Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମିଆଁମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତି

ମିଆଁମାର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ମିଳିତ ବିବୃତି


ମହାମହୀମ ରାଷ୍ଟ୍ରପତି ୟୁ.ହଟିନ କ୍ୟାୱ,

ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିବୃନ୍ଦ,

ମିଆଁମାରର ମହାମହୀମ ରାଷ୍ଟ୍ରପତି ୟୁ.ହଟିନ କ୍ୟାୱ ଏବଂ ତାଙ୍କର ବିଶିଷ୍ଟ ପ୍ରତିନିଧିମଣ୍ଡଳଙ୍କ ଭାରତ ଗସ୍ତ ଅବସରରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ମୁଁ ଖୁବ୍ ଆନନ୍ଦିତ ।

ମହାନୁଭବ, ଦ୍ୱିପାକ୍ଷିକ ବିଦେଶ ଗସ୍ତ ପାଇଁ ଆପଣ ଭାରତକୁ ପ୍ରଥମେ ଚୟନ କରିଥିବାରୁ ଆମେ ନିଜକୁ ସମ୍ମାନୀତ ମନେ କରୁଛି ।

ବନ୍ଧୁଗଣ,

ମିଆଁମାର ଆମ ପାଇଁ ସ୍ୱତନ୍ତ୍ର ମାନ୍ୟତା ବହନ କରେ ।

ଭାରତର ପ୍ରତିବେଶୀ ରାଷ୍ଟ୍ରଙ୍କ ମଧ୍ୟରେ ଏହାର ସ୍ଥାନ ସ୍ୱତନ୍ତ୍ର ।

ଏହା ଏପରି ଏକ ସେତୁ ଯାହା ଭାରତ ଓ ଦକ୍ଷିଣ ପୂର୍ବ ଏସିଆକୁ ସଂଯୁକ୍ତ କରିଛି ।

ଆମ ଦୁଇ ଦେଶର ସମାଜ ମଧ୍ୟରେ ଦୀର୍ଘ ଦିନରୁ ଥିବା ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଆମ ବନ୍ଧନ ଭିତ୍ତିକୁ ସୁଦୃଢ଼ କରିଆସିଛି ।

ବୌଦ୍ଧ ଆଦର୍ଶ ମେଟ୍ଟା ଅର୍ଥାତ୍ କରୁଣାପୂର୍ଣ୍ଣପ୍ରେମ ଏବଂ ସର୍ବପନ୍ଥ ସମଭାବ ଯାହାକି ସବୁଧର୍ମ ପ୍ରତି ସମାନ ଭାବ ପ୍ରଦର୍ଶନକୁ ସୂଚୀତ କରେ, ତାହା ଆମର ଜୀବନଧାରାକୁ ନିରୂପିତ କରିଛି ।

ମହାନୁଭବ,

ଆପଣଙ୍କ ମହାନ୍ ରାଷ୍ଟ୍ର ଏକ ନୂଆ ଯୁଗରେ ପ୍ରବେଶ କରିଛି ।

ଏହି ଯୁଗ ଆପଣଙ୍କ ପରିପକ୍ୱ ନେତୃତ୍ୱ ଓ ଗଣତନ୍ତ୍ର ପ୍ରତି ଆପଣଙ୍କ ଦେଶବାସୀଙ୍କ ପ୍ରତିବନ୍ଧତା ସୂଚାଏ ।

ମିଆଁମାର ଏକ ସୁଦୃଢ଼ ଏବଂ ଏହି କ୍ଷେତ୍ରରେ ଆର୍ଥିକ ଦୃଷ୍ଟିରୁ ଏକ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ଆପଣଙ୍କ ସୁସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଓ ଆକାଂକ୍ଷା ସର୍ବଜନ ବିଦିତ ।

ନୂତନ ଭାବେ ଅବସ୍ଥାପିତ ମିଆଁମାର ସରକାରର ଯାତ୍ରା ଏହିଭଳି :

