ପିଏମଇଣ୍ଡିଆ

ଶ୍ରୀ ମେମନ ମାଥ୍ୟୁ, ଶ୍ରୀ ଜ୍ୟାକବ ମାଥ୍ୟୁ, ଶ୍ରୀ ଜୟନ୍ତ ଜ୍ୟାକବ ମାଥ୍ୟୁ, ଶ୍ରୀ ପ୍ରକାଶ ଜାଭଡେକର ଓ ଡଃ ଶଶୀ ଥରୁର, ପ୍ରିୟ ଅତିଥି ବୃନ୍ଦ, ନମସ୍କାର,
ମାଲାୟାଲା ମନୋରମା ସମାଚାର ସମ୍ମିଳନୀ-2019କୁ ସମ୍ବୋଧିତ କରି ମୁଁ ଖୁବ ଆନନ୍ଦିତ । ମୁଁ କେରଳର ପବିତ୍ର ମାଟି ଏବଂ ଏହାର ଅଦ୍ୱିତୀୟ ସଂସ୍କୃତିକୁ ପ୍ରଣାମ କରୁଛି । ଏହା ଆଧ୍ୟାତ୍ମ ଓ ସାମାଜିକ ଜ୍ଞାନୋଦୟର ଭୂମି ଯାହାକି ଭାରତକୁ ଆଦି ଶଙ୍କର, ମହାତ୍ମା ଆୟନକଲି, ଶ୍ରୀ ନାରାୟଣ ଗୁରୁ, ଛତମ୍ବି ସ୍ୱାମୀଗଲ ପଣ୍ଡିତ କରୁପ୍ପନ, ସନ୍ଥ କୁରିଆକୋସ ଏଲିୟାସ ଛାଭରା, ସନ୍ଥ ଆଲଫୋନ୍ସୋ ଏବଂ ଅନ୍ୟ ମହାପୁରୁଷମାନଙ୍କୁ ଜନ୍ମ ଦେଇଛି । ବ୍ୟକ୍ତିଗତ ଭାବେ କେରଳ ମୋ ପାଇଁ ବିଶେଷ ସ୍ଥାନ, ମୋତେ କେରଳ ଯାତ୍ରା କରିବାର ଅନେକ ଅବସର ମିଳିଛି । ଦେଶର ଜନତା ମୋତେ ପୁଣି ଥରେ ଏକ ବଡ ଦାୟିତ୍ୱ ଅର୍ପଣ କରିବା ପରେ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିର ପରିଦର୍ଶ ମୁଁ ପ୍ରଥମ କାମ କରିଥିଲି ।
ବନ୍ଧୁଗଣ,
ମାଲାୟାଲା ମନୋରମା ସମାଚାର ସମ୍ମିଳନୀରେ ମୋର ସମ୍ବୋଧନ ଅନେକ ଜିଜ୍ଞାସା ସୃଷ୍ଟି କରିଛି । ସାଧାରଣତଃ ଏହା ମନେ କରାଯାଏ କି ବିଶିଷ୍ଟ ବ୍ୟକ୍ତିମାନେ ଏପରି ମଂଚକୁ ଯିବାକୁ ପ୍ରଥମିକତା ଦେଇଥାନ୍ତି ଯେଉଁଠାରେ ତାଙ୍କ ଚିନ୍ତାଧାରା ଅନ୍ୟ ବ୍ୟକ୍ତିର ଦୁନିଆ ସହିତ ମିଶୁଥିବ । କାରଣ ଏହିପରି ଲୋକମାନଙ୍କ ମଧ୍ୟକୁ ଯିବାରେ ଅନେକ ଆରାମ ମିଳିଥାଏ । ନିଶ୍ଚିତ ରୂପେ ମୁଁ ମଧ୍ୟ ଏହିପରି ମାହୋଲକୁ ଯାଇ ଆନନ୍ଦ ଉଠାଏ । ଏଥିସହିତ ମୋର ମାନିବା ହେଉଛି କି ବ୍ୟକ୍ତି ଏବଂ ସଙ୍ଗଠନ ମଧ୍ୟରେ ନିରନ୍ତର ଭାବେ ଆଲୋଚନା ଜାରି ରହିବା ଆବଶ୍ୟକ ଏନେଇ ବ୍ୟକ୍ତିର ଚିନ୍ତନ ପ୍ରକ୍ରିୟା ଯେକୌଣସି ପ୍ରକାର ହେଉ ନା କାହିଁକି ।
ଏହା ଜରୁରି ନୁହେଁ କି ଆମେ ସବୁ କଥାରେ ସହମତ ହେବୁ, ମାତ୍ର ବିଭିନ୍ନ କ୍ଷେତ୍ରର ସାର୍ବଜନୀନ ଜୀବନରେ ଏତିକି ଶିଷ୍ଟାଚାର ରହିବା ଆବଶ୍ୟକ କି ଆମେ ପରସ୍ପରର ବିଚାର ସମ୍ବନ୍ଧରେ ଚିନ୍ତା କରିପାରିବା । ଏଠାରେ ମୁଁ ଏପରି ମଂଚରେ ଅଛି ଯେଉଁଠାରେ ହେଇପାରେ କି ଏପରି ଖୁବ କମ ଲୋକ ମୋ ପରି ଚିନ୍ତା କରୁଥିବେ । ମାତ୍ର ଏପରି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ସୃଜନାତ୍ମକ ଆଲୋଚନାକୁ ମୁଁ ସ୍ୱାଗତ କରୁଛି ।
ବନ୍ଧୁଗଣ,
ମୁଁ ଜାଣିଛି ଯେ ମାଲାୟାଲା ମନୋରମା ଏକ ଶତାବ୍ଦୀରୁ ମଧ୍ୟ ଅଧିକ ସମୟ ହେବ ମାଲାୟଲୀ ହୃଦୟ ଓ ମସ୍ତିସ୍କର ଅଂଶବିଶେଷ ଭାବେ ରହିଛି । ଏହା ନିଜର ଖବର ଜରିଆରେ କେରଳ ଜନସାଧାରଣଙ୍କୁ ଅଧିକ ସଚେତନ କରିଛି । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରିବାରେ ଏକ ଭୂମିକା ନିର୍ବାହ କରିଛି । ଅନେକ ଯୁବବର୍ଗ ବିଶେଷ କରି ଯେଉଁମାନେ ପ୍ରତିଯୋଗିତା ପୂର୍ଣ୍ଣ ପରୀକ୍ଷାରେ ବସନ୍ତି ସେମାନେ ଆପଣଙ୍କ ବାର୍ଷିକ ପୁସ୍ତକ ନିଶ୍ଚିତ ଭାବେ ପଢ଼ିଥିବେ ! ତେଣୁ ଆପଣ ଅନେକ ପିଢିଙ୍କ ମଧ୍ୟରେ ପ୍ରସିଦ୍ଧ । ମୁଁ ସେହି ସମସ୍ତ ସମ୍ପାଦକ, ଖବରଦାତା ଏବଂ କର୍ମଚାରୀମାନଙ୍କୁ ଅଭିବାଦନ କରୁଛି ଯେଉଁମାନେ କି ଏହି ମହାନ ଯାତ୍ରାର ଅଂଶବିଶେଷ ରହିଛନ୍ତି ।
