ପିଏମଇଣ୍ଡିଆ
ସଡକ ପରିବହନ କ୍ଷେତ୍ରରେ ସର୍ବବୃହତ ସଂସ୍କାର
• ସଂସଦରେ ହେବ ଉପସ୍ଥାପନ
ମୋଟର ଯାନ (ସଂଶୋଧନ) ବିଲ 2016 କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହୋଇଛି । ଦେଶର ସଡକ ପରିବହନ କ୍ଷେତ୍ରରେ ଏଯାବତ ହୋଇଥିବା ଏହା ସବୁଠାରୁ ବଡ ସଂସ୍କାର । ସରକାର ସଂଶୋଧିତ ମୋଟରଯାନ (ସଂଶୋଧନ) ବିଲ, 2016 କୁ ଏବେ ସଂସଦରେ ଉପସ୍ଥାପନ କରିବେ ।