ପିଏମଇଣ୍ଡିଆ
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ 8 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝୁନଝୁନୁ ଗସ୍ତ କରିବେ ।
କନ୍ୟା ଶିଶୁଙ୍କ ସୁରକ୍ଷା ଏବଂ ଶିକ୍ଷାକୁ ନେଇ ସରକାରଙ୍କ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ ପୂର୍ବକ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ(ବିବିବିପି)କୁ ଉଦ୍ଘାଟନ କରିବେ । ଏହାଫଳରେ ବିବିବିପି କାର୍ଯ୍ୟକ୍ରମ 161 ଜିଲ୍ଲାରୁ ଦେଶବ୍ୟାପୀ 640 ଜିଲ୍ଲାକୁ ସଂପ୍ରସାରିତ ହେବ ।
ଏହି କାର୍ଯ୍ୟକ୍ରମର ହିତାଧିକାରୀ ଥିବା ମା’ ଏବଂ କନ୍ୟା ସନ୍ତାନମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ । ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ରୂପାୟନରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାମାନଙ୍କୁ ସେ ପ୍ରମାଣପତ୍ର ପ୍ରଦାନ କରିବେ ।
ଆଉ ଏକ ଐତିହାସିକ ପଦକ୍ଷେପ କ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଝୁନଝୁନୁଠାରେ ଦେଶବ୍ୟାପୀ ଜାତୀୟ ପୁଷ୍ଟିସାଧନ ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ସେ ଏନଏନଏମ-ଆଇସିଡିଏସ କମନ ଆପ୍ଲିକେସନ ସଫ୍ଟୱେରକୁ ଶୁଭାରମ୍ଭ କରିବେ । ଏହି ମିଶନର ଲକ୍ଷ୍ୟ ହେଉଛି କୁପୋଷଣ ଓ ଜନ୍ମ ସମୟରେ ଶିଶୁଙ୍କ କମ ଓଜନ ଭଳି ସମସ୍ୟା ହ୍ରାସ କରିବା, ଶିଶୁ ଏବଂ କିଶୋରୀ ମାନଙ୍କର ରକ୍ତହୀନତା ହ୍ରାସ କରିବା ତଥା ପିଲାମାନଙ୍କ ବିକାଶରେ ଦେଖାଦେଉଥିବା ବାଧାକୁ ଦୂର କରିବା ।
Tomorrow, on International Women’s Day, I look forward to visiting Jhunjhunu in Rajasthan to mark the start of the National Nutrition Mission.
— Narendra Modi (@narendramodi) March 7, 2018
The National Nutrition Mission is a landmark initiative that seeks to reduce under-nutrition and low birth weight, bring down anaemia among young children, women and adolescent girls and to reduce the prevalence of stunting among children.
— Narendra Modi (@narendramodi) March 7, 2018
Tomorrow’s programme in Jhunjhunu will also mark the expansion of the #BetiBachaoBetiPadhao movement. From 161 districts, the movement will transform lives across 640 districts. This will usher in a positive change in the lives of several girls and their families.
— Narendra Modi (@narendramodi) March 7, 2018