ବନ୍ଧୁଗଣ,
ଏହି ସମ୍ମିଳନୀର ଆୟୋଜକ ମାନେ ଏକ ଅତି ରୋଚକ ବିଷୟ ବସ୍ତୁ-ନୂତନ ଭାରତ ଚୟନ କରିଛନ୍ତି । ଆଲୋଚକ ଆପଣମାନଙ୍କୁ ପ୍ରଶ୍ନ କରିପାରନ୍ତି-କ’ଣ ଆପଣ ବି ଏବେ ମୋଦୀ ଜୀଙ୍କ ଭାଷା କହିବାକୁ ଲାଗିଛନ୍ତି? ମୋର ଆଶା ଯେ ଆପଣ ଏହାର ଜବାବ ପ୍ରସ୍ତୁତ କରି ରଖିଛନ୍ତି ! ମାତ୍ର ଯେହେତୁ ଆପଣମାନେ ଏକ ବିଷୟବସ୍ତୁର ଚୟନ କରିଛନ୍ତି ଯାହାକି ମୋ ହୃଦୟର ଅତି ନିକଟତର, ଏଥିପାଇଁ ମୁଁ ଆପଣଙ୍କ ସହିତ ଏହି ଅବସରକୁ ବାଂଟିବାକୁ ଚାହିଁବି । ନୂତନ ଭାରତର ଭାବନା ସମ୍ବନ୍ଧରେ ମୁଁ କ’ଣ ଭାବୁଛି ।
ବନ୍ଧୁଗଣ,
ମୁଁ ସବୁବେଳେ କହିଛି-ଆମେ ଆଗକୁ ବଢ଼ୁ କିମ୍ବା ନବଢ଼ୁ, ଆମେ ପରିବର୍ତ୍ତନ ଚାହୁଁ କିମ୍ବା ନ ଚାହୁଁ, ଭାରତ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି ପରିବର୍ତ୍ତନ ଭଲ ପାଇଁ ହେଉଛି । ନୂତନ ଭାରତର ଭାବନାର ମର୍ମରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଆକାଂକ୍ଷା, ସାମୂହିକ ପ୍ରୟାସ ଏବଂ ରାଷ୍ଟ୍ରୀୟ ପ୍ରଗତିର ପ୍ରଭୁତ୍ୱ ଭାବନା ରହିଛି । ନୂତନ ଭାରତ ସହଭାଗୀ ଗଣତନ୍ତ୍ର, ନାଗରିକଙ୍କ ସରକାର ଏବଂ ଅତି ସକ୍ରିୟ ନାଗରିକଙ୍କ ପାଇଁ । ନୂତନ ଭାରତ ଉତ୍ତରଦାୟୀ ଜନସାଧାରଣ ଏବଂ ଉତ୍ତରଦାୟୀ ସରକାରଙ୍କ ସମୟ ।
ବିଶିଷ୍ଟ ଅତିଥି ଗଣ, ଅନେକ ବର୍ଷ ଧରି ଏକ ଏପରି ସଂସ୍କୃତି ଆଗକୁ ବଢ଼ୁଥିଲା ଯେଉଁଥିରେ ଆକାଂକ୍ଷା ଏକ ଖରାପ ଶବ୍ଦ ଥିଲା । ଦ୍ୱାର ଖୋଲିବା ଆପଣମାନଙ୍କ ସମ୍ପର୍କ ଉପରେ ନିର୍ଭର କରୁଥିଲା । ସଫଳତା ଏହି ବିଷୟ ଉପରେ ନିର୍ଭର କରୁଥିଲା କି ଆପଣ କ’ଣ ଧନ ଏବଂ ପଦବୀ ରଖୁଥିବା କୌଣସି ଗୋଷ୍ଠୀ ସହିତ ସମ୍ପର୍କ ରଖିଛନ୍ତି ନା ନାହିଁ । ବଡ ସହର, ବଛା ଯାଇଥିବା ବଡ ସଂସ୍ଥାନ ଏବଂ ବଡ ପରିବାର-ଏହି ସବୁ ମାନେ ରଖୁଥିଲା । ଲାଇସେନ୍ସ ରାଜ ଏବଂ ପରମିଟ ରାଜର ଆର୍ଥିକ ସଂସ୍କୃତି ବ୍ୟକ୍ତିମାନଙ୍କର ମହତ୍ୱକାଂକ୍ଷା ମଧ୍ୟରେ ଫସି ଯାଇଥିଲା । ମାତ୍ର ଆଜି ଉନ୍ନତି ପାଇଁ ବିଷୟ ବଦଳୁଛି । ଆମେ ଉତ୍ସାହପୂର୍ଣ୍ଣ ଷ୍ଟାର୍ଟ-ଅପ ପରିସଂସ୍ଥାନ ପ୍ରଣାଳୀରେ ନୂତନ ଭାରତର ଭାବନାକୁ ଦେଖୁଛୁ । ହଜାର ହଜାର ପ୍ରତିଭାଶାଳୀ ଯୁବକ ଚମତ୍କାର ମଞ୍ଚ ତିଆରି କରୁଛନ୍ତି, ଉଦ୍ୟୋଗ ପ୍ରତିଷ୍ଠା ପ୍ରତି ସେମାନଙ୍କର ଉତ୍ସାହର ପ୍ରଦର୍ଶନ କରୁଛନ୍ତି । ଆମେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଏହି ଉତ୍ସାହ ଦେଖିଛୁ ।