• କୃଷିର ବିକାଶ

• ଶିଳ୍ପ ଓ ଭିତ୍ତିଭୂମିର ଉନ୍ନତି

• ଶିକ୍ଷାକ୍ଷେତ୍ରର ସୁଦୃଢ଼ୀକରଣ

• ଯୁବଶକ୍ତିଙ୍କୁ କୁଶଳୀ କରିବା

• ନୂତନ ଅନୁଷ୍ଠାନମାନ ପ୍ରତିଷ୍ଠା ସହ ବର୍ତ୍ତମାନର ଅନୁଷ୍ଠାନମାନଙ୍କୁ ସୁଦୃଢ଼ କରିବା

• ସମାଜକୁ ସୁରକ୍ଷିତ ରଖିବା

• ଆର୍ଥିକ ସମୃଦ୍ଧିର ସୁଦୃଢ଼ ପଥ ନିର୍ଣ୍ଣୟ କରିବା ଏବଂ ସର୍ବୋପରି

• ଏକ ଆଧୁନିକ ରାଷ୍ଟ୍ରର ମହତ୍ଵାକାଂକ୍ଷାକୁ ସାକାର କରିବା

ମୁଁ ଏହି ଅବସରରେ ଆପଣମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବାକୁ ଚାହେଁ ଯେ, ଏହି ଲକ୍ଷ୍ୟ ହାସଲ ଦିଗରେ ପ୍ରତିଟି ପଦକ୍ଷେପରେ ଭାରତର 125 କୋଟି ଜନତା ଆପଣଙ୍କ ସହ ରହିଛନ୍ତି । ଉଭୟ ସହଭାଗୀ ଭାବେ ଏବଂ ବନ୍ଧୁ ହିସାବରେ ।

ବନ୍ଧୁଗଣ,

ଆମର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପରିପ୍ରେକ୍ଷୀରେ ମୁଁ ଏବଂ ମହାନୁଭବ ରାଷ୍ଟ୍ରପତି ବିସ୍ତୃତ ଭାବେ ସଫଳ ଆଲୋଚନା କରିଛୁ ।

ଆମେ ସ୍ୱୀକାର କରିଛୁ ଯେ ଆମର ନିରାପତ୍ତାଜନିତ ସ୍ୱାର୍ଥ ପରସ୍ପର ସହ ସଂଶ୍ଳିଷ୍ଟ ।

ଏବଂ, ପରସ୍ପରର ସୁରକ୍ଷା ସ୍ୱାର୍ଥ ଏବଂ ଉଦବେଗ ପ୍ରତି ଆମେ ସଚେତନ ରହିବାକୁ ମଧ୍ୟ ସହମତ ହୋଇଛୁ ।

ଏହି ଉଦ୍ଦେଶ୍ୟରେ, ରାଷ୍ଟ୍ରପତି ମହୋଦୟ ଏବଂ ମୁଁ ଆମ ଦୁଇ ଦେଶର ଜନତାର ସୁରକ୍ଷା ଓ ନିରାପତ୍ତା ପାଇଁ ଘନିଷ୍ଠ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛୁ ।

ଏବଂ, ଏ କ୍ଷେତ୍ରରେ ଆତଙ୍କବାଦ ଓ ଉଗ୍ରବାଦ ଭଳି ଚାଲେଞ୍ଜର ମୁକାବିଲା ସକାଶେ ପରସ୍ପରକୁ ସକ୍ରିୟତାର ସହ ସହଯୋଗ କରିବୁ ।

ମୁଁ ମଧ୍ୟ ଏକବିଂଶ ଶତାବ୍ଦୀର ପାଙ୍ଗଲଙ୍ଗ୍ ସମ୍ମିଳନୀ ମାଧ୍ୟମରେ ଶାନ୍ତି ପକ୍ରିୟା ଉଦ୍ୟମ ପାଇଁ ଭାରତର ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଛି ।

