Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଟ୍ରୋ ଯୋଗାଯୋଗକୁ ମିଳିବ ବଳ; ଉତ୍ତର ପ୍ରଦେଶର ନୋଏଡା ସିଟି ସେଂଟରରୁ ନୋଏଡା ସେକ୍ଟର 62 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ କରିଡର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନୋଏଡାରେ ସାଧାରଣ ପରିବହନର ମୌଳିକ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେବା ଲାଗି ଉତ୍ତରପ୍ରଦେଶର ନୋଏଡା ସିଟି ସେଂଟର ଠାରୁ ନୋଏଡା ସେକ୍ଟର 62 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ କରିଡରକୁ ସମ୍ପ୍ରସାରଣ କରାଯିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ପ୍ରକଳ୍ପରେ 1967 କୋଟି ଟଙ୍କାର ମୋଟ ବ୍ୟୟରେ 6.675 କିଲୋମିଟର ପର୍ଯ୍ୟନ୍ତ ମେଟ୍ରୋ କରିଡର ନିର୍ମାଣ କରାଯିବ । ଏଥିପାଇଁ ଭାରତ ସରକାର ଅନୁଦାନ ଏବଂ ସବଅର୍ଡିନେଟ୍ ଋଣ ଆକାରରେ 340.60 କୋଟି ଟଙ୍କା ଦେବେ ।

ବିବରଣୀ :

  1. 1. ଉତ୍ତର ପ୍ରଦେଶର ନୋଏଡା ସିଟି ସେଂଟର ଠାରୁ ସେକ୍ଟର 62, ନୋଏଡା ପର୍ଯ୍ୟନ୍ତ 6.675 କିଲୋମିଟର ପର୍ଯ୍ୟନ୍ତ ଦୂରତ୍ୱରେ ଦିଲ୍ଲୀ ମେଟ୍ରୋ କରିଡରର ସମ୍ପ୍ରସାରଣକୁ ମଞ୍ଜୁରି ।
  2. 2. ପ୍ରକଳ୍ପର ମୋଟ ସମ୍ପୂର୍ଣ୍ଣ ବ୍ୟୟ 1967କୋଟି ଟଙ୍କା ।
  3. 3. ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଭାରତ ସରକାରଙ୍କ ବର୍ତ୍ତମାନର ସ୍ୱତନ୍ତ୍ର ଉଦ୍ଦେଶ୍ୟ ଏଜେନ୍ସି (ଏସପିଭି), ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ (ଡିଏମଆରସି) ଏବଂ ଜାତୀୟ ରାଜଧାନୀ କ୍ଷେତ୍ରର ସରକାରଙ୍କ ଦ୍ୱାରା ସମ୍ପାଦନ କରାଯିବ ।
  4. 4. ବିଭିନ୍ନ ସମୟରେ ସଂଶୋଧିତ କରାଯାଇଥିବା କେନ୍ଦ୍ରୀୟ ମେଟ୍ରୋ ଅଧିନିୟମ, ମେଟ୍ରୋ ରେଳ (ନିର୍ମାଣ କାର୍ଯ୍ୟ) ଅଧିନିୟମ 1978 ଏବଂ ମେଟ୍ରୋ ରେଳ (ପରିଚାଳନା ଏବଂ ରକ୍ଷଣାବେକ୍ଷଣ) ଅଧିନିୟମ, 2002ର ଆଇନଗତ ସ୍ୱରୂପ ଅଧୀନରେ ଏହି ପ୍ରକଳ୍ପ ରହିବ ।

ବ୍ୟାପକ ପ୍ରଭାବ :

ନୋଏଡା ସିଟି ସେଂଟର ଠାରୁ ନୋଏଡା ସେକ୍ଟର 62 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋ କରିଡରର ସମ୍ପ୍ରସାରଣ ଦିଲ୍ଲୀ ମେଟ୍ରୋ ପ୍ରଣାଳୀର ଦ୍ୱାରକା-ନୋଏଡା ସିଟି ସେଂଟର ଲାଇନର ସମ୍ପ୍ରସାରଣ ଅଟେ । ଯାହାର ଫଳସ୍ୱରୂପ ଅଧିକ ସଂଖ୍ୟାରେ ଲୋକ ଦିଲ୍ଲୀର ଏହି ସାଟେଲାଇଟ ଅଂଚଳକୁ ଆସିପାରିବେ । ଫଳରେ ଦିଲ୍ଲୀର ରାଜରାସ୍ତାରେ ଭିଡ଼ ହ୍ରାସ ପାଇବ । ଏହାବ୍ୟତୀତ ଏହି କ୍ଷେତ୍ରରେ ଅଧିକ ଆବାସିକ ଏବଂ ବ୍ୟବସାୟିକ ପରିସର ନିର୍ମାଣ ହେବ । ମେଟ୍ରୋ ରେଳ ଦ୍ୱାରା ରାସ୍ତାରେ ଯାନବାହନ ସଂଖ୍ୟା ହ୍ରାସ ପାଇବ, ଯାହାଦ୍ୱାରା ସଡ଼କରେ ଭିଡ଼ ଏବଂ କମ ସମୟରେ ଲାଭଜନକ ଯାତ୍ରା ହେବ ଏବଂ ଇନ୍ଧନ ସଂଚୟ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।

ଏହି ସମ୍ପ୍ରସାରିତ ଲାଇନର ସବୁଠୁ ଅଧିକ ଲାଭ ନୋଏଡା ଏବଂ ଏହାର ଆଖପାଖର ଲୋକମାନଙ୍କୁ ମିଳିବ । ପ୍ରକଳ୍ପ ସ୍ଥଳରେ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନଙ୍କ ସହିତ ପାଖାପାଖି 800 କର୍ମୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଡିଏମଆରସି ଏହି କରିଡର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଲାଗି ପାଖାପାଖି 200 କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ପାଖାପାଖି 81 ପ୍ରତିଶତ ଏବଂ ମୋଟ 55 ପ୍ରତିଶତ ଆର୍ଥିକ ପ୍ରଗତି ହୋଇସାରିଛି ।

 

**********