ଭାରତ ଏବେ ନୂତନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟତା ହାସଲ କରୁଛି ପୂର୍ବରୁ ଯେଉଁଠାରେ ଆମେ କ୍ୱଚିତ ଦେଖା ଯାଉଥିଲେ । ଷ୍ଟାର୍ଟ-ଅପ ହେଉ କିମ୍ବା କ୍ରୀଡା, ଏହି ଉତ୍ସାହକୁ କିଏ ଶକ୍ତି ପ୍ରଦାନ କରୁଛି? ଏମାନେ ହେଉଛନ୍ତି ଛୋଟ ସହର ଏବଂ ଗ୍ରାମର ସାହସୀ ଯୁବକ ଯେଉଁମାନଙ୍କ ବିଷୟରେ ଅଧିକାଂଶ ଲୋକ ଶୁଣି ମଧ୍ୟ ନଥିବେ । ପ୍ରତିଷ୍ଠିତ ପରିବାର ସହିତ ସେମାନଙ୍କର ସମ୍ପର୍କ ନାହିଁ କିମ୍ବା ସେମାନଙ୍କ ପାଖରେ ବଡ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନଙ୍କ ପାଖରେ ବହୁତ ବଡ ମାତ୍ରାରେ ସମର୍ପଣ ଏବଂ ଆକାଂକ୍ଷା ରହିଛି । ସେମାନେ ସେମାନଙ୍କର ଆକଂକ୍ଷାକୁ ଉତ୍କୃଷ୍ଟତାରେ ପରିବର୍ତ୍ତନ କରୁଛନ୍ତି ଏବଂ ଭାରତକୁ ଗୌରବାନ୍ୱିତ କରୁଛନ୍ତି । ମୋ ପାଇଁ ଏହା ହେଉଛି ନୂତନ ଭାରତର ଉତ୍ସାହ । ଏହା ହେଉଛି ଏକ ଏପରି ଭାରତ ଯେଉଁଠାରେ ଯୁବକମାନଙ୍କ ସାଙ୍ଗିଆର କୌଣସି ଗୁରୁତ୍ଵ ନାହିଁ, ଗୁରୁତ୍ଵ ରହିଛି ତ କେବଳ ନିଜର ନାଁ କମାଇବା ପାଇଁ ସେମାନଙ୍କ କ୍ଷମତା । ଏହା ଏକ ଏପରି ଭାରତ ଯେଉଁଠାରେ ଭ୍ରଷ୍ଟାଚାର କେବେ ବି ଏକ ବିକଳ୍ପ ନୁହେଁ, ଯେକୌଣସି ବ୍ୟକ୍ତି ହେଉ ନା କାହିଁକି । କେବଳ ଯୋଗ୍ୟତା ହିଁ ହେଉଛି ଏକ ମାପକାଠି । ନୂତନ ଭାରତ କିଛି ବଛା ହୋଇଥିବା ଲୋକଙ୍କ ସ୍ୱର ନୁହେଁ । ଏହା 130 କୋଟି ଭାରତୀୟଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସ୍ୱର ଏବଂ ଗଣମାଧ୍ୟମ ମଞ୍ଚ ଲାଗି ଏହା ଜରୁରି ଯେ, ସେମାନେ ଲୋକମାନଙ୍କ ଏହି ସ୍ୱରକୁ ଶୁଣନ୍ତୁ । ପ୍ରତ୍ୟେକ ନାଗରିକ ହୁଏତ କିଛି ଯୋଗଦାନ ଦେବାକୁ ଚାହେଁ ଅଥବା ଦେଶ ପାଇଁ କିଛି ଛାଡିବାକୁ ଚାହେଁ । ଏହାର ଉଦାହରଣ ହେଉଛି ନଷ୍ଟ ହେଉନଥିବା ପ୍ଲାଷ୍ଟିକର ବ୍ୟବହାରକୁ କମ କରିବା ପାଇଁ ଏଇ ନିକଟରେ ଗ୍ରହଣ କରାଯାଇଥିବା ପଦକ୍ଷେପ । ଏହା କେବଳ ନରେନ୍ଦ୍ର ମୋଦୀଙ୍କ ବିଚାର ଅଥବା ପ୍ରୟାସ ନୁହେଁ । ଭାରତର ଜନସାଧାରଣ ସ୍ୱୟଂ ଗାନ୍ଧିଜୀଙ୍କ 150ତମ ଜୟନ୍ତୀ ଅବସରରେ ନଷ୍ଟ ହେଉନଥିବା ପ୍ଲାଷ୍ଟିକରୁ ଭାରତକୁ ମୁକ୍ତ କରିବାର ସଂକଳ୍ପ ଗ୍ରହଣ କରିଛନ୍ତି । ଏହା ଏକ ଅସାଧାରଣ ସମୟ ଏବଂ ଏପରି କୌଣସି ଅବସର ନରହିବା ଉଚିତ ଯେତେବେଳେ କି ଆମ ଦେଶରେ ପରିବର୍ତ୍ତନ ନହେବ ।
ବନ୍ଧୁଗଣ,
ସରକାର ଭାବେ ଆମେ ଭାରତର ଉନ୍ନତି ପାଇଁ ବ୍ୟକ୍ତିଗତ ମହତ୍ଵାକାଂକ୍ଷା ଏବଂ ସାମୂହିକ ପ୍ରୟାସକୁ ଆଗକୁ ବଢାଇବା ଲାଗି ଯଥାସମ୍ଭବ ପ୍ରୟାସ କରିଛୁ । ଜୀବନକୁ ସୁଗମ କରିବା ହେଉ, ମୂଲ୍ୟ ଉପରେ ନିୟନ୍ତ୍ରଣ ଆଣିବା ହେଉ, ପାଞ୍ଚ ବର୍ଷ ମଧ୍ୟରେ 1.25 କୋଟି ଗୃହ ନିର୍ମାଣ କରିବା ହେଉ, ସମସ୍ତ ଗ୍ରାମକୁ ବିଦ୍ୟୁତ ସଂଯୋଗ ହେଉ, ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ କରିବା ହେଉ, ସ୍ୱାସ୍ଥ୍ୟ, ଶିକ୍ଷାର ମୌଳିକ ଢାଞ୍ଚାରେ ସୁଧାର ଆଣିବା ହେଉ, ଏଗୁଡ଼ିକ ହେଉଛନ୍ତି ଆମ ଯୁବବର୍ଗଙ୍କ ପାଇଁ ଉତ୍ତମ ପରିବେଶ ନିର୍ମାଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ । ଏହି ସରକାର ଯେପରି ଭାବେ କାର୍ଯ୍ୟ କରିଛନ୍ତି ତାହା ଚକିତ କଲାଭଳି । ଆମେ ଅନେକ ଦ୍ରୁତଗତିରେ ଏବଂ ବଡ ଧରଣର କାର୍ଯ୍ୟ ସହିତ ଅନ୍ତିମ ମାଇଲରେ ପହଂଚି ସାରିଛେ । 36 କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି, ଛୋଟ ଉଦ୍ୟୋଗୀମାନଙ୍କୁ 200 କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଆଠ କୋଟିରୁ ଅଧିକ ଗ୍ୟାସ ସଂଯୋଗ ଦ୍ୱାରା ଧୂଆଁ ମୁକ୍ତ ରୋଷେଇ ସମ୍ଭବ ହୋଇପାରିଛି, ସଡକ ନିର୍ମାଣର ଗତି ଦୁଇ ଗୁଣ ହୋଇଛି ।
