ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସନ୍ଧ୍ୟାରେ ଆମେରିକାର ରାଷ୍ଟ୍ରପତି ମିଷ୍ଟର ବାରାକ ଓବାମାଙ୍କ ଠାରୁ ଏକ ଫୋନ କଲ୍ ପାଇ କଥାବାର୍ତ୍ତା ହୋଇଥିଲେ ।
ଗତ କିଛିବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ଏବଂ ପାରସ୍ପରିକ ସହଯୋଗ ନେଇ ଉଭୟ ନେତା ଆଲୋଚନା କରିବା ବେଳେ ସନ୍ତୋଷ ବ୍ୟକ୍ତ କରିଥିଲେ ।
ଭାରତ – ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ରାଷ୍ଟ୍ରପତି ଓବାମାଙ୍କ ସହଯୋଗ ଓ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।
ଏଥିସହିତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓବାମାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।