Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ଆସନ୍ତାକାଲି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୁଦ୍ରା ଯୋଜନାର 100ରୁ ଉର୍ଦ୍ଧ୍ଵ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବେ ।

ବିନା ଗ୍ୟାରେଂଟିରେ ସହଜ ଋଣ ଯୋଗାଇ ଦେଇ ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବ/ଉତ୍ସାହକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏଏମୱାଇ) ଫ୍ଲାଗସିପ କାର୍ଯ୍ୟକ୍ରମ ଭାବେ ରୂପାୟନ କରାଯାଉଛି । 23 ମାର୍ଚ୍ଚ, 2018 ସୁଦ୍ଧା 2,28,144.72 କୋଟି ଟଙ୍କାର 4,53,51,509 ଟି ଋଣ ମଞ୍ଜୁର କରାଯାଇଛି । ଏହି ଯୋଜନାରେ ମୋଟ 220596.05 କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇସାରିଛି ।

ଅଣ-କର୍ପୋରେଟ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ର (ଏନସିଏସବିଏସ)ଗୁଡ଼ିକ ପାଇଁ ଆର୍ଥିକ ସହାୟତା ଏବଂ ପ୍ରୋତ୍ସାହନ ସୁନିଶ୍ଚିତ କରିବା ଲାଗି 8 ଏପ୍ରିଲ 2015ରେ ଏହି ଯୋଜନାର ଆରମ୍ଭ କରାଯାଇଥିଲା । ତିନୋଟି ବର୍ଗ ଶିଶୁ, କିଶୋର ଏବ ତରୁଣରେ ଏହି ଋଣ ସହଜରେ ଉପଲବ୍ଧ ।
ଏହି ଯୋଜନା ଅଧୀନରେ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ ନିମନ୍ତେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏମଏମୱାଇ ଋଣ ସମ୍ପ୍ରସାରିତ କରାଯିବ । ଉପଯୋଜନା ‘ଶିଶୁ’ ପାଇଁ 50 ହଜାର ଟଙ୍କା ପର୍ଯ୍ୟନ୍ତ, ଉପଯୋଜନା ‘କିଶୋର’ ପାଇଁ 50 ହଜାର ଟଙ୍କାରୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ଉପଯୋଜନା ‘ତରୁଣ’ ରେ 5 ଲକ୍ଷ ଟଙ୍କାରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ସୁବିଧା ରହିଛି ।

ଏପ୍ରିଲ, 2016 ପର ଠାରୁ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ (ଫସଲ ଋଣକୁ ବାଦ ଦେଇ, ଜମି ବିକାଶ ଯେପରିକି କେନାଲ, ଜଳ ସେଚନ, କୂପ ଖନନ ଆଦି) ଏବଂ ଏହାକୁ ସହାୟତା କରୁଥିବା ସେବା, ଜୀବିକା ଏବଂ ଆୟ ସୃଷ୍ଟିକୁ ପ୍ରୋତ୍ସାହନ ଦେଉଥିବା କାର୍ଯ୍ୟ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଦିଆଯାଉଛି ।

****