ପିଏମଇଣ୍ଡିଆ

br>
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କଠାରେ ମିଳିତ ଜାତସଂଘ ସାଧାରଣ ପରିଷଦର 74ତମ ଅଧିବେଶନରେ ଉଦବୋଧନ ଦେଇଥିଲେ ।br>
ମହାତ୍ମା ଗାନ୍ଧୀଙ୍କ କଥା ସ୍ମରଣ କରାଇ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଶାନ୍ତି, ପ୍ରଗତି ଓ ବିକାଶ ପାଇଁ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ବାର୍ତା ଆଜି ମଧ୍ୟ ପ୍ରାସଙ୍ଗିକ ।br>
ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ, ଜନ ଧନ ଯୋଜନା ଏବଂ ଆଧାର ଡିଜିଟାଲ ପରିଚୟପତ୍ର ଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ଦ୍ୱାରା ଆସିଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତରେ ଆରମ୍ଭ ହୋଇଥିବା ଏସବୁ ଯୋଜନା ସାରା ବିଶ୍ୱ ପାଇଁ ଆଶା ସୃଷ୍ଟି କରିଛି ।
ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକର ବର୍ଜନ ଲାଗି ଭାରତର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆସନ୍ତା 5 ବର୍ଷ ମଧ୍ୟରେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ, ପ୍ରତ୍ୟେକ ପରିବାରକୁ ନିଜସ୍ୱ ବାସଗୃହ ଏବଂ ସମ୍ପୂର୍ଣ୍ଣ ଯକ୍ଷ୍ମା ଦୂରୀକରଣ ଦିଗରେ ଭାରତର ସଂକଳ୍ପବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।br>
ଭାରତୀୟ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଜନକଲ୍ୟାଣ ଆମ ସଂସ୍କୃତିର ବିଶେଷତ୍ୱ । ଜନ ଭାଗିଦାରୀ ଜରିଆରେ ଜନକଲ୍ୟାଣ ହେଉଛି ତାଙ୍କ ସରକାରର ମନ୍ତ୍ର ବୋଲି ସେ କହିଥିଲେ ।br>
ସରକାରଙ୍କ ଏସବୁ ପ୍ରୟାସ 130 କୋଟି ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ସହିତ ସାରା ବିଶ୍ୱ ପାଇଁ ମଧ୍ୟ ଲାଭଦାୟକ ହେବ । “ଆମେ କେବଳ ଆମ ଲୋକମାନଙ୍କ ପାଇଁ କାମ କରୁନାହୁଁ, ବରଂ ସାରା ବିଶ୍ୱର କଲ୍ୟାଣ ପାଇଁ ପାଇଁ ମଧ୍ୟ କାମ କରୁଛୁ । ଏହି କାରଣରୁ ଆମର ଉଦ୍ଦେଶ୍ୟ ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।br>
ଆତଙ୍କବାଦକୁ ବିଶ୍ୱର ସବୁଠୁ ବଡ଼ ସମସ୍ୟା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସବୁ ରାଷ୍ଟ୍ରକୁ ମାନବତାର ରକ୍ଷା ଲାଗି ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଲାଗି ଆହ୍ୱାନ କରିଥିଲେ । “ଭାରତ ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱକୁ ଯୁଦ୍ଧ ଦେଇ ନାହିଁ, ବରଂ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ଦେଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ ଭାରତର ଯୋଗଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।br>
ବହୁପକ୍ଷବାଦକୁ ଏକ ନୂତନ ଦିଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରିଥିଲେ । ସେ କହିଥିଲେ, ବିଶ୍ୱ ଏକ ନୂଆ ଯୁଗରେ ଗତି କରୁଛି, ତେଣୁ ରାଷ୍ଟ୍ରଗୁଡ଼ିକ କେବଳ ସେମାନଙ୍କ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଅନୁଚିତ । ବିଭାଜିତ ବିଶ୍ୱ ଦ୍ୱାରା କାହାର କିଛି ଲାଭ ହେବ ନାହିଁ । ଆମେ ବହୁପକ୍ଷବାଦ ଏବଂ ମିଳିତ ଜାତିସଂଘରେ ସଂସ୍କାର ଆଣିବା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।br>
ବିଭିନ୍ନ ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ମିଳିତ ପ୍ରୟାସ କରିବା ଲାଗି ଆହ୍ୱାନ କରି ପ୍ରଧାନମନ୍ତ୍ରୀ ତାମିଲ ଦାର୍ଶନିକ କନିୟାନ ପୁଙ୍ଗୁନ୍ଦ୍ରନାର ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଥିଲେ । ସାରା ବିଶ୍ୱ ପାଇଁ ସର୍ବବୃହତ ଗଣତନ୍ତ୍ରର ବାର୍ତ୍ତା ହେଉଛି ‘ଶାନ୍ତି ଏବଂ ସୌହାର୍ଦ୍ଦ୍ୟ’ ବୋଲି ସେ କହିଥିଲେ ।br>
ବିଶ୍ୱ ତାପନ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ମୁଣ୍ଡ ପିଛା ଅଙ୍ଗାର ନିର୍ଗମନକୁ ଦେଖିଲେ ବିଶ୍ୱ ତାପନ ପ୍ରତି ଭାରତର ଯୋଗଦାନ ଅତି ନିମ୍ନରେ ରହିଛି । ଏହାସତ୍ୱେ ଏହି ସମସ୍ୟାର ମୁକାବିଲା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ, 450 ଜିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ ଗଠନ ସମେତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ବିସ୍ତୃତ ସୂଚନା ଦେଇଥିଲେ ।br>
**************
India has given the world not 'Yudh' but 'Budh': PM @narendramodi at UNGA on terrorismhttps://t.co/RqjcZbK2Gv
— PMO India (@PMOIndia) September 28, 2019
via NaMo App pic.twitter.com/kWIoEqcnzu
It is absolutely imperative that world unites against terrorism: PM @narendramodi at UNGAhttps://t.co/tZL4bdkhEz
— PMO India (@PMOIndia) September 28, 2019
via NaMo App pic.twitter.com/aDG73i9KdH
Fragmented world is in interest of none, says PM @narendramodi at UN General Assembly https://t.co/w1hRylSSAP
— PMO India (@PMOIndia) September 28, 2019
via NaMo App pic.twitter.com/rCewNsMLYQ
PM Modi’s Pledge on Single-use Plastic Gets Loud Cheers From UN General Assembly in New York. https://t.co/SNqh8gNSoW
— PMO India (@PMOIndia) September 28, 2019
via NaMo App pic.twitter.com/A9q16Ahr5L
A true statesman: Top political leaders applaud PM Modi for his speech at UN. https://t.co/EVPV65AElg
— PMO India (@PMOIndia) September 28, 2019
via NaMo App pic.twitter.com/s4G4C0GC6q
Give energy, new direction to multilateralism, UN: PM @narendramodi to UNGA. https://t.co/OjAfbb5sXP
— PMO India (@PMOIndia) September 28, 2019
via NaMo App pic.twitter.com/Fl1erBJPA7