ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେଜର ବାରାକ ଲେବାନନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ (ୟୁଏନଆଇଏଫଆଇଏଲ) ମଧ୍ୟରେ ଏକ ଏନଗେଜମେଣ୍ଟ ଟିମ୍ କମାଣ୍ଡର ଏବଂ ଜେଣ୍ଡର ଫୋକାଲ ପଏଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ଏହି ସମ୍ମାନ ତାଙ୍କ ଦୃଷ୍ଟାନ୍ତମୂଳକ ସେବା ଏବଂ ମିଳିତ ଜାତିସଂଘର ଶାନ୍ତିରକ୍ଷା ପ୍ରୟାସରେ ଭାରତର ଦୀର୍ଘକାଳୀନ ଯୋଗଦାନର ସ୍ୱୀକୃତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଏହି ସଫଳତା ଅସଂଖ୍ୟ ଯୁବ ଭାରତୀୟ, ବିଶେଷ କରି ଦେଶର ଝିଅମାନଙ୍କ ପାଇଁ ଏକ ପ୍ରେରଣା, ଯେଉଁମାନେ ଦେଶ ଏବଂ ମାନବତାର ସେବା କରିବାକୁ ଆଗ୍ରହୀ।
ପ୍ରଧାନମନ୍ତ୍ରୀ ‘ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
“ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ। ମେଜର ବାରାକ ଲେବାନନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ (ୟୁନିଫିଲ୍) ମଧ୍ୟରେ ଏକ ଏନଗେଜମେଣ୍ଟ ଟିମ୍ କମାଣ୍ଡର ଏବଂ ଜେଣ୍ଡର ଫୋକାଲ ପଏଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି। ଏହି ସମ୍ମାନ ତାଙ୍କ ଦୃଷ୍ଟାନ୍ତମୂଳକ ସେବା ଏବଂ ମିଳିତ ଜାତିସଂଘର ଶାନ୍ତିରକ୍ଷା ପ୍ରୟାସରେ ଭାରତର ଦୀର୍ଘକାଳୀନ ଅବଦାନର ସ୍ୱୀକୃତି। ତାଙ୍କର ଏହି ସଫଳତା ଅସଂଖ୍ୟ ଯୁବ ଭାରତୀୟ, ବିଶେଷ କରି ଆମ ଝିଅମାନଙ୍କ ପାଇଁ ଏକ ପ୍ରେରଣା, ଯେଉଁମାନେ ଦେଶ ଏବଂ ମାନବତାର ସେବା କରିବାକୁ ଚାହୁଁଛନ୍ତି ।’’
HS
Congratulations to Major Abhilasha Barak on being conferred the UN Military Gender Advocate of the Year Award. Major Barak is serving as an Engagement Team Commander and Gender Focal Point within the United Nations Interim Force in Lebanon (UNIFIL). This honour is a recognition… pic.twitter.com/00Yyv963GT
— Narendra Modi (@narendramodi) June 7, 2026