Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଦକ ଦ୍ରବ୍ୟ, ନିଶା ଦ୍ରବ୍ୟର ଚୋରା କାରବାର ଓ ଚାଲାଣ ରୋକିବା ଲାଗି ଭାରତ-ଇଣ୍ଡୋନେସିଆ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମାଦକଦ୍ରବ୍ୟ, ନିଶା ଦ୍ରବ୍ୟର ବେଆଇନ କାରବାର ଏବଂ ଚାଲାଣର ମୁକାବିଲା ଲାଗି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବୁଝାମଣାପତ୍ରରେ ସ୍ୱାକ୍ଷରକୁ ମଞ୍ଜୁର କରିଛନ୍ତି ।

ଏହି ବୁଝାମଣା ଫଳରେ ମାଦକ ଦ୍ରବ୍ୟ ଏବଂ ନିଶା ଦ୍ରବ୍ୟର ନିୟନ୍ତ୍ରଣ ତଥା ମାଦକ ଦ୍ରବ୍ୟର ଚୋରା କାରବାରର ମୁକାବିଲା କରିବା ଲାଗି ପାରସ୍ପରିକ ସହଯୋଗରେ ସହାୟତା ମିଳିପାରିବ । ସ୍ୱାକ୍ଷର ତାରିଖ ଠାରୁ ଏହା ଲାଗୁ ହେବ ଏବଂ 5 ବର୍ଷର ଅବଧି ପର୍ଯ୍ୟନ୍ତ ପ୍ରଭାବୀ ରହିବ ।

ଭାରତ 37ଟି ଦେଶ ସହିତ ଏପରି ସନ୍ଧି/ବୁଝାମଣାରେ ସ୍ୱାକ୍ଷର କରିଛି ।

ବୁଝାମଣାର ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା :

  • ଏହି ବୁଝାମଣା ଦ୍ୱାରା ଦୁଇ ଦେଶ ମଧ୍ୟରେ ମିଳିତ ଜାତିସଂଘ ଅନ୍ତର୍ଜାତୀୟ ଡ୍ରଗ ନିୟନ୍ତ୍ରଣ ସନ୍ଧି ଅନୁଯାୟୀ ମାଦକ ଦ୍ରବ୍ୟ ଏବଂ ନିଶାଦ୍ରବ୍ୟ ତଥା ମାଦକ ଦ୍ରବ୍ୟର ଚୋରା କାରବାର ଓ ଚାଲାଣର ମୁକାବିଲାରେ ସହଯୋଗ ବୃଦ୍ଧି ପାଇବ ।
  • ଏହି ବୁଝାମଣା ଅନ୍ତର୍ଗତ ସହଯୋଗରେ ମାଦକ ଦ୍ରବ୍ୟ, ନିଶା ଦ୍ରବ୍ୟର ଚୋରା କାରବାର ତଥା ଚାଲାଣର ମୁକାବିଲା ଲାଗି ଦୁଇ ଦେଶର ଜାତୀୟ ଆଇନରେ ବୈଧାନିକ ଉପାଦାନ ଉପରେ ଆଧାରିତ ବିବରଣୀର ଆଦାନପ୍ରଦାନ କରିବା, ମାଦକ ଦ୍ରବ୍ୟ, ନିଶା ଦ୍ରବ୍ୟର ଚୋରା କାରବାର ଓ ଚାଲାଣ ତଥା ନିଷିଦ୍ଧ ରାସାୟନିକ, ବେଆଇନ ଅର୍ଥ କାରବାରରେ ସାମିଲ ଲୋକମାନଙ୍କୁ ଚିହ୍ନଟ କରିବା ଦୃଷ୍ଟିରୁ ନିୟନ୍ତ୍ରିତ ବିତରଣ ପରିଚାଳନାର ଉପଯୋଗ କରିବାରେ ପରସ୍ପରକୁ ଅନୁମତି ଦେବା ଓ ସହାୟତା ଦେବା ସାମିଲ ରହିଛି ।

•        ଏହି ବୁଝମଣା ଅନୁଯାୟୀ ପ୍ରାପ୍ତ ସୂଚନା ଏବଂ ଦସ୍ତାବିଜର ଗୋପନୀୟତା ବଜାୟ ରଖିବାର ବ୍ୟବସ୍ଥା ବୁଝାମଣାପତ୍ରରେ କରାଯାଇଛି ।