Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଲେସିଆରେ ୟୁରିଆ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମାଲେସିଆରେ ଏକ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ବୁଝାମଣାପତ୍ର (MoU) କୁ ପିଛିଲା ଭାବେ ମଞ୍ଜୁରି ମିଳିଛି ।

ଏହି ପ୍ରକଳ୍ପ ଲାଗି 2.1 ବିଲିୟନ୍ ଆମେରିକୀୟ ଡଲାର ଖର୍ଚ୍ଚ ହେବ । ଏଥିରୁ ବାର୍ଷିକ 2.4 ମିଲିୟନ୍ ଟନ୍ ୟୁରିଆ ଏବଂ 1.35 ମିଲିୟନ୍ ଟନ୍ ଆମୋନିଆ ଉତ୍ପାଦନ ହୋଇ ଭାରତୀୟ ବଜାରକୁ ଯୋଗାଣ ହେବ ।

ଏହି ଏମ୍ଓୟୁ ଫଳରେ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ୟୁରିଆ ଏବଂ ଆମୋନିଆ ଯୋଗାଣ କରାଯାଇପାରିବ ।