ଏହା କେବଳ କିଛି ଉଦାହରଣ । ତଥାପି ମୋତେ ଯାହା ସବୁଠାରୁ ଅଧିକ ଖୁସି ପ୍ରଦାନ କରେ ଏବଂ ମୋ ଅନୁଯାୟୀ ଯାହା ନୂତନ ଭାରତର ସୁଗନ୍ଧ ତାହା ହେଉଛି ଭାରତର ଜନସାଧାରଣ କିପରି ଭାବେ ସ୍ୱାର୍ଥର ଉର୍ଦ୍ଧ୍ଵକୁ ଉଠି ସମାଜର ହିତ ଦେଖନ୍ତି । ଏହାର କାରଣ କ’ଣ ଯେ ଗରିବରୁ ଗରିବ ବ୍ୟକ୍ତି ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଜମା କରୁଛନ୍ତି ।
ଶୂନ୍ୟ ବାଲାନ୍ସ ଖାତା ହେବା ସତ୍ୱେ ଜନ ଧନ ଖାତାରେ? କ’ଣ ପାଇଁ ଆମ ମଧ୍ୟମବର୍ଗ ସେମାନଙ୍କର ଗ୍ୟାସ ସବସିଡି ଛାଡି ଦେଇଛନ୍ତି? କ’ଣ ପାଇଁ ଆମ ବରିଷ୍ଠ ନାଗରିକ ଗୋଟିଏ ମାତ୍ର ଅନୁରୋଧରେ ରେଲୱେରେ ପ୍ରଦାନ କରାଯାଉଥିବା ରିହାତି ଛାଡି ଦେଇଛନ୍ତି?
ହୋଇପାରେ ଯେ ଏହା ସଂରକ୍ଷଣ ସିଦ୍ଧାନ୍ତରେ ଗାନ୍ଧିଜୀଙ୍କ ଦ୍ୱାରା କୁହାଯାଇଥିବା ଅଭିବ୍ୟକ୍ତି । ଆଜି କେବଳ ଭାରତର ପରିବର୍ତ୍ତନ ଦେଖିବାକୁ ନେଇ ହାର୍ଦ୍ଦିକ ଇଚ୍ଛା ନାହିଁ ବରଂ ଏଥିରେ ନିଜର ଭୂମିକା ନିର୍ବାହ କରିବାର ଇଚ୍ଛା ରହିଛି । ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ଯେ କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଜନସାଧାରଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି କି ସେମାନେ ଭାରତକୁ ଆଗକୁ ନେଇଯିବାକୁ ଚାହୁଁଛନ୍ତି !
ବନ୍ଧୁଗଣ
ଆପଣ ଏପରି ପରିବର୍ତ୍ତନ ଦେଖୁଥିବେ ଯାହାକୁ କି ପୂର୍ବରୁ ଅସମ୍ଭବ ମନେ କରାଯାଉଥିଲା । ହରିୟାଣା ଭଳି ରାଜ୍ୟ ରେ ଏପରି ଚିନ୍ତା ମଧ୍ୟ କରାଯାଇ ପାରିନଥାନ୍ତା କି ସରକାରୀ ଚାକିରିରେ ପାରଦର୍ଶିତାର ସହିତ ନିଯୁକ୍ତ ପ୍ରଦାନ କରାଯାଇ ପାରେ । ମାତ୍ର ହରିୟାଣାର କୌଣସି ଗ୍ରାମକୁ ଯାଆନ୍ତୁ, ଜନସାଧାରଣ ପାରଦର୍ଶିତାର ସହିତ ନିଯୁକ୍ତି ହେବାର ଚର୍ଚ୍ଚା କରୁଛନ୍ତି । ଏବେ ଲୋକମାନଙ୍କୁ ରେଲୱେ ଷ୍ଟେସନରେ ୱାଇ-ଫାଇ ସୁବିଧାର ବ୍ୟବହାର କରୁଥିବାର ଦେଖାଯିବା ସାଧାରଣ ବିଷୟ ।
କିଏ ଚିନ୍ତା କରିପାରୁଥିଲା ଯେ ଏହା ଦିନେ ସତ ହେବ । ଏହା ପୂର୍ବରୁ ପ୍ଲାଟଫର୍ମର ମାଲ ଏବଂ ଯାତ୍ରୀମାନଙ୍କ ସହିତ ଯୋଡା ଯାଉଥିଲା । ମାତ୍ର ଏବେ ଟାୟାର-2 ଓ ଟାୟାର-3 ସହରରେ ସ୍କୁଲ ଅଥବା କଲେଜ ପରେ ଛାତ୍ରମାନେ ଷ୍ଟେସନକୁ ଯାଇଥା’ନ୍ତି, ୱାଇ-ଫାଇ ବ୍ୟବହାର କରନ୍ତି ଏବଂ ଆଗକୁ ବଢ଼ନ୍ତି । ସେହି ବ୍ୟବସ୍ଥା, ସେହି ଲୋକ, ମାତ୍ର ତୃଣମୂଳ ସ୍ତରରେ ଅନେକ ପରିବର୍ତ୍ତନ ହୋଇଛି ।
ବନ୍ଧୁଗଣ
