Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାନବ ଉପଯୋଗ ସଂକ୍ରାନ୍ତ ମେଡିକାଲ ଉତ୍ପାଦର ନିୟନ୍ତ୍ରଣ କ୍ଷେତ୍ରରେ ବ୍ରିକ୍ସ ଦେଶର ଚିକିତ୍ସା ନିୟାମକ ଏଜେନ୍ସିମାନଙ୍କ ମଧ୍ୟରେ ସହଯୋଗ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମାନବ ଉପଯୋଗ ସଂକ୍ରାନ୍ତ ମେଡିକାଲ ଉତ୍ପାଦର ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ନିମନ୍ତେ ବ୍ରିକ୍ସ ଦେଶମାନଙ୍କର ଚିକିତ୍ସା ନିୟାମକ ଏଜେନ୍ସି ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ପ୍ରସ୍ତାବିତ ଏମଓୟୁ ସହ ସମ୍ପୃକ୍ତ ପକ୍ଷ ମଧ୍ୟରେ ନିୟାମକ ଦିଗ ବିଷୟରେ ଉନ୍ନତ ବୁଝାମଣା ବିକଶିତ କରିବାରେ ସହଜ ହେବ । ଏଥିସହିତ ଭାରତରୁ ବ୍ରିକ୍ସ ଦେଶଗୁଡ଼ିକୁ ମେଡିକାଲ ଉତ୍ପାଦର ରପ୍ତାନିରେ ବିଶେଷ ସହାୟତା ମିଳିପାରିବ ।

***