Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନବିକ ଅଧିକାର ସୁରକ୍ଷା (ସଂଶୋଧନ) ବିଲ, 2018କୁ କ୍ୟାବିନେଟ ମଞ୍ଜୁରି


ଦେଶରେ ମାନବିକ ଅଧିକାରର ଉନ୍ନତ ସୁରକ୍ଷା ଏବଂ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାନବିକ ଅଧିକାର ସୁରକ୍ଷା (ସଂଶୋଧନ) ବିଲ, 2018 ଅନୁମୋଦନ ଲାଭ କରିଛି ।

(1) ଏହି ବିଲରେ ଆୟୋଗଙ୍କ ମାନ୍ୟତାପ୍ରାପ୍ତ ସଦସ୍ୟ ଭାବେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ମଧ୍ୟ ସାମିଲ କରିବାର ପ୍ରସ୍ତାବ ରହିଛି ।

(2) ଆୟୋଗ ଗଠନ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ମଧ୍ୟ ସାମିଲ କରିବାର ପ୍ରସ୍ତାବ ଏହି ବିଲରେ ରହିଛି ।

(3) ଜାତୀୟ ମାନବିକ ଅଧିକାର ଆୟୋଗ ଓ ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷଙ୍କ ପଦବୀ ଲାଗି ଯୋଗ୍ୟତା ଏବଂ ଚୟନର ସୀମା ବୃଦ୍ଧି କରିବା ସକାଶେ ମଧ୍ୟ ଏହି ବିଲରେ ପ୍ରସ୍ତାବ ରହିଛି ।

(4) ବିଲରେ କେନ୍ଦ୍ର ଶାସିତ ଅଂଚଳରେ ମାନବିକ ଅଧିକାର ଉଲ୍ଲଙ୍ଘନ ମାମଲାଗୁଡ଼ିକର ଅନୁଧ୍ୟାନ ଲାଗି ଏକ ବ୍ୟବସ୍ଥା ନିର୍ମାଣ କରିବାର ପ୍ରସ୍ତାବ ମଧ୍ୟ ରହିଛି ।

(5) ବିଲରେ ଜାତୀୟ ମାନବିକ ଅଧିକାର ଆୟୋଗ ଏବଂ ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ କାର୍ଯ୍ୟକାଳରେ ସଂଶୋଧନ ପାଇଁ ପ୍ରସ୍ତାବ ରହିଛି । ଯାହାଦ୍ୱାରା ଏହାକୁ ଅନ୍ୟ ଆୟୋଗଗୁଡ଼ିକର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ କାର୍ଯ୍ୟକାଳ ଅନୁରୂପ କରାଯାଇପାରିବ ।

ଲାଭ : ଏହି ସଂଶୋଧନ ଦ୍ୱାରା ଭାରତରେ ମାନବିକ ଅଧିକାର ସଂଶୋଧନକୁ ଦୃଢ଼ତା ମିଳିବ ଏବଂ ମାନବିକ ଅଧିକାର ଅନୁଷ୍ଠାନଗୁଡ଼ିକ ନିଜ ଦାୟିତ୍ୱ, ଭୂମିକା ଏବଂ ଉତ୍ତରଦାୟିତ୍ୱକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିପାରିବେ । କେବଳ ସେତିକି ନୁହେଁ ସଂଶୋଧିତ ଅଧିନିୟମ ଦ୍ୱାରା ମାନବିକ ଅଧିକାର ସଂସ୍ଥାଗୁଡ଼ିକ ଜୀବନ, ସ୍ୱାଧୀନତା, ସମାନତା ଏବଂ ବ୍ୟକ୍ତିର ସମ୍ମାନ ସହ ଜଡ଼ିତ ଅଧିକାରଗୁଡ଼ିକୁ ସୁନିଶ୍ଚିତ କରିବାରେ ସମକକ୍ଷ ବିଶ୍ୱସ୍ତରୀୟ ମାନଦଣ୍ଡର ପାଳନ କରିପାରିବେ ।

 

**********