ଭାରତରେ ଲୋକମାନଙ୍କ ଭାବନା କିପରି ଭାବେ ବଦଳିଛି ତାହାକୁ କେବଳ ଦୁଇଟି ଶବ୍ଦରେ ବୁଝା ଯାଇପାରେ । ପାଞ୍ଚ ବର୍ଷ ପୂର୍ବରୁ ଲୋକମାନେ ପଚାରୁଥିଲେ କି ଆମେ କ’ଣ କରିପାରିବୁ? କ’ଣ ନୀତିଗତ ଦୁର୍ବଳତା କାରଣରୁ ଆମେ ଭବିଷ୍ୟତରେ କିଛି କରିପାରିବା? ଆଜି ଲୋକ କହୁଛନ୍ତି କି-ଆମେ କରିପାରିବୁ! ଆମ ଭାରତ ସ୍ୱଚ୍ଛ ହେବ, ଆମେ ଭ୍ରଷ୍ଟାଚାରରୁ ମୁକ୍ତ ହେବୁ । ଆମେ ସୁଶାସନକୁ ଜନ ଆନ୍ଦୋଳନରେ ପରିଣତ କରିବୁ । “କରିବା” ଶବ୍ଦ ଯାହାକି ଏହା ପୂର୍ବରୁ ଆମ ନିରାଶାବାଦୀ ପ୍ରଶ୍ନର ପ୍ରତୀକ ଥିଲା, ତାହା ଏବେ ଏକ ଯୁବ ରାଷ୍ଟ୍ରର ସୃଜନାତ୍ମକ ଭାବନାକୁ ଦର୍ଶାଉଛି ।
ବନ୍ଧୁଗଣ,
ମୁଁ ଆପଣମାନଙ୍କ ସହିତ ଏହି ଉଦାହରଣ ବାଂଟିବାକୁ ଚାହୁଁଛି କି କିପରି ଭାବେ ଆମ ସରକାର ଏକ ନୂତନ ଭାରତର ସୃଜନ କରିବା ପାଇଁ ସାମଗ୍ରିକ ଭାବେ କାର୍ଯ୍ୟ କରୁଛି । ଆପଣମାନେ ସମସ୍ତେ ଜାଣନ୍ତି କି ଆମ ସରକାର ଗରିବ ମାନଙ୍କ ପାଇଁ ଅତ୍ୟନ୍ତ ଦ୍ରୁତଗତିରେ 1.5 କୋଟି ଗୃହ ନିର୍ମାଣ କରିଛି । ଗତ ସରକାରଙ୍କ ତୁଳନାରେ ଏହା ବଡ ସୁଧାର । ଅନେକ ଲୋକ ମୋତେ ପ୍ରଶ୍ନ ପଚାରନ୍ତି କି ଯୋଜନା ଏବଂ ପାଣ୍ଠି ପ୍ରଥମରୁ ମଧ୍ୟ ଥିଲା, ତେବେ ଆପଣ ଏପରି ଭିନ୍ନ କ’ଣ କରିଛନ୍ତି? ସେମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ରହିଛି ।
ପୂର୍ବରୁ ଆମେ ଏହି ତଥ୍ୟ ପ୍ରତି ସଚେତନ ଥିଲୁ କି ଆମେ ଗୃହକୁ ପ୍ରସ୍ତୁତ କରୁ ନାହୁଁ ବରଂ ଗୃହର ନିର୍ମାଣ କରୁଛୁ । ତେଣୁ ଆମେ କେବଳ ଚାରି କାନ୍ଥ ନିର୍ମାଣ କରିବାର ଅବଧାରଣାରୁ ହଟିବାର ଆବଶ୍ୟକତା ଥିଲା । ଆମର ଚିନ୍ତାଧାରା ରହିଛି ଅଧିକ ସୁବିଧା ପ୍ରଦାନ କରିବା, ଅଧିକ ମୂଲ୍ୟ ଦେବା, କମ ସମୟ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ବିନା ଗୃହ ପ୍ରଦାନ କରିବା ।
ଆମ ସରକାର ଯେଉଁ ଗୃହମାନଙ୍କର ନିର୍ମାଣ କରିଛନ୍ତି ସେଥିରେ ଆମେ ନିର୍ମାଣ କଳାର କଠିନ ରାସ୍ତାକୁ ଆପଣାଇ ନାହୁଁ । ଆମେ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଏବଂ ଜନସାଧାରଣଙ୍କ ଇଚ୍ଛା ଅନୁଯାୟୀ ଗୃହ ନିର୍ମାଣ କରିଛୁ । ସମସ୍ତ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଆମେ ବିଭିନ୍ନ ସରକାରୀ ଯୋଜନା ସହିତ ତାଳମେଳ ପ୍ରତିଷ୍ଠା କରିଛୁ ଯାହାଫଳରେ କି ଘରେ ବିଦ୍ୟୁତ, ଗ୍ୟାସ ସଂଯୋଗ, ଶୌଚାଳୟ ଏବଂ ଏହିପରି ସମସ୍ତ ଆବଶ୍ୟକତା ମିଳିପାରିବ ।
ଅଧିକ ମୂଲ୍ୟ ପ୍ରଦାନ କରିବା ପାଇଁ ଆମେ ଲୋକଙ୍କ ଆବଶ୍ୟକତାକୁ ଶୁଣିଲୁ ଓ କେବଳ ଘରର କ୍ଷେତ୍ରଫଳ ବଢ଼ାଇଲୁ ନାହିଁ ବରଂ ନିର୍ମାଣ ରାଶିରେ ମଧ୍ୟ ବୃଦ୍ଧି କଲୁ । ଆମେ ଏହି ପ୍ରକ୍ରିୟାରେ ମହିଳାଙ୍କ ସହିତ ସ୍ଥାନୀୟ ଶିଳ୍ପୀ ଏବଂ ଶ୍ରମିକମାନଙ୍କୁ ସାମିଲ କଲୁ । କମ ସମୟ ମଧ୍ୟରେ ଅତିରିକ୍ତ ଖର୍ଚ୍ଚ ବିନା ଗୃହ ନିର୍ମାଣ ପାଇଁ ଆମେ ଏହି ପ୍ରକ୍ରିୟାରେ ପ୍ରଯୁକ୍ତି ବିଦ୍ୟାକୁ ଏକ ମହତ୍ୱପୂର୍ଣ୍ଣ ଅଂଶବିଶେଷରେ ପରିଣତ କଲୁ । ବିଭିନ୍ନ ସୋପାନରେ ନିର୍ମାଣର ଚିତ୍ର ଅନଲାଇନରେ ଅପଲୋଡ କରାଗଲା ଯାହାଫଳରେ କି ପ୍ରଶାସନକୁ ସ୍ପଷ୍ଟ ଚିତ୍ର ମିଳିପାରିବ । ଅର୍ଥର ସିଧା