ପିଏମଇଣ୍ଡିଆ
ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ,
ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ,
ନାଇଜେରିଆର ସ୍ୱାସ୍ଥ୍ୟମନ୍ତ୍ରୀ,
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ,
ମଞ୍ଚରେ ଉପସ୍ଥିତ ଅନ୍ୟ ମହାନୁଭବଗଣ,
ସାରା ବିଶ୍ୱରୁ ଆସିଥିବା ଅତିଥିଗଣ,
ଭାଇ ଓ ଭଉଣୀମାନେ,
‘ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ’ରେ ସମ୍ମିଳିତ ହେବା ଲାଗି ଆପଣମାନେ ସମସ୍ତେ ଭାରତ ଆସିଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ ଅଟେ ଏବଂ ହୃଦୟରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ।
ସାଥୀଗଣ,
ଯକ୍ଷ୍ମା-ଟିବିକୁ ଆଜି ଠାରୁ 25ବର୍ଷ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜରୁରୀ(Emergency) ଘୋଷଣା କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦେଶରେ ଯକ୍ଷ୍ମା ନିରାକରଣ ଲାଗି ଭିନ୍ନ ଭିନ୍ନ ପ୍ରକାରର ପ୍ରୟାସ କରାଯାଇଛି । ନିଶ୍ଚିତ ଭାବେ ଆମେ ସମସ୍ତେ ଦୀର୍ଘ ପଥ ଅତିକ୍ରମ କରିଛୁ । ଯକ୍ଷ୍ମାର ନିରାକରଣ ଲାଗି ବ୍ୟାପକ ସ୍ତରରେ କାମ କରିଛୁ, କିନ୍ତୁ ଏକ ଭୂମିଗତ ବାସ୍ତବତା ଏହା ଯେ ଯକ୍ଷ୍ମାକୁ ରୋକିବାରେ ଆମେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନାହୁଁ ।
ସାଥୀଗଣ,
ମୋର ବିଶ୍ୱାସ ଯେ ଯେତେବେଳେ କୌଣସି କାର୍ଯ୍ୟ 10 ବର୍ଷ 20 ବର୍ଷ ଧରି କରାଯାଇଆସୁଛି ଏବଂ ତାହାର ଫଳାଫଳ ସେପରି ମିଳୁନାହିଁ, ଯେପରି ଆଶା କରାଯାଇଥିଲା; ତା’ହେଲେ ଆମକୁ ନିଜ ଆଭିମୁଖ୍ୟ ବଦଳାଇ ଦେଖିବା ଆବଶ୍ୟକ । ଯେପରି କାର୍ଯ୍ୟ କରାଯାଉଛି, ଯେପରି ଯୋଜନାଗୁଡ଼ିକୁ ଲାଗୁ କରାଯାଉଛି, ତ୍ରୂଣମୂଳସ୍ତରରେ ଯେପରି କାମ ହେଉଛି, ତା’କୁ ଅତି ବ୍ୟାପକ ଭାବେ ତର୍ଜମା କରିବାର ଆବଶ୍ୟକତା ରହିଛି । ଯେତେବେଳେ ଆପଣ ଗମ୍ଭୀରତାପୂର୍ବକ ପୁରୁଣା ପ୍ରକ୍ରିୟାକୁ ତର୍ଜମା କରୁଛୁ, ସେତେବେଳେ ନୂଆ ଉପାୟ ପାଇଁ ମାର୍ଗ ପ୍ରଶସ୍ତ ହେବ ।
ମୁଁ ଆନନ୍ଦିତ ଯେ ଏହି ଚିନ୍ତାଧାରା ସହିତ ଭାରତର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ଏସିଆ କ୍ଷେତ୍ର ଏବଂ ଯକ୍ଷ୍ମା ବିଲୋପ ସହଭାଗୀତା ସଂସ୍ଥା ମିଶି ଏସିଆ, ଆଫ୍ରିକା ଏବଂ ବିଶ୍ୱର ଅନେକ ଦେଶର ପ୍ରତିନିଧିମାନଙ୍କୁ ଆଜି ଗୋଟିଏ ମଞ୍ଚରେ ଏକାଠି କରିପାରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ମିଳିତ ଜାତିସଂଘରେ ସାଧାରଣ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି । ଏହି ବୈଠକ ପୂର୍ବରୁ ପ୍ରସ୍ତୁତି ରୂପରେ ଆଜି ଏହି ଆୟୋଜନ, ସମଗ୍ର ମାନବସମାଜ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ମୋର ଆଶା ଯେ “ଦିଲ୍ଲୀ ଯକ୍ଷ୍ମା ବିଲୋପ ଶିଖର ସମ୍ମିଳନୀ” ଯକ୍ଷ୍ମାକୁ ସବୁଦିନ ଲାଗି ପୃଥିବୀରୁ ସମାପ୍ତ କରିଦେବା ଦିଗରେ ଏକ ଐତିହାସିକ କାର୍ଯ୍ୟକ୍ରମ ଭାବେ ବିବେଚିତ ହେବ ।
ସାଥୀଗଣ,
ଏଇ ନିକଟରେ ଏ ଦିଗରେ ଭାରତର ଆଉ ଏକ ପଦକ୍ଷେପକୁ ଗୋଟିଏ ବର୍ଷ ପୂରଣ ହୋଇଛି । ଗତବର୍ଷ “ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ଏସିଆ ଅଂଚଳରୁ 2030 ସୁଦ୍ଧା ଯକ୍ଷ୍ମାର ବିଲୋପସାଧନ ପାଇଁ ଦିଲ୍ଲୀ ପଦକ୍ଷେପ ଆହ୍ୱାନ” କାର୍ଯ୍ୟକ୍ରମ ପ୍ରସ୍ତାବ ସର୍ବସମ୍ମତିକ୍ରମେ ସ୍ୱୀକାର କରାଯାଇଥିଲା । ଏହି ପ୍ରସ୍ତାବ ପରେ ଆରମ୍ଭ ହୋଇଥିବା ପ୍ରକ୍ରିୟା ଦକ୍ଷିଣ ପୂର୍ବ ଏସିଆ ଅଂଚଳରେ ଯକ୍ଷ୍ମାକୁ ସମାପ୍ତ କରିବା ଦିଗରେ ଅତ୍ୟନ୍ତ ସକାରାତ୍ମକ ପଦକ୍ଷେପ ଭାବେ ସାମ୍ନାକୁ ଆସିଛି । ଯକ୍ଷ୍ମା ଯେପରି ଲୋକମାନଙ୍କ ଜୀବନ ଉପରେ, ସମାଜର ସ୍ୱାସ୍ଥ୍ୟ ଉପରେ, ଦେଶର ଅର୍ଥବ୍ୟବସ୍ଥା ଉପରେ ଏବଂ ଦେଶର ଭବିଷ୍ୟତ ଉପରେ ପ୍ରଭାବ ପକାଉଛି, ତାହାକୁ ଦେଖି ଏବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଯକ୍ଷ୍ମାରୁ ମୁକ୍ତି ପାଇବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ଭାରତରେ ତ’ କୌଣସି ପ୍ରକାରର ସଂକ୍ରାମକ ରୋଗ ମଧ୍ୟରେ ଯକ୍ଷ୍ମାର ପ୍ରଭାବ ସବୁଠୁ ଅଧିକ ଅଟେ ଏବଂ ଏହାର ସବୁଠୁ ଅଧିକ ଶିକାର ଗରିବମାନେ ହୋଇଥା’ନ୍ତି । ସେଥିପାଇଁ ଯକ୍ଷ୍ମା ବିଲୋପ କରିବା ଲାଗି ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ, ସିଧାସଳଖ ଗରିବଙ୍କ ଜୀବନ ସହିତ ଯୋଡ଼ି ହୋଇରହିଛି ।
ବନ୍ଧୁଗଣ,
ସାରା ବିଶ୍ୱରୁ ଯକ୍ଷ୍ମା ଦୂର କରିବା ଲାଗି 2030 ବର୍ଷକୁ ଅନ୍ତିମ ସମୟ ଭାବେ ନିର୍ଦ୍ଧାରଣ କରାଯାଇଛି ।
କିନ୍ତୁ ଆଜି ମୁଁ ଏହି ମଞ୍ଚରୁ ଘୋଷଣା କରୁଛି ଯେ ଭାରତ 2030ର ପାଞ୍ଚ ବର୍ଷ ପୂର୍ବରୁ ଅର୍ଥାତ, 2025 ସୁଦ୍ଧା ଯକ୍ଷ୍ମା ରୋଗର ମୂଳୋତ୍ପାଟନ କରିବା ଲକ୍ଷ୍ୟ ନିଜ ପାଇଁ ନିର୍ଦ୍ଧାରଣ କରିଛି । ଆମ ସରକାର ଏକ ନୂଆ ଆଭିମୁଖ୍ୟ, ନୂଆ ରଣନୀତି ସହିତ ଭାରତରୁ ଯକ୍ଷ୍ମା ସମାପ୍ତ କରିବା ଅଭିଯାନରେ ନିୟୋଜିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ଯେଉଁ ନୂଆ ରଣନୈତିକ ପଦକ୍ଷେପ ଆରମ୍ଭ କରାଯାଇଛି, ତା’ର ଏକ ଝଲକ ଆପଣମାନେ ସମସ୍ତ ଏବେ ଏଠାରେ ପ୍ରଦର୍ଶିତ ହୋଇଥିବା ଉପସ୍ଥାପନାରେ ମଧ୍ୟ ଦେଖିଲେ । ଯକ୍ଷ୍ମାକୁ ସମାପ୍ତ କରିବାର ଲାଗି ଯେତେଜଣ ଅଂଶୀଦାର ଉତ୍ତରଦାୟୀ ଅଟନ୍ତି, ସେମାନଙ୍କୁ ଆମ ସରକାର ଏକଜୁଟ ହୋଇ କାର୍ଯ୍ୟ କରିବା ଲାଗି ପ୍ରେରଣା ଦେଇ ଆସୁଛନ୍ତି ।
ଭାଇ ଓ ଭଉଣୀମାନେ,
ଭାରତରେ ଯକ୍ଷ୍ମାକୁ 2025 ସୁଦ୍ଧା ସମାପ୍ତ କରିବା ଲାଗି ଯେଉଁ ଜାତୀୟ ରଣନୈତିକ ଯୋଜନା ନିର୍ମାଣ କରାଯାଇଥିଲା, ତାହା ଏବେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ସରକାରଙ୍କ ଦ୍ୱାରା ଯକ୍ଷ୍ମା ନିରାକରଣ ସହ ଜଡ଼ିତ ଯୋଜନାଗୁଡ଼ିକ ଉପରେ ବଜେଟ ଲଗାତାର ବଢ଼ାଯାଉଛି । ଚଳିତ ବର୍ଷ ବଜେଟରେ ଆମ ସରକାର ଏହି ରୋଗର ରୋଗୀଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ସହାୟତା ଦେବା ଲାଗି ଅତିରିକ୍ତ 100 ନିୟୁତ ଡଲାର ପ୍ରତିବର୍ଷ ଖର୍ଚ୍ଚ କରିବା ଲାଗି ବ୍ୟବସ୍ଥା କରାଯାଇଛି । ରୋଗୀଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ କ୍ରୟରେ ସମସ୍ୟା ନହେଉ, ସେଥିପାଇଁ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ହସ୍ତାନ୍ତର କରାଯାଉଛି । ଯକ୍ଷ୍ମା ରୋଗୀଙ୍କୁ ସଠିକ ଭାବେ ଚିହ୍ନିବା, ସକ୍ରିୟ ମାମଲା ବିଷୟରେ ସଠିକ ସମୟରେ ଜାଣିବା, ଯେଉଁ ଔଷଧ ଦିଆଯାଉଛି, ତାହା ପ୍ରଭାବଶାଳୀ ହେଉଛି ନା ନାହିଁ, ଔଷଧନିରୋଧୀ ଯକ୍ଷ୍ମା ହୋଇନାହିଁ ତ’- ଏହି ବିଷୟ ପ୍ରତି ଧ୍ୟାନ ଦେଇ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ କାର୍ଯ୍ୟ କରାଯାଉଛି । ‘ଯଥାଶୀଘ୍ର ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କୁ ଉତ୍ତମ ଚିକିତ୍ସା’ ସିଦ୍ଧାନ୍ତ ସହିତ ସରକାର ଏହି ଯୋଜନାରେ ମଧ୍ୟ ଘରୋଇ କ୍ଷେତ୍ରକୁ ସମ୍ପୃକ୍ତ କରୁଛନ୍ତି । ଏହାବ୍ୟତୀତ ପ୍ରଯୁକ୍ତି ଏବଂ ନୂଆ ନବୋନ୍ମେଷର ଅଧିକ ପ୍ରୟୋଗ ପ୍ରତି ଆମର ଗୁରୁତ୍ୱ ରହିଛି । ଇଂଟରନେଟ ଅଫ ଥିଙ୍ଗସକୁ ଆଧାର କରି ଅତ୍ୟାଧୁନିକ ସୁବିଧା, ସୂଚନା ସଂଚାର ପ୍ରଯୁକ୍ତି ସିଷ୍ଟମ ଏବଂ ଏହାସହିତ ଜଡ଼ିତ ଭିତ୍ତିଭୂମି ବିକଶିତ କରାଯାଉଛି । କାର୍ଯ୍ୟକ୍ରମ ପରିଚାଳନା ଲାଗି, ରୋଗ ଅନୁଧ୍ୟାନ ଲାଗି, ଚିକିତ୍ସା ଅନୁଧ୍ୟାନ ଲାଗି ମୋବାଇଲ ଚିକିତ୍ସା ସମାଧାନ ଦେବା ଲାଗି ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଉଛି ।
ଆମେ ଡିଜିଟାଲ ଏକ୍ସ-ରେ ରିଡିଂ ଲାଗି ସ୍ୱଦେଶୀ ମଲେକୁଲାର ଡାଏଗ୍ନୋଷ୍ଟିକ ମେସିନ ମଧ୍ୟ ବିକଶିତ କରିଛୁ । କୃତ୍ରିମ ଧୀଶକ୍ତି ବା ଆର୍ଟିଫିସିଆଲ ଇଂଟେଲିଜେନ୍ସ ଆଧାରିତ ଏହି ମେସିନକୁ ଟ୍ରୁ-ନାଟ ନାମ ଦିଆଯାଇଛି । ଏହି ମେସିନ ମେକ ଇନ ଇଣ୍ଡିଆ ଅଭିଯାନକୁ ମଧ୍ୟ ବଳ ଦେଉଛି । ଯକ୍ଷ୍ମା ସହ ଜଡ଼ିତ ବିଭିନ୍ନ ବିଷୟ, ଯେପରିକି ଟିକା, ଉତ୍ତମ ଔଷଧ, ନିରୂପଣ ଏବଂ କାର୍ଯ୍ୟାନ୍ୱୟନ ଏଗୁଡ଼ିକୁ ଆହୁରି ମଜବୁତ କରିବା ଲାଗି ଭାରତୀୟ ଯକ୍ଷ୍ମା ଗବେଷଣା ପ୍ରତିଷ୍ଠାନ ମଧ୍ୟ ସ୍ଥାପନା କରାଯାଇଛି ।
ଯକ୍ଷ୍ମାକୁ ଭାରତରୁ ଦୂର କରିବା ଲାଗି ରାଜ୍ୟ ସରକାରମାନଙ୍କର ମଧ୍ୟ ବଡ଼ ଭୂମିକା ରହିଛି । ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ମଜବୁଜ କରି, ଏହି ମିଶନରେ ରାଜ୍ୟ ସରକାରଙ୍କୁ ନିଜ ସହିତ ନେଇ ଚାଲିବା ଲାଗି ମୁଁ ନିଜେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଅଭିଯାନ ସହ ଯୋଡ଼ି ହେବା ଲାଗି ଅନୁରୋଧ କରିଛି । ଏଠାରେ ଏହି ଆୟୋଜନରେ ମଧ୍ୟ ରାଜ୍ୟଗୁଡ଼ିକ ପକ୍ଷରୁ ଆସିଥିବା ମନ୍ତ୍ରୀଗଣ ଏବଂ ତତସମ୍ବନ୍ଧୀୟ ପଦାଧିକାରୀମାନେ ଏତେ ବଡ଼ ସଂଖ୍ୟାରେ ଉପସ୍ଥିତ ହେବା, ଏହାର ସଂକେତ ଯେ କିପରି ଆମେ ଟିମ ଇଣ୍ଡିଆ ଭଳି ଆମ ଦେଶକୁ ଯକ୍ଷ୍ମାରୁ ମୁକ୍ତି ଦେବା ଲାଗି ଦୃଢ଼ ସଂକଳ୍ପ ନେଇଛୁ ।
ସାଥୀଗଣ,
ଯକ୍ଷ୍ମାରୁ ମୁକ୍ତି ଲାଗି ଏହି ମିଶନ ହୁଏତ ଭାରତରେ ହୋଇଥାଇପାରେ କିମ୍ବା ଅନ୍ୟ କୌଣସି ଦେଶରେ, କିନ୍ତୁ ଆମର ଅଗ୍ରଣୀ ଯକ୍ଷ୍ମା ଚିକିତ୍ସକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏହା ସ୍ଵୀକାର କରିବାକୁ ପଡିବ । ଏଥିସହିତ ପ୍ରତ୍ୟେକ ସେହି ବ୍ୟକ୍ତି ଯିଏ ଯକ୍ଷ୍ମାରେ ପୀଡ଼ିତ ହେବା ସତ୍ତ୍ୱେ ନିୟମିତ ଔଷଧ ନେଉଛନ୍ତି, ନିଜର ଚିକିତ୍ସା କରାଉଛନ୍ତି ଏବଂ ଏହି ରୋଗକୁ ହରାଇ ହିଁ ଦମ ନେଉଛନ୍ତି, ସେମାନେ ପ୍ରଶଂସାର ପାତ୍ର ଅଟନ୍ତି । ଯକ୍ଷ୍ମା ରୋଗୀ, ନିଜ ଇଚ୍ଛାଶକ୍ତିରୁ ଯେପରି ଏହି ରୋଗ ଉପରେ ବିଜୟ ହାସଲ କରିଥାଏ, ସେ ଅନ୍ୟମାନଙ୍କ ଲାଗି ପ୍ରେରଣା ଭଳି କାର୍ଯ୍ୟ କରିଥାଏ । ମୋର ଦୃଢ଼ ବିଶ୍ୱାସ ଯେ ରୋଗୀଙ୍କ ଇଚ୍ଛାଶକ୍ତି ଏବଂ ଆମର ଉତ୍ସାହୀ ଯକ୍ଷ୍ମା କର୍ମୀଙ୍କ ସହଯୋଗରୁ ଭାରତ ସହିତ ବିଶ୍ୱର ସବୁ ଦେଶ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ । ଏଠାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ଲୋକମାନେ ଭାରତରୁ ଅଛନ୍ତି, ସେମାନଙ୍କୁ ମୁଁ ବିଶେଷ ଭାବେ ନିଜର ଉତ୍ତମ ପ୍ରୟାସ କରିବା ଲାଗି କହିବି କାରଣ ଆପଣମାନଙ୍କ ପାଇଁ ଯକ୍ଷ୍ମାମୁକ୍ତ ଭାରତର ଲକ୍ଷ୍ୟ 2030 ନୁହେଁ, 2025 ଅଟେ । ସଠିକ ରଣନୀତି ସହିତ, ସଠିକ ଭାବେ ତୃଣମୂଳସ୍ତରରେ ଆମେ ନୀତିକୁ ଲାଗୁ କରି ଚାଲିଲେ, ଏହି ଲକ୍ଷ୍ୟ ହାସଲ କରିବା ଲାଗି ଆମକୁ କେହି ଅଟକାଇପାରିବେ ନାହିଁ ।
ସାଥୀଗଣ,
ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ି, ସ୍ଥାନୀୟ ସ୍ତରରେ ଲୋକମାନଙ୍କୁ ସଚେତନ କରି, ଯକ୍ଷ୍ମାର ନିଦାନ ଉପାୟ, ଯକ୍ଷ୍ମାର ଚିକିତ୍ସା, ଅର୍ଥାତ ବହୁପକ୍ଷୀୟ ସମ୍ପୃକ୍ତି ମାଧ୍ୟମରେ ଆମେ ନିଜର ଲକ୍ଷ୍ୟ ହାସଲ କରିପାରିବା । ସେଥିପାଇଁ ସରକାର ଏବଂ ପ୍ରଶାସନ ପ୍ରତ୍ୟେକ ସ୍ତରରେ, ପଞ୍ଚାୟତ, ପୌରପ୍ରଶାସନ, ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ସମସ୍ତଙ୍କୁ ନିଜ ନିଜ ସ୍ତରରେ ‘ଯକ୍ଷ୍ମା ମୁକ୍ତ ଗ୍ରାମ, ପଞ୍ଚାୟତ, ଜିଲ୍ଲା କିମ୍ବା ରାଜ୍ୟ ନିର୍ମାଣ କରିବା ଲାଗି ନିଜର ପୂର୍ଣ୍ଣ ଶକ୍ତି ଖଟାଇବା ଆବଶ୍ୟକ ।
ସାଥୀଗଣ,
ଭାରତକୁ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ କରିବାର ଲକ୍ଷ୍ୟ କିଛି ଲୋକଙ୍କୁ ହୁଏତ’ କଷ୍ଟକର ଲାଗୁଥିବ, କିନ୍ତୁ ଏହା ଅସମ୍ଭବ ନୁହେଁ । ଗତ ଚାରି ବର୍ଷ ମଧ୍ୟରେ ଯେପରି ଆମ ସରକାର ନୂଆ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛି, ତାହାଦ୍ୱାରା ଏହି ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିବ ।
ଭାଇ ଓ ଭଉଣୀମାନେ,
ଆମେ ସମସ୍ୟାଗୁଡ଼ିକୁ, ଆହ୍ୱାନଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଦେଖିନଥାଉ । ଯେତେବେଳେ ଏକ ସାମୂହିକ ଉପାୟରେ ଏହି ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ପ୍ରୟାସ କରାଯାଇଥାଏ ତାହାର ଫଳ ମଧ୍ୟ ମିଳିଥାଏ । ମୁଁ ବିଶେଷ ଆଲୋଚନା କରିବା ଲାଗି ଚାହୁଁନାହିଁ, କିନ୍ତୁ ଆପଣମାନଙ୍କୁ ଆମ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ବିଷୟରେ କହିବାକୁ ଚାହୁଁଛି । ଭାରତରେ ଟିକାକରଣ 30-35 ବର୍ଷ ଧରି ଚାଲିଆସୁଛି । ଏହାସତ୍ତ୍ୱେ 2014 ସୁଦ୍ଧା ଆମେ ସମ୍ପୂର୍ଣ୍ଣ କଭରେଜ ଲକ୍ଷ୍ୟ ହାସଲ କରିପାରିନଥିଲୁ । ଯେଉଁ ଗତିରେ ଟିକାକରଣର ପରିଧି ବଢ଼ିଚାଲିଥିଲା, ଯଦି ସେପରି ଚାଲିଥା’ନ୍ତା ତା’ହେଲେ ଭାରତକୁ ସମ୍ପୂର୍ଣ୍ଣ କଭରେଜ ପହଁଚିବା ଲାଗି ଆହୁରି 40 ବର୍ଷ ଲାଗିଯାଇଥା’ନ୍ତା ।
ସାଥୀଗଣ,
ପ୍ରଥମେ ଆମର ଟିକାକରଣ କଭରେଜ କେବଳ 1 ପ୍ରତିଶତ ଗତିରେ ବଢ଼ୁଥିଲା । ମାତ୍ର ସାଢ଼େ ତିନି ବର୍ଷରେ ଏବେ ଏହା ବାର୍ଷିକ 6 ପ୍ରତିଶତରୁ ଅଧିକ ହୋଇଯାଇଛି ଏବଂ ଆସନ୍ତା 1ବର୍ଷରେ ଆମେ 90 ପ୍ରତିଶତ ଟିକାକରଣ କଭରେଜ ଲକ୍ଷ୍ୟ ହାସଲ କରିବାକୁ ଯାଉଛୁ । ଅନ୍ୟ ଦେଶରୁ ଆସିଥିବା ଆମର ଅତିଥିମାନେ ଭାବୁଥିବେ ଯେ ଏହା କିପରି ସମ୍ଭବ ହେଲା?
ସାଥୀଗଣ,
ମୁଁ ଯେତେବେଳେ ନୂଆ ଆଭିମୁଖ୍ୟ କଥା କହୁଛି, ତା’ ପଛରେ ଗୋଟିଏ କାରଣ ରହିଛି । ଆମେ ପ୍ରଥମେ ଦେଶର ସେସବୁ ଜିଲ୍ଲା, ସେସବୁ କ୍ଷେତ୍ର ଚିହ୍ନଟ କଲୁ ଯାହା ବର୍ଷ ବର୍ଷ ଧରି ଚାଲିଆସିଥିବା ଟିକାକରଣ କଭରେଜ ଠାରୁ ବାହାରେ ଥିଲା କିମ୍ବା ଯେଉଁଠି ଟୀକାକରଣ ନାମରେ କେବଳ