Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମେଡ ଅପ ସେକ୍ଟରରେ ନିଯୁକ୍ତି ସୁଯୋଗ ଓ ରପ୍ତାନୀ ବୃଦ୍ଧି ସଂସ୍କାର ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ମେଡ ଅପ ସେକ୍ଟରରେ ନିଯୁକ୍ତି ସୁଯୋଗ ଓ ରପ୍ତାନୀ ବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ସଂସ୍କାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମୟବଦ୍ଧ ଭାବେ ମଞ୍ଜୁର ୬,୦୦୦ କୋଟି ବଜେଟ ମଧ୍ୟରେ ନିମ୍ନଲିଖିତ କାର୍ଯ୍ୟାବଳୀ ଗ୍ରହଣ କରାଯାଇଛି । ଆଗାମୀ ତିନିବର୍ଷ ମଧ୍ୟରେ ମେଡ ଅପ ସେକ୍ଟରରେ ପ୍ରାୟ ୧୧ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ନିମ୍ନଲିଖିତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୧. ପ୍ରଯୁକ୍ତି ଉନ୍ନତିକରଣ ପାଣ୍ଠି ଯୋଜନା (ଟିୟୁଏଫଏସ) ମାଧ୍ୟମରେ ମେଡ ଅପକୁ ଅତିରିକ୍ତ ୧୦ ପ୍ରତିଶତ ଉତ୍ପାଦନ ପ୍ରୋତ୍ସାହନ ସବସିଡି ରାଶି ଯୋଗଣ । ଏହା ଆଗାମୀ ତିନି ବର୍ଷ ମଧ୍ୟରେ ଅତିରିକ୍ତ ଉତ୍ପାଦନ ଓ ନିଯୁକ୍ତି ଆଧାରରେ କାର୍ଯ୍ୟକାରୀ କରାଯିବ ।

୨. ମେଡ ଅପ ସେକ୍ଟର ପର୍ଯ୍ୟନ୍ତ ପିଏମପିଆରପିୱାଇ ର ସଂପ୍ରସାରଣ । ଏହାଦ୍ୱାରା କର୍ମନିଯୋକ୍ତାଙ୍କ ଅଂଶଧନରେ ଅତିରିକ୍ତ ୩.୬୭% ଯୋଗାଣ ଯାହା ବର୍ତ୍ତମାନର ୮.୩୩% ଉପରେ କରାଯିବ । ମେଡ ଅପ ସେକ୍ଟରରେ ଯୋଗଦେଉଥିବା କର୍ମଚାରୀ ଯେଉଁମାନେ ଇପିଏଫଓରେ ସାମିଲ ହେଉଛନ୍ତି ସେମାନଙ୍କୁ ପ୍ରଥମ ତିନିବର୍ଷ ଲାଗି ଏହି ପ୍ରୋତ୍ସାହନ ସୁବିଧା ମିଳିବ ।

୩. ମେଡ ଅପ ସେକ୍ଟର ପର୍ଯ୍ୟନ୍ତ ରିବେଟ ଅଫ ଷ୍ଟେଟ୍ ଲେଭି (ଆରଓଏସଏଲ)ର ସଂପ୍ରସାରଣ ଯାହାକି ମେଡ ଅପ ରପ୍ତାନୀ ଉପରେ ବର୍ଦ୍ଧିତ ଡ୍ୟୁଟି ଡ୍ରବ୍ୟାକ କ୍ଷେତ୍ରରେ ପ୍ରଯୁଜ୍ୟ ।

୪. ଶ୍ରମ ଆଇନର ସରଳୀକରଣ ।

*****