ହସ୍ତାନ୍ତରଣ ଫଳସ୍ୱରୂପ ମଝିରେ କୌଣସି ଅସୁବିଧା ଦେଖିବାକୁ ମିଳିଲା ନାହିଁ ଏବଂ ପୂର୍ଣ୍ଣ ସନ୍ତୁଷ୍ଟି ମିଳିଲା । ଏବେ ଯଦି ଆପଣ ପଛକୁ ବୁଲି ଦେଖିବେ ତେବେ ଏଥିମଧ୍ୟରୁ ଯଦି କୌଣସି ଗୋଟିଏରେ ବ୍ୟବଧାନ ଆସିଥା’ନ୍ତା ତେବେ ଏହା ସମ୍ଭବ ହୋଇ ପାରିନଥା’ନ୍ତା । ଏକୁଟିଆ କେବଳ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ନୁହେଁ କିମ୍ବା ଯୋଜନାଗୁଡ଼ିକୁ ଏକାଠି କରିବା ଦ୍ୱାରା ସମସ୍ୟା ଗୁଡିକର ସମାଧାନ ହୋଇ ପାରିନଥାନ୍ତା । ସମାଧାନ ସେତେବେଳେ ଯାଇ ସମ୍ଭବ ଯେତେବେଳେ ସମଗ୍ର ପରିଣାମ ପ୍ରଦାନ କରିବା ପାଇଁ ସମସ୍ତ ଜିନିଷ ଗୋଟିଏ ସ୍ଥାନରେ ରହିବ । ଏହା ଆମ ସରକାରଙ୍କ ବିଶେଷତ୍ଵ ।
ବନ୍ଧୁଗଣ,
ଆମ ନୂତନ ଭାରତର କଳ୍ପନାରେ କେବଳ ଦେଶରେ ରହୁଥିବା ବ୍ୟକ୍ତି ନୁହନ୍ତି ବରଂ ବାହାରେ ରହୁଥିବା ବ୍ୟକ୍ତିର ଚିନ୍ତା କରିବାକୁ ପଡିବ । ଆମ ପ୍ରବାସୀ ଭାରତୀୟ ଆମର ଗୌରବ, ଯେଉଁମାନେ କି ଭାରତର ଆର୍ଥିକ ବିକାଶରେ ଯୋଗଦାନ ଦେଉଛନ୍ତି । ଯେତେବେଳେ ବି ବିଦେଶରେ ରହୁଥିବା ଭାରତୀୟଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ, ଆମେ ଏହି ସମାଧାନ ପାଇଁ ସବା ଆଗରେ ରହିଛୁ । ପଶ୍ଚିମ ଏସିଆର ବିଭିନ୍ନ ଭାଗରେ ଯେତେବେଳେ ଭାରତୀୟ ନର୍ସମାନଙ୍କୁ ଧରି ନିଆଗଲା, ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଆମେ ସମସ୍ତ ପ୍ରକାରର ପ୍ରୟାସ କରିଥିଲୁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ନର୍ସ ଦକ୍ଷିଣ ଭାରତର ଥିଲେ । କେରଳର ଆଉ ଜଣେ ସୁପୁତ୍ର ଫାଦର ଟମ ଉଦ୍ଧାର ହେବା ସମୟରେ ମଧ୍ୟ ଏହି ଭାବନା ଦେଖାଯାଇଥିଲା । ଅନେକ ଲୋକଙ୍କୁ ୟେମେନରୁ ଫେରାଇ ଅଣା ଯାଇଥିଲା ।
ମୁଁ ଅନେକ ପଶ୍ଚିମ ଏସୀୟ ରାଷ୍ଟ୍ର ଗସ୍ତରେ ଯାଇଛି ଏବଂ ସବୁବେଳେ ମୋର ପ୍ରାଥମିକ ଉଦ୍ଦେଶ୍ୟ ରହିଛି ଭାରତୀୟମାନଙ୍କ ସହିତ ସମୟ ବିତେଇବା । ଏଇ ନିକଟରେ ମୁଁ ବାହାରିନ ଯାତ୍ରାରୁ ଫେରିଛି । ବାହାରିନ ଭାରତର ଅନ୍ତରଙ୍ଗ ବନ୍ଧୁ, ମାତ୍ର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ସେଠାକୁ ଯାଇ ନାହାନ୍ତି । ଏହି ଗୌରବ ମୋ ପାଇଁ ବାକିଥିଲା । ଏହି ଯାତ୍ରାର ବିଶେଷତ୍ଵ ହେଉଛି ରାଜକୀୟ ପରିବାରର ସହାନୁଭୂତିପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସେଠାରେ ସଜା କାଟୁଥିବା 250 ଭାରତୀୟଙ୍କୁ କ୍ଷମା ପ୍ରଦାନ କରାଯାଇଛି । ଓମାନ ଓ ସାଉଦି ଆରବ ମଧ୍ୟ ଏହିପରି କ୍ଷମା ପ୍ରଦାନ କରିଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ସାଉଦି ଆରବ ହଜ୍ କୋଟା ବୃଦ୍ଧି କରିଛି ।
ବନ୍ଧୁଗଣ,
ଏଇ ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ ଯାତ୍ରା କରିଥିଲି, ସେଠାରେ ରୁପେ କାର୍ଡର ଆରମ୍ଭ କରାଯାଇଥିଲା ଏବଂ ଖୁବ ଶୀଘ୍ର ବାହାରିନ ପାଖରେ ମଧ୍ୟ ରୁପେ କାର୍ଡ ଥିବ । ଡିଜିଟାଲ କାର୍ଡର ଆଦାନ ପ୍ରଦାନକୁ ବୃଦ୍ଧି କରିବା ବ୍ୟତୀତ ଏହା ଫଳରେ ଗଲ୍ଫରେ କାମ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ମିଳିବ, ଯେଉଁମାନେ କି ସେମାନଙ୍କ ଘର ଲୋକମାନଙ୍କ ପାଇଁ ଧନରାଶି ପଠାଇଥାନ୍ତି । ଆଜି ମୋତେ ଏହା କହି ଗର୍ବ ଅନୁଭବ ହେଉଛି କି ଗଲ୍ଫ ସହିତ ଭାରତର ସମ୍ବନ୍ଧ ଏହା ପୂର୍ବରୁ ଏତେ ଭଲ କେବେ ବି ନଥିଲା । ଏହା କହିବାର ଆବଶ୍ୟକତା ନାହିଁ କି ଏହା ଦ୍ୱାରା ସାଧାରଣ ନାଗରିକ ମାନଙ୍କୁ ଲାଭ ହେବ ।
ବନ୍ଧୁଗଣ, ଆଜିର ଗଣମାଧ୍ୟମରେ ଆମେ ନୂତନ ଭାରତର ଉତ୍ସାହ ଦେଖୁଛୁ । ଭାରତର ଗଣମାଧ୍ୟମ ସବୁଠାରୁ ଅଧିକ ଭିନ୍ନ ଭାବରେ ବଢ଼ୁଥିବା ଗଣମାଧ୍ୟମ । ସମାଚାର ପତ୍ର, ପତ୍ରିକା, ଟିଭି ଚ୍ୟାନେଲ, ୱେବସାଇଟ ସଂଖ୍ୟାରେ ଲଗାତର ବୃଦ୍ଧି ହେଉଛି । ଏପରି ସମୟରେ ବିଭିନ୍ନ ଅଭିଯାନରେ ଗଣମାଧ୍ୟମର ସୃଜନାତ୍ମକ ଭୂମିକାକୁ ଉଜାଗର କରିବାକୁ ଚାହୁଁଛି । ଏହା ସ୍ୱଚ୍ଛ ଭାରତ ଅଭିଯାନ ହେଉ, ନଷ୍ଟ ହେଉନଥିବା ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା ହେଉ, ଜଳ ସଂରକ୍ଷଣ, ଫିଟ ଇଣ୍ଡିଆ ବା ଅନ୍ୟ କିଛି ହେଉ । ଗଣମାଧ୍ୟମ ଏହି ଅଭିଯାନକୁ ତାର ନିଜର ବୋଲି ମନେକଲା ଏବଂ ଅନେକ ଲୋକଙ୍କୁ ଏକଜୁଟ କଲା ।
ବନ୍ଧୁଗଣ ବର୍ଷ ବର୍ଷ ଧରି ଏକ ବିଶେଷ ସମୟସୀମା ଏବଂ କାଳରେ ଲୋକପ୍ରିୟ ବିଚାର ସହିତ ଆଗକୁ ବଢ଼ିବା ନେଇ ଏକ ସଶକ୍ତ ମାଧ୍ୟମ ରହିଛି । ଭାରତ ବିଶ୍ୱରେ ହୁଏତ ଏକମାତ୍ର ଏପରି ଦେଶ ଯେଉଁଠାରେ ଏତେ ଅଧିକ ସଂଖ୍ୟାରେ ଭାଷା ରହିଛି । ମାତ୍ର ବାଂଟିବା ପାଇଁ ଦେଶରେ କୃତ୍ରିମ କାନ୍ଥ ଠିଆ କରିବା ପାଇଁ କିଛି ସ୍ଵାର୍ଥପର ତତ୍ତ୍ଵ ଦ୍ୱାରା ଭାଷାର ଉପଯୋଗ କରାଯାଇଛି । ଆଜି ମୋର ପ୍ରସ୍ତାବ ହେଉଛି କି ଆମେ କ’ଣ ଭାଷାର ଶକ୍ତିକୁ ବ୍ୟବହାର କରି ଭାରତକୁ ଏକଜୁଟ କରିପାରିବା?
ଗଣମାଧ୍ୟମ କ’ଣ ବିଭିନ୍ନ ଭାଷାରେ କଥା ହେଉଥିବା ଲୋକଙ୍କୁ ନିକଟତର କରିବା ନେଇ ସେତୁର ଭୂମିକା ନିର୍ବାହ କରିପାରିବ? ଏହା ଯେତିକି ଦେଖାଯାଉଛି ସେତିକି ପରିମାଣରେ କଠିନ ନୁହେଁ । ଆମେ ସମଗ୍ର ଦେଶରେ କୁହାଯାଉଥିବା 10-12ଟି ବିଭିନ୍ନ ଭାଷାରେ ଏକ ଶବ୍ଦ ପ୍ରକାଶିତ କରିବା ସହିତ ସାଧାରଣ ଭାବେ ଏହାର ଆରମ୍ଭ କରିପାରିବା । ଗୋଟିଏ ବର୍ଷରେ କୌଣସି ବି ବ୍ୟକ୍ତି ବିଭିନ୍ନ ଭାଷାରେ 300ରୁ ଅଧିକ ନୂତନ ଶବ୍ଦ ଶିଖିପାରିବ । ଥରେ ଯେତେବେଳେ କୌଣସି ବ୍ୟକ୍ତି ଏକ ଅନ୍ୟ ଭାରତୀୟ ଭାଷା ଶିଖିଯାଇଥାଏ ତେବେ ସେହି ଭାଷାର ସାଧାରଣ ବ୍ୟବହାର ବୁଝିବାକୁ ଲାଗେ, ସେ ଭାରତୀୟ ସାଂସ୍କୃତିକ ଐକ୍ୟର ସଚ୍ଚା ପ୍ରଶଂସକ ହୋଇଯାଏ । ଏହାଫଳରେ ଏପରି ଲୋକଙ୍କ ସଂଖ୍ଯାରେ ବୃଦ୍ଧି ହୋଇପାରିବ ଯେଉଁମାନେ ବିଭିନ୍ନ ଭାଷା ଶିଖିବାକୁ ଚାହାନ୍ତି । କଳ୍ପନା କରନ୍ତୁ ହରିୟାଣାରେ ଏକ ଗୋଷ୍ଠୀ ମାଲାୟାଲମ ଓ କର୍ଣ୍ଣାଟକରେ ଏକ ଗୋଷ୍ଠୀ ବଙ୍ଗଳା ଶିଖୁଛନ୍ତି! ପ୍ରଥମ ପଦକ୍ଷେପ ନେବା ଦ୍ୱାରା ସବୁଠାରୁ ବଡ ଦୂରତା ଶେଷ ହୋଇ ଯାଇଥାଏ, ଆମେ ପ୍ରଥମ ପଦକ୍ଷେପ ନେଇପାରିବା?
ବନ୍ଧୁଗଣ,
ଏହି ଧରାକୁ ଆସିଥିବା ମହାନ ସନ୍ଥ, ଆମର ପିତାମହ, ଯେଉଁମାନେ କି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ, ସେମାନଙ୍କର ବଡ ସ୍ୱପ୍ନ ଥିଲା । ଏକବିଂଶ ଶତାବ୍ଦୀରେ ଆମର କର୍ତ୍ତବ୍ୟ ହେଉଛି ଆମେ ଏହାକୁ ପୂରଣ କରିବା ଏବଂ ଏକ ଏପରି ଭାରତର ନିର୍ମାଣ କରିବା ଯାହାକୁ ନେଇ ସେମାନେ ଗର୍ବ କରିବେ ।
ମୋର ବିଶ୍ୱାସ ଯେ ଆମେ ଏହାକୁ ହାସଲ କରିବା ଏବଂ ଆଗାମୀ ସମୟରେ ମିଳିମିଶି ବହୁତ କିଛି କରିପାରିବା ।
ପୁଣିଥରେ ମାଲାୟାଲା ମନୋରମା ସମୂହକୁ ମୋର ଶୁଭକାମନା ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ।
ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।
**********
Kerala is also special for me, personally.
— PMO India (@PMOIndia) August 30, 2019
I have had numerous opportunities to visit Kerala.
One of the first things I did after the people blessed me yet again with a big responsibility is visiting the Guruvayur Sri Krishna Temple: PM
Usually, it is believed that public figures prefer to be on forums whose thought process matches with the person’s own world view. Because there is a lot of comfort in being among such people: PM
— PMO India (@PMOIndia) August 30, 2019
Of course, I also cherish being among such surroundings but at the same time, I believe there must be a constant and continuous dialogue between individuals and organisations irrespective of one’s thought process: PM
— PMO India (@PMOIndia) August 30, 2019
We need not have to agree on everything but there must be enough civility in public life for differing streams to be able to hear each other’s point of view: PM
— PMO India (@PMOIndia) August 30, 2019
We need not have to agree on everything but there must be enough civility in public life for differing streams to be able to hear each other’s point of view: PM
— PMO India (@PMOIndia) August 30, 2019
Here I am, at a forum where perhaps I do not have many whose thought process is similar to mine but there are enough thinking people whose constructive criticism is something I greatly look forward to: PM
— PMO India (@PMOIndia) August 30, 2019
For many years, a culture was perpetrated in which aspiration became a bad word.
— PMO India (@PMOIndia) August 30, 2019
Doors opened depending on your surname or contacts.
Success depended on whether you belonged to an Old Boy’s club.
Big cities, big institutions & big families…this is all that mattered: PM
The economic culture of License Raj and Permit Raj struck at the heart of individual ambitions.
— PMO India (@PMOIndia) August 30, 2019
But, today things are changing for the better.
We see a spirit of New India in the vibrant start-up eco-system: PM
It is youngsters from small towns and villages. They do not belong to established families or have big bank balances.
— PMO India (@PMOIndia) August 30, 2019
What they have is dedication and aspiration. They are converting that aspiration into excellence and making India proud.
This is the New India Spirit: PM
You would be seeing changes that were earlier deemed as impossible.
— PMO India (@PMOIndia) August 30, 2019
In a state like Haryana, it was not thinkable that recruitment for government jobs could be done transparently.
But, now people are talking about the transparent manner in which recruitments took place: PM
How the spirit has changed in India can be summed up using just two words.
— PMO India (@PMOIndia) August 30, 2019
Five years ago, people would ask- will we?
Will we ever be free from dirt?
Will we ever remove policy paralysis?
Will we ever eliminate corruption?: PM
Today people say- we will!
— PMO India (@PMOIndia) August 30, 2019
We will be a Swachh Bharat.
We will be a nation free from corruption.
We will make good governance a mass movement.
The word ‘will’, which earlier denoted a pessimistic question now reflects the optimistic spirit of a youthful nation: PM
Our vision for New India includes not only caring for those living in the nation but also outside.
— PMO India (@PMOIndia) August 30, 2019
Our diaspora is our pride, contributing to India’s economic growth.
Whenever any Indian overseas has faced a problem, we have been at the forefront of solving it: PM
Today, I have a humble suggestion. Can we not use the power of language to unite? Can media play the role of a bridge and bring people speaking different languages closer. This is not as difficult as it seems: PM
— PMO India (@PMOIndia) August 30, 2019
We can simply start with publishing one word in 10-12 different languages spoken across the country. In a year, a person can learn over 300 new words in different languages: PM
— PMO India (@PMOIndia) August 30, 2019
Once a person learns another Indian language, he will come to know the commonality and truly appreciate the oneness in Indian culture. This can also give rise to groups of people interested to learn different languages: PM
— PMO India (@PMOIndia) August 30, 2019
Imagine a group in Haryana learning Malayalam and a group in Karnataka learning Bengali! All big distances were covered only after taking the first step, can we take the first step?: PM
— PMO India (@PMOIndia) August 30, 2019