନୂତନ ଅବସର ମଧ୍ୟ ଉପଲବ୍ଧ ହେବ ।

ସାଥୀଗଣ, ପ୍ରାୟ ଏକ ଦଶକ ପୂର୍ବେ ଉଧନା ଜଲଗାଁଓ ରେଳଲାଇନର ପ୍ରଶସ୍ଥିକରଣର ଫାଇଲ ଆରମ୍ଭ ହୋଇଥିଲା । ଯାହାକୁ ଏବେ ଯାଇକରି ସଂପୂର୍ଣ୍ଣ କରାଯାଇଛି । ଏହି ଲାଇନର ଦୋହରୀକରଣର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ଆଉ ଏହା ସହିତ ଏହାର ବିଦ୍ୟୁତକରଣର କାର୍ଯ୍ୟ ମଧ୍ୟ କରାଯାଇଛି । ଆଜି ଏହି ଲାଇନ ରାଷ୍ଟ୍ରକୁ ସମର୍ପିତ କରାଯାଇଛି ।

ସାଥୀଗଣ, ଏହି ରୁଟର ପ୍ରଥମ ଲାଭ ତ ଏହା ହେଲା କି ଆପଣଙ୍କୁ ଆଜି ହିଁ ଉଧନା-ନନ୍ଦୁରବାର ଏବଂ ଉଧନା-ପାଲସୀରେ ଦୁଇଟି ଟ୍ରେନ ମିଳିଯାଇଛି । ଦୁଇଟିଯାକ ଟ୍ରେନକୁ କିଛି ସମୟ ପୂର୍ବରୁ ହିଁ ସବୁଜ ପତାକା ଦେଖାଇଲି ଏବଂ ସେଗୁଡ଼ିକ ଗଡ଼ିଚାଲିଲା । ସେହି ସମୟରେ ଉଧାନାରୁ ମଧ୍ୟ ଆମର ସାଥୀ ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଛନ୍ତି ।

ମୁଁ ଏଠାରୁ ଧୂଲେରୁ ନିଜର ସେହି ସାଥୀଙ୍କୁ ମଧ୍ୟ ବହୁତ ବହୁତ ଶୁଭକାମନା ଜଣାଇବାକୁ ଚାହୁଁଛି ସେଠାରେ ମଧ୍ୟ ଏହି ପ୍ରକାରର ବିଶାଳ ସମାବେଶ ହୋଇଛି । ଆମର ରେଳ ରାଷ୍ଟ୍ରମନ୍ତ୍ରୀ ସେଠାରେ ଉପସ୍ଥିତ ଅଛନ୍ତି । ଶ୍ରୀମାନ ରାଜେନ ଗୋହାଇ ମହୋଦୟ, ସାଥୀଗଣ, ସେମାନଙ୍କ ବ୍ୟତୀତ ଭୁସାୱଲରୁ ବାନ୍ଦ୍ରା ପର୍ଯ୍ୟନ୍ତ ଚାଲୁଥିବା ଖାନ୍ଦୋଶ ଏକ୍ସପ୍ରେସ ଟ୍ରେନ ଦ୍ୱାରା ମୁମ୍ବାଇ ଏବଂ ସୁରଟଠାରୁ ଧୂଲେ ପର୍ଯ୍ୟନ୍ତ ଯୋଗାଯୋଗ ଆହୁରି ସୁଦୃଢ଼ ହୋଇଯିବ ।

ଭାଇ ଓ ଭଉଣୀମାନେ, ଏଠାକାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି – ପାଣି, ତାପେ ନଦୀର ଜଳଧାରା । ଯେଉଁ ଧୂଲେ ମଧ୍ୟ ଦେଇ ବହୁଛି ସେ ଦୀର୍ଘ ସମୟ ଧରି ପାଣି ପାଇଁ ବ୍ୟାକୁଳ ହେଉଛି । ପାନୀୟ ଜଳ ଏବଂ ଜଳସେଚନ ପାଇଁ, ଜଳ ଦୁଇଟି ଯାକ ଆହ୍ୱାନକୁ କମ୍ କରିବା ପାଇଁ ଆଜି ବହୁତ ବଡ଼ ପ୍ରୟାସ ହୋଇଛି । ବିଶେଷ କରି ଧୂଲେ ସହରରେ ପାନୀୟ ଜଳର ସମସ୍ୟାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅମୃତ ଯୋଜନା ମାଧ୍ୟମରେ ଗୋଟିଏ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଏଠାରେ ଯେଉଁ ସ୍ୱେରେଜ ଜଳ ନିସ୍କାସନ ବ୍ୟବସ୍ଥା ହେବାକୁ ଯାଉଛି ତାହାଦ୍ୱାରା ମଧ୍ୟ ସହରକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ ମିଳିବ ।

ଭାଇ ଓ ଭଉଣୀମାନେ, ଧୂଲେ ସହିତ ମହାରାଷ୍ଟ୍ର ଏବଂ ଦେଶର ଅନେକ ଅଂଚଳରେ ସିଂଚନ ସ୍ଥିତିର ସୁଧାର ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା କରାଯାଇଛି । ଏହି ଯୋଜନା ମାଧ୍ୟମରେ ଦୀର୍ଘ ସମୟ ଧରି ଅଟକି ରହିଥିବା 99ତମ ସିଂଚନ ପ୍ରକଳ୍ପ ଉପରେ କାର୍ଯ୍ୟ କରାଯାଉଛି । ଯେଉଁଥିରୁ କେବଳ 26ଟି ପ୍ରକଳ୍ପ ହେଉଛି ମହାରାଷ୍ଟ୍ରର ।

ଭାଇ ଓ ଭଉଣୀମାନେ, ଆଜି ଯେଉଁ ଲୋଅର ପଞ୍ଜାରା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରାଯାଇଛି । ତାହା ଏହି 26ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ଥିଲା । ଏହା ଉପରେ 35 ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲା ଆଉ ସେତେବେଳେ ଏହାକୁ 21 କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହେବାକୁ ଥିଲା । ଆଜି ଏହି ପ୍ରକଳ୍ପକୁ ସାଢ଼େ ପାଞ୍ଚ ଶହ କୋଟିରୁ ଅଧିକ ଖର୍ଚ୍ଚ କରି ପ୍ରସ୍ତୁତ କରାଯାଇଛି ।

ସାଥୀଗଣ, ମହାରାଷ୍ଟ୍ରରେ ପାଣିର ଅଭାବ ଆଉ ଏହାର ପ୍ରଭାବରେ ହେବାକୁ ଥିବା ମରୁଡ଼ି ଦାଉରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ସମ୍ଭାବିତ ପ୍ରୟାସ କରୁଛନ୍ତି । ମରାଠୱାଡ଼ା, ବୀଡ଼ ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ମରୁଡ଼ିଗ୍ରସ୍ତ ଅଂଚଳଗୁଡ଼ିକ ପାଇଁ ମଧ୍ୟ 91ତମ ଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଶେଷ ଭାବେ ମଞ୍ଜୁରି ଦିଆଯାଇଛି । ପ୍ରାୟ 14 ହଜାର କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକୁ ସମୟସୀମା ଭିତରେ ଶେଷ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ଯେତେବେଳେ ଏହିସବୁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଯିବ ତ ଏହାଦ୍ୱାରା ତିନି ଲକ୍ଷ ପଞ୍ଚସ୍ତରୀ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ପରିସରଭୁକ୍ତ କରାଯାଇ ପାରିବ ।

ଭାଇ ଓ ଭଉଣୀମାନେ, ଜଳସେଚନ ଏବଂ ରେଳବାଇର ଏହି ପ୍ରକଳ୍ପଗୁଡ଼ିକୁ ସାକାର କରିବା ପାଇଁ ଆପଣଙ୍କର ଏବଂ ସାଂସଦଙ୍କର ଏବଂ ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଡକ୍ଟର ସୁଭାଷ ଭମ୍ରେ ମହାଶୟଙ୍କର ବହୁତ ବଡ଼ ଯୋଗଦାନ ରହିଛି । ସେ ଯେତେବେଳେ ମଧ୍ୟ ମୋ ସହିତ ସାକ୍ଷାତ କରୁଥିଲେ, ଏଠାକାର ମରୁଡ଼ିଗ୍ରସ୍ତ ଅଂଚଳର ଚିନ୍ତା ପ୍ରତ୍ୟେକ ଥର ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । ସୁଲୱାଡ଼େ ଜାମଫଲ କାନୁଲି ଜଳସେଚନ ଯୋଜନା ପାଇଁ ସେମାନେ କ୍ରମାଗତ ଭାବେ ମୋ ପଛରେ ପଡ଼ିଥିଲେ ।

ଏହି ପ୍ରକଳ୍ପକୁ ନେଇ ବିଗତ ଦୁଇ ଦଶକ ଧରି କେବଳ କଥାବାର୍ତ୍ତା ଚାଲିଥିଲା । 24 ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଆଜି ଶିଳାନ୍ୟାସ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ତାପି ନଦୀରୁ ପାଣି ଆଣି ଏଠାକାର ଅନେକ ଗାଁକୁ  ଜଳସେଚନ ପରିସରକୁ ଅଣାଯାଇ ପାରିବ, ଯାହାର ସୁଫଳ ହଜାର ହଜାର କୃଷକଙ୍କୁ ମିଳିବ ।

ସାଥୀଗଣ, କୃଷକଙ୍କୁ ଜଳସେଚନ ସୁବିଧା ସହିତ ଯୋଡ଼ିବା ହେଉ ଅବା ପୁଣି ମରୁଡ଼ି ଅବା ବନ୍ୟା ଦାଉରୁ ହେଉଥିବା କ୍ଷତିରୁ ରକ୍ଷା କରିବା ହେଉ, କେନ୍ଦ୍ର ସରକାର ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ସହିତ କୃଷକଙ୍କ ହିତ ପାଇଁ କାର୍ଯ୍ୟ କରିଛନ୍ତି ।

ଭାଇ ଓ ଭଉଣୀମାନେ, କୃଷକ ଏବଂ ପଶୁପାଳକଙ୍କୁ ସଶକ୍ତ କରିବା ପାଇଁ ଏହି ବଜେଟରେ ମଧ୍ୟ କେନ୍ଦ୍ର ସରକାର ବଡ଼ ଯୋଜନା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଦ୍ୱାରା ଏଭଳି କୃଷକମାନଙ୍କୁ ଯେଉଁମାନଙ୍କ ପାଖରେ ପାଞ୍ଚ ଏକରରୁ କମ୍ ଜମି ଅଛି, ସେମାନଙ୍କ ବ୍ୟାଙ୍କ ଖାତାରେ ପ୍ରତ୍ୟେକ ବର୍ଷ କେନ୍ଦ୍ର ସରକାର ଛଅ ହଜାର ଟଙ୍କା ଜମା କରିବେ । ଏହାଦ୍ୱାରା ମୋ କୃଷକମାନଙ୍କୁ ଠିକ୍ ସମୟରେ ସାର କିଣିବା, ମଞ୍ଜି କିଣିବା, କୀଟନାଶକ କିଣିବାରେ ସହାୟତା ମିଳିବ । ସାହୁକାରଙ୍କଠାରୁ ସେମାନଙ୍କୁ ସୁଧ ଦେଇ ଅର୍ଥ ଆଣିବାକୁ ପଡ଼ିବ ନାହିଁ ।

ସାଥୀଗଣ, ଏହି ଯୋଜନା ଅଧୀନରେ ଆଗାମୀ ଦଶ ବର୍ଷ ମଧ୍ୟରେ କୃଷକମାନଙ୍କ ପାଇଁ ସାଢ଼େ ସାତ ଲକ୍ଷ କୋଟି ଟଙ୍କା ଜମା କରାଯିବ । ଏହା ବ୍ୟତୀତ ଏହା ମଧ୍ୟ ସ୍ଥିର କରାଯାଇଛି କି ପଶୁପାଳକଙ୍କୁ ମଧ୍ୟ ଏବେ ଫସଲ ଋଣ ଭଳି କିଷାନ କ୍ରେଡିଟ କାର୍ଡରେ ଋଣ ସୁବିଧା ମିଳି ପାରିବ । ଏହାଦ୍ୱାରା ଆମର ଦୁଗ୍ଧ ଉତ୍ପାଦକମାନେ, ଡାଇରୀ ଉଦ୍ୟୋଗକୁ ବହୁତ ବଡ଼ ଲାଭ ମିଳିବ ଆଉ ଗାଁମାନଙ୍କୁ ଅଧିକ ଆୟ ଆସିବ ।

ସାଥୀଗଣ, ଗାଁମାନଙ୍କୁ ନେଇ ତ ଧୂଆଁର ନିଜର ଏକ ସମୃଦ୍ଧ ଇତିହାସ ରହିଛି । ଏହା ହେଉଛି ଗୋ-ମାତାଙ୍କ ଭୂମି । ମହାନ ସ୍ୱାଧୀନତା ସଂଗ୍ରାମୀ ରାମେଶ୍ୱର ପ୍ରସାଦ ମହାଶୟ ନିଜର 24 ଏକର ଜମି ଗୋ-ସେବା ପାଇଁ ସମର୍ପିତ କରି ଦେଇଥିଲେ । ଧୂଲେର ଏହି ପରମ୍ପରାକୁ ଏବେ ଆଉ ଏକ ଶକ୍ତି ମିଳିବାକୁ ଯାଉଛି । କେନ୍ଦ୍ର ସରକାର ଏହି ବଜେଟରେ ଗୋମାତା ଏବଂ ଗୋ ବଂଶର ସେବା ଏବଂ ସେମାନଙ୍କ ବଂଶବୃଦ୍ଧି ପାଇଁ କାମଧେନୁ ଆୟୋଗ ଗଠନ କରିବାର ନିଷ୍ପତି ନେଇଛନ୍ତି । ଏହି ଆୟୋଗ, ପଶୁଧନ ମାଧ୍ୟମରେ ଆମ ଗାଁର ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ସାଥୀଗଣ, ଗାଁ ହେଉ, ଗରିବ ହୁଅନ୍ତୁ, ଅବା ପୁଣି ଆମର ଆଦିବାସୀ, କେନ୍ଦ୍ର ସରକାର ଏବଂ ମହାରାଷ୍ଟ୍ର ସରକାର ସମ୍ପୂର୍ଣ୍ଣ କ୍ଷମତାର ସହିତ କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶର ସଂକଳ୍ପକୁ ଆମେ ଭୂମି ଉପରେ ତାହାକୁ ସ୍ଥାପନ କରିବାରେ ଲାଗିଛୁ । ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଦ୍ୱାରା ମହାରାଷ୍ଟ୍ରର ଗରିବ, ଶୋଷିତ, ବଂଚିତ ଏବଂ ଆଦିବାସୀ ପରିବାରଗୁଡିକୁ ବହୁତ ବଡ଼ ଲାଭ ହେଉଛି । ଏହା ଅଧିନରେ ଏ ପର୍ଯ୍ୟନ୍ତ ଦେଶରେ 12 ଲକ୍ଷରୁ ଅଧିକ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ମିଳି ସାରିଛି । ଯେଉଁଥିରେ ମହାରାଷ୍ଟ୍ରର 70 ହଜାରରୁ ଅଧିକ ଏବଂ ଧୂଲେର ପ୍ରାୟ 1800 ରାଗୀଙ୍କୁ ଏହାର ଲାଭ ମିଳିଛି ।

ପ୍ରତ୍ୟେକ ବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁନିଶ୍ଚିତ କରୁଥିବା ଏହି ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଗରିବ, ବଂଚିତ, ଆଦିବାସୀ ପରିବାରଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି । ଏବେ ଏଠାରେ ମଂଚକୁ ଆସିବା ପୂର୍ବରୁ ମୁଁ ଏଠାରେ ଆୟୁଷ୍ମାନ ଭାରତ ଯୋଜନାର ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି ହିତାଧିକାରୀମାନଙ୍କୁ ସାକ୍ଷାତ କରିବାର ମୋତେ ସୁଯୋଗ ମିଳିଲା । ପୂର୍ବରୁ କିଭଳି ଚିକିତ୍ସାର ଖର୍ଚ୍ଚ ବିଷୟରେ ଚିନ୍ତାକରି ସେ ଚିକିତ୍ସାକୁ ଏଡାଇ ଦେଉ ଥିଲେ । ରୋଗ ସହିତ ଳଢେଇ କରୁଥିଲେ, ମୃତ୍ୟୁର ପ୍ରତୀକ୍ଷା କରୁଥିଲେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା କରିପାରୁ ନ ଥିଲେ । କିନ୍ତୁ ଯେପରି ହିଁ  ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ବିଷୟରେ ଜଣା ପଡିଲା, ସେମାନେ ତାହାର ଲାଭ ନେଲେ । ଆଉ ଆଜି କିପରି ଆୟୁଷ୍ମାନ ଭାରତ ଯୋଜନା ଅନେକ ଜୀବନକୁ ବଂଚାଇଛି । ଏକ ନୂତନ ସ୍ୱପ୍ନ ସହିତ ଆଜି ମୁଁ ସେମାନଙ୍କ ସହିତ ଯେତେବେଳେ କଥା ହେଉଥିଲି ତ ସେମାନଙ୍କ ଆଖିରେ ସେହି ଚେତନା ଦୃଷ୍ଟିଗୋଚର ହେଉଥିଲା । ନୂତନ ସ୍ୱପ୍ନ ବୁଣୁଥିଲେ । ବାସ୍ତବରେ ସେମାନଙ୍କ କଥା ଶୁଣି ମୋ ମନକୁ ଏତେ ଶାନ୍ତି ମିଳୁଥିଲା । ସେମାନଙ୍କ ଆଶୀର୍ବାଦ ମୋତେ ସେହି ଶକ୍ତି ଦେଉଥିଲା, କି ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଯେତେ କିଛି କରି ପାରିପାରିବି । କେବେ କିଛି ଅଭାବ ରହିବ ନାହିଁ ।

ଭାଇ ଓ ଭଉଣୀମାନେ, ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ  ବିକାଶ ମୂଳକ ପ୍ରକଳ୍ପ ପାଇଁ ବହୁତ ବହୁତ ଶୁଭକାମନା ଜଣାଇବା ସହିତ ମୋ କଥାକୁ ସମାପ୍ତ କରୁଛି ।

ଆପଣ ଦୁଇ ମୁଠା ବନ୍ଦ କରି ସମ୍ପୂର୍ଣ୍ଣ ଶକ୍ତିର ସହିତ ମୋ ସହିତ କୁହନ୍ତୁ,

ଭାରତ ମାତା କୀ ଜୟ

ସ୍ୱର ସମ୍ପୂର୍ଣ୍ଣ ଖାନଦେଶକୁ ଶୁଭିବା ଦରକାର ।

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ

ବହୁତ ବହୁତ ଧନ୍ୟବାଦ ।

**********