ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମିଆଁମାରର ୟମେଥିନସ୍ଥିତ ମହିଳା ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନୀତିକରଣ ସମ୍ବନ୍ଧୀୟ ଏମଓୟୁକୁ ମଞ୍ଜୁରି ମିଳିଛି । ଏହି ବୁଝାମଣା 2017 ସେପ୍ଟେମ୍ବର 6 ତାରିଖରେ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣାରେ ଭାରତ ସରକାରଙ୍କ ଜ୍ଞାନକୌଶଳ ଓ ଆର୍ଥିକ ସହାୟତାରେ ମିଆଁମାର ସରକାରଙ୍କ କ୍ଷମତାରେ ଅଧିକ ବୃଦ୍ଧି ନିମନ୍ତେ ୟମେଥିନ ମହିଳା ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଉନ୍ନୀତିକରଣ କରାଯିବା ସାମିଲ ଅଛି ।
*****