ବନ୍ଧୁଗଣ,

ଭାରତ ମିଆଁମାର ସହଭାଗୀତା କେବଳ ଉତ୍ତମ ବଚନ ଅଥବା ନିରୁତା ଉଦ୍ଦେଶ୍ୟ ଦ୍ୱାରା ନିରୂପିତ ହୋଇନାହିଁ । ଏହାର ବ୍ୟାପ୍ତି ଓ ଗଭୀରତା ବିଶାଳ ବିକାଶମୂଳକ ସହଭାଗୀତା ଓ ସହଯୋଗ ଉପରେ ଆଧାରିତ । ଏହା ପ୍ରଥମେ ଜନଭାବନା ଉପରେ ଆଧାରିତ ।

• ଭାରତ ଯୋଗାଇ ଦେଇଥିବା 2 ବିଲିଅନ ଡଲାର ବିକାଶ ସହାୟତା ରାଶି ମିଆଁମାରର ସାଧାରଣ ଜନତାଙ୍କ ଜୀବନଧାରାକୁ ଛୁଇଁ ପାରିଛି ।

• ଆମେ ମିଆଁମାରରେ ସଂଯୋଗୀକରଣ, ଭିତ୍ତିଭୂମି ବିକାଶ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପ୍ରକଳ୍ପରେ କାର୍ଯ୍ୟ କରି ଆସୁଛୁ ।

ଏହି ସହଭାଗୀତାର କେତେକ ନିର୍ଦ୍ଦିଷ୍ଟ ଉଦାହରଣ ଏଇଭଳି:

• କାଲାଦନ ପ୍ରକଳ୍ପ, ଏହାର ବନ୍ଦର ଓ ଜଳପଥ ପ୍ରକଳ୍ପ କାର୍ଯ୍ୟ ଚଳିତ ବର୍ଷ ଶେଷ ଆଡକୁ ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

• ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ

• ମିଆଁମାର ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ ଟେକ୍ନୋଲୋଜି

• କୃଷି ଗବେଷଣା ଓ ଶିକ୍ଷା ସମ୍ପର୍କୀତ ଅଗ୍ରଣୀ ପ୍ରତିଷ୍ଠାନ, ତଥା

• ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶିଳ୍ପ ତାଲିମ ସେକ୍ଟରର କେତେକ କ୍ଷୁଦ୍ର ପ୍ରକଳ୍ପ ଆଜି ସ୍ଵାକ୍ଷର ହୋଇଥିବା ଦୁଇଟି ସକ୍ରିୟ ରାଜିନାମା, ମିଆଁମାର 69 ଟି ସେତୁର ନିର୍ମାଣ ଓ ଉନ୍ନତିକରଣ କରିବା ସହ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପର କାଲେୱା-ଯାର୍ଗି ସଡକ ସେକ୍ସନର ମଧ୍ୟ ବିକାଶ ଘଟାଇବ ।

• କୃଷି, ବ୍ୟାଙ୍କିଂ, ଶକ୍ତି ଓ ବିଜୁଳି କ୍ଷେତ୍ରରେ ଆମେ ଆମର ସହଯୋଗକୁ ଆହୁରି ଘନିଷ୍ଠ କରିବାକୁ ସଂକଳ୍ପବଦ୍ଧ

• ଅକ୍ଷୟ ଶକ୍ତି ଏବଂ ପାରମ୍ପରିକ ଔଷଧ/ଚିକିତ୍ସା ବ୍ୟବସ୍ଥା କ୍ଷେତ୍ରରେ ସ୍ୱାକ୍ଷରିତ ସହଯୋଗ ବୁଝାମଣା, ଆମ ସମ୍ପର୍କକୁ ନିବିଡତର କରିବ

• ଡାଲି ଜାତୀୟ ଶସ୍ୟ ବ୍ୟବସାୟ କ୍ଷେତ୍ରରେ ଆମେ ଦୀର୍ଘକାଳୀନ ଭିତ୍ତିରେ ଏବଂ ପାରସ୍ପରିକ ସ୍ୱାର୍ଥ ଜଡିତ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସହମତ ହୋଇଛୁ

• ଚଳିତ ବର୍ଷ ଏପ୍ରିଲ ମାସରେ, ଆମେ ମିଆଁମାର ତାମୁ ଅଞ୍ଚଳକୁ ବିଜୁଳି ଶକ୍ତି ଯୋଗାଣ ଦିଗରେ ଏକ କ୍ଷୁଦ୍ର ପଦକ୍ଷେପ ଗ୍ରହଣ କରିଛୁ

• ମୁଁ ମହାମହୀମ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛି ଯେ ଆମେ ପର୍ଯ୍ୟାପ୍ତ ମାତ୍ରାରେ ବିଜୁଳି ଶକ୍ତି ଯୋଗାଣ ପାଇଁ ରାଜିଅଛୁ

ମହାନୁଭବ,

ମିଆଁମାର ସହ ବିକାଶ କାର୍ଯ୍ୟକ୍ରମରେ ସହଯୋଗ ବୃଦ୍ଧି ପାଇଁ ଭାରତ ସଦାସର୍ବଦା ପସ୍ତୁତ ଅଛି ।

• ଏବଂ ତାହା ମିଆଁମାର ସରକାରଙ୍କ ଅଗ୍ରାଧିକାର ଦୃଷ୍ଟିରୁ ହେବ

ବନ୍ଧୁଗଣ,

• ଆମ ସମ୍ପର୍କ ଭିତ୍ତିଭୂମିର କେନ୍ଦ୍ରବିନ୍ଦୁ ହେଲା ସାଂସ୍କୃତିକ ସମ୍ପର୍କ

• ମୁଁ ଖୁସି ଯେ ଆମ ସହଯୋଗୀତାରେ ମିଆଁମାରର ବାଗାନଠାରେ ଥିବା ଆନନ୍ଦ ମନ୍ଦିରର ପୁନରୁଦ୍ଧାର କରାଯିବ ।

• ଆମେ ମିଆଁମାରରେ ଥିବା ଅନ୍ୟାନ୍ୟ ଐତିହ୍ୟ, ପାଗୋଡା ଓ କୀର୍ତ୍ତୀରାଜି ଯାହାକି ଗତ ସପ୍ତାହରେ ସଂଘଟିତ ଭୂମିକମ୍ପ ଫଳରେ କ୍ଷତିଗ୍ରସ୍ତ ହୋଇଛି, ସେ ସବୁର ମରାମତି ଓ ପୁନରୁଦ୍ଧାର ପାଇଁ ମଧ୍ୟ ଆଗ୍ରହୀ ।

ମହାନୁଭବ,

• ଆପଣଙ୍କର ଭାରତ ଗସ୍ତ ଯଥାର୍ଥରେ ସମୟୋପଯୋଗୀ

• ଏବଂ ଆମର ଆଜିର ଆଲୋଚନା ଭବିଷ୍ୟତର ସହଯୋଗ ଏବଂ କାର୍ଯ୍ୟ ଯୋଜନା ନିମନ୍ତେ ଏକ ମାର୍ଗ ଦର୍ଶନ କରାଇପାରିଛି ।

• ଆପଣଙ୍କ ସହ ସହଯୋଗ ଭିତ୍ତିରେ କାର୍ଯ୍ୟକରି ସମ୍ପର୍କକୁ ଏକ ନୂଆ ଶୀର୍ଷରେ ପହଞ୍ଚାଇବାକୁ ମୁଁ ଆଶା କରୁଛି

• ମିଆଁମାର ଏକ ଉଜ୍ୱଳ ଭବିଷ୍ୟତ କେବଳ ଆପଣଙ୍କର ଲକ୍ଷ୍ୟ ନୁହେଁ,

• ଏହା ଆମର ମଧ୍ୟ ଉଦ୍ଦେଶ୍ୟ

• ପୁଣି ଥରେ, ମହାନୁଭବ ମୁଁ ଆପଣଙ୍କୁ ଭାରତକୁ ସ୍ୱାଗତ କରୁଛି

ଧନ୍ୟବାଦ

ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ।