Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇ ଓ ଆଖପାଖ ଅଞ୍ଚଳର ବର୍ଷା ବିତ୍ପାତ ପରିସ୍ଥିତ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ; ସବୁ ପ୍ରକାର ସହାୟତା ଦେବାକୁ କେନ୍ଦ୍ରର ପ୍ରତିଶ୍ରୁତି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଓ ଜଳ ପ୍ଲାବନ ଯୋଗୁଁ ଦେଖାଦେଇଥିବା ପରିସ୍ଥିତି ସମ୍ପର୍କରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ରାଜ୍ୟର ଅନେକ ସ୍ଥାନରେ କ୍ରମାଗତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସବୁମନ୍ତେ ସହାୟତା ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

“ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଥିବା ପରିସ୍ଥିତି ନେଇ ଆଜି ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସଙ୍କ ସହ କଥାବାର୍ତ୍ତା କରିଛି ।

ରାଜ୍ୟର ବିଭିନ୍ନ ଭାଗରେ କ୍ରମାଗତ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସବୁ ପ୍ରକାର ସହାୟତା ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।

ପ୍ରବଳ ବର୍ଷା ପରିପ୍ରେକ୍ଷୀରେ ମୁମ୍ବାଇ ଓ ଏହା ଆଖପାଖର ଜନସାଧାରଣ ସମସ୍ତ ପ୍ରକାର ଆବଶ୍ୟକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରି ନିରାପଦରେ ରହିବା ପାଇଁ ନିବେଦନ କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

*****