ପିଏମଇଣ୍ଡିଆ
ମାଲେସିଆ ସହ ସ୍ୱାକ୍ଷରିତ ସଂଶୋଧିତ ବିମାନ ସେବା ରାଜିନାମା (ASA)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ଵୀକୃତି ମିଳିଛି । 2011 ମସିହାରେ ଏହି ସଂଶୋଧିତ ରାଜିନାମା ପ୍ରସ୍ତାବ ଆଗତ ହୋଇଥିଲା । ତେବେ ଏହାର ଧାରା -13 ଯଥା – ଉପାର୍ଜନ ହସ୍ତାନ୍ତରରେ କେତେକ ବ୍ୟତିକ୍ରମ ଥିବାରୁ ଏହାର ସ୍ୱାକ୍ଷର ପ୍ରକ୍ରିୟା ବିକଶିତ ହୋଇଥିଲା । ICAN, 2016 ବେଳେ ମାଲେସିଆ ପକ୍ଷରୁ ଏହାର ବ୍ୟବସ୍ଥା ପତ୍ରରେ ସଂଶୋଧନ ପାଇଁ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ମାଲେସିଆ ରାଜି ହୋଇଥିଲା ।
ଏହି ରାଜିନାମାର ବୈଶିଷ୍ଟ୍ୟମାନ ହେଲା –
1. ପ୍ରଚଳିତ ଏଏସଏ 1974 ମସିହାରେ ସ୍ୱାକ୍ଷର ହୋଇଥିବାରୁ ଏହାର ସଂଶୋଧନ ଓ ଉନ୍ନତିକରଣ ଆବଶ୍ୟକ ହୋଇପଡିଥିଲା ।
2. ସଦ୍ୟତମ ଆଇସିଏଓ ବ୍ୟବସ୍ଥା ଅନୁସାରେ ସଂଶୋଧିତ ଏଏସଏକୁ ସଂଶୋଧନ କରାଯାଇଛି ।
3. ଏଥିରେ ତୃତୀୟ ପକ୍ଷ ରାଷ୍ଟ୍ରଙ୍କ ଏୟାରଲାଇନ ସହ ସହଯୋଗ ମାର୍କେଟିଂ ବ୍ୟବସ୍ଥା କରାଯାଇଛି ।
4. ଘରୋଇ କୋଡସେୟାର ବ୍ୟବସ୍ଥାକୁ ଏଥିରେ ସାମିଲ କରାଯାଇଛି ।
5. “ଆନ୍ତଃମଡେଲ ସେବା” ଧାରାକୁ ସଂଶୋଧିତ ଏଏସଏରେ ସାମିଲ କରାଯାଇଛି । ଯଦ୍ୱାରା ଅନ୍ୟପକ୍ଷର ରାଷ୍ଟ୍ରରୁ ଆସୁଥିବା ବିମାନ ଯାତ୍ରା ଓ ମାଲ ଯେ କୌଣସି ଆନ୍ତଃମଡେଲ ପରିବହନ ଦେଇ ଯାତାୟାତ କରିହେବ ।