ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷି କ୍ଷେତ୍ର ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନା – ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ; ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି ।
16ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ପ୍ରଥମ ପର୍ଯ୍ୟାୟ ବଣ୍ଟନ ଶେଷ ହୋଇଛି ଏବଂ ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା ।
ଅଗ୍ରଗତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ମୃତ୍ତିକା ପରୀକ୍ଷାଗାର ଏବଂ ନମୁନା ଗ୍ରୀଡ୍ ରେ ପ୍ରକାରଭେଦ ନେଇ ଉପଯୁକ୍ତ ଭାବେ ତଦାରଖ କରାଯିବା ଉଚିତ । ଏହାଦ୍ୱାରା ରିପୋର୍ଟର ଗୁଣବତ୍ତା ସୁନିଶ୍ଚିତ କରାଯାଇପାରିବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ସ୍ଥାନୀୟ ଭାଷାରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଛପା ଯିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା କୃଷକମାନେ ତାହାକୁ ସହଜରେ ପଢ଼ିପାରିବେ ଏବଂ ବୁଝିପାରିବେ ।
ଆଧୁନିକ ପ୍ରଯୁକ୍ତି କୌଶଳ ଅବଲମ୍ବନକୁ ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ହାତରେ ଧରିପାରୁଥିବା ଭଳି ଯନ୍ତ୍ରାଂଶ ବା ସରଂଜାମ ଦ୍ୱାରା ଯେପରି ସରଜମିନ ମୃତ୍ତିକା ପରୀକ୍ଷଣ ସମ୍ଭବ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏ ଦିଗରେ ଥିବା ପ୍ରଯୁକ୍ତିଗତ ସମ୍ଭାବନା କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀମାନଙ୍କୁ ସମ୍ପୃକ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା ଯେ 2016 ଖରିଫ୍ ଋତୁରେ 7700 କୋଟି ଟଙ୍କାର ବୀମାରାଶି ପଇଠ କରାଯାଇଛି ଏବଂ ଏହାଦ୍ୱାରା 90 ଲକ୍ଷରୁ ଅଧିକ କୃଷକ ଲାଭାନ୍ୱିତ ହୋଇଛନ୍ତି ।
ଅଧିକାରୀମାନେ ମଧ୍ୟ କହିଥିଲେ ଯେ ଆଧୁନିକ ପ୍ରଯୁକ୍ତି ଯେପରିକି ସ୍ମାର୍ଟଫୋନ୍, ରିମୋଟ୍ ସେନ୍ସିଂ, ଉପଗ୍ରହ ତଥ୍ୟ ଏବଂ ଡ୍ରୋନ୍ ବ୍ୟବହାର କରି ଫସଲ ବୀମା ଦାବି କ୍ଷେତ୍ରରେ ଦ୍ରୁତ ତଥ୍ୟ ସଂଗ୍ରହ କରାଯାଉଛି ।
ଏହି ସମୀକ୍ଷା ବୈଠକରେ କୃଷି ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
**********
Reviewed the progress of 2 important agriculture sector related schemes- soil health cards & PM Fasal Bima Yojana. https://t.co/kyeNWQgaDc
— Narendra Modi (@narendramodi) August 21, 2017
On soil health card, discussed further bettering of processes & adopting more technology so that the farmers receive maximum benefit.
— Narendra Modi (@narendramodi) August 21, 2017
On PM Fasal Bima Yojana, we discussed aspects relating to claims paid, beneficiaries during Kharif season of 2016 & Rabi season of 2016-17.
— Narendra Modi (@narendramodi) August 21, 2017
Role of technology including smartphones, remote sensing, satellite data for speedy data collection vis-a-vis crop insurance claims is key.
— Narendra Modi (@narendramodi) August 21, 2017