Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହିଳା ୭୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୭୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅରୁନ୍ଧତୀ ଚୌଧୁରୀ ତାଙ୍କ ଚମତ୍କାର ବିଜୟ ସହିତ ଇତିହାସ ରଚିଛନ୍ତି ଏବଂ ତାଙ୍କର ବୈଷୟିକ ଉତ୍କର୍ଷତା ଏବଂ ଅତୁଟ ଆତ୍ମବିଶ୍ୱାସକୁ ପ୍ରଶଂସା କରିଛନ୍ତି। 

ଆଗାମୀ ବର୍ଷଗୁଡ଼ିକରେ ଆହୁରି ଅନେକ ସଫଳତା ପାଇଁ ଶ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। 

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି; 

“ଗ୍ଲାସଗୋ ରାଜ୍ୟଗୋଷ୍ଠି କ୍ରୀଡାରେ ମହିଳା ୭୦ କେଜି ବକ୍ସିଂ ଇଭେଣ୍ଟରେ ଅରୁନ୍ଧତୀ ଚୌଧୁରୀ ଚମତ୍କାର ସ୍ୱର୍ଣ୍ଣ ପଦକ ସହ ଇତିହାସ ରଚିଛନ୍ତି! ସେ ବୈଷୟିକ ଉତ୍କର୍ଷତା ଏବଂ ଅତୁଟ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଥିଲେ। ତାଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷଗୁଡ଼ିକରେ ତାଙ୍କର ଆହୁରି ଅନେକ ସଫଳତା କାମନା କରୁଛି। 

#CWG2026”

HS