Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମାଳଦ୍ଵୀପ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


 

 

ମାଳଦ୍ୱୀପ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବିବୃତି ପ୍ରଦାନ କରିଛନ୍ତି ଯାହାକି ନିମ୍ନରେ ଦିଆଗଲା-

“ଆମର ନିବିଡ଼ ଏବଂ ପଡ଼ୋଶୀ ବନ୍ଧୁ ରାଷ୍ଟ୍ର ମାଳଦ୍ୱୀପ ସାଧାରଣତନ୍ତ୍ରର ରାଜଧାନୀ ମାଲେ ଗସ୍ତ କରି ମୁଁ ଆନନ୍ଦିତ । ସେଠାରେ ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଇବ୍ରାହିମ ମହମ୍ମଦ ସୋଲିଙ୍କ ଐତିହାସିକ ଶପଥଗ୍ରହଣ ସମାରୋହରେ ମୁଁ ଯୋଗଦେବି ।

ସଦ୍ୟ ସମାପ୍ତ ନିର୍ବାଚନରେ ତାଙ୍କର ବିଜୟ ପାଇଁ ମୁଁ ତାଙ୍କୁ ଭବ୍ୟ ଅଭିନନ୍ଦନ ଜଣାଉଛି । ଗଣତନ୍ତ୍ର, ଆଇନର ଶାସନ ଏବଂ ଏକ ସମୃଦ୍ଧ ଭବିଷ୍ୟତ ଦିଗରେ ମାଳଦ୍ୱୀପ ସାଧାରଣତନ୍ତ୍ର ଲୋକମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛି ।

ଭାରତ ଏବଂ ମାଳଦ୍ୱୀପ ଭାଗୀଦାରୀର ଦୃଢ଼ ଐତିହାସିକ ମୂଳଦୁଆ ରହିଛି, ଆମ ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଅଛି ଏବଂ ଶାନ୍ତି ଓ ସମୃଦ୍ଧିରେ ସେମାନଙ୍କ ସହଭାଗୀ ଆକାଂକ୍ଷା ରହିଛି । ସାମଗ୍ରୀକ ବିକାଶ ଲାଗି ମୋ ସରକାରଙ୍କ ଲକ୍ଷ୍ୟ “ସବକା ସାଥ ସବକା ବିକାଶ’ ଆମର ପଡ଼ୋଶୀମାନଙ୍କ ଆଡ଼କୁ ମଧ୍ୟ ସମ୍ପ୍ରସାରିତ ହୋଇଛି । ଭାରତରେ ଆମେ ଦୃଢ଼ ଭାବେ ଏକ ଗଣତାନ୍ତ୍ରିକ, ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ମାଳଦ୍ୱୀପ ସାଧାରଣତନ୍ତ୍ର ଦେଖିବାକୁ ଚାହୁଁଛୁ ।

ମିଷ୍ଟର ସୋଲିଙ୍କ ନୂତନ ମାଳଦ୍ୱୀପ ସରକାରଙ୍କ ପ୍ରତି ମୁଁ ମୋ ସରକାରଙ୍କ ଆଗ୍ରହ ବ୍ୟକ୍ତ କରିବାକୁ ଚାହୁଁଛି ଯେ ବିଶେଷ କରି ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଯୋଗାଯୋଗ ଏବଂ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଆମେ ସେମାନଙ୍କ ବିକାଶ ପ୍ରାଥମିକତାକୁ ବାସ୍ତବ ରୂପ ଦେବା ଲାଗି ନିବିଡ଼ ଭାବେ କାର୍ଯ୍ୟ କରିବୁ ।

ମୋର ବିଶ୍ୱାସ ଯେ ଏହି ଗସ୍ତ ଆମ ଦୁଇ ଦେଶ ମଧ୍ୟରେ ନିବିଡ଼ ସହଯୋଗ ଏବଂ ବିନିମୟର ଏକ ନୂତନ ଯୁଗ ଆରମ୍ଭ କରିବ ।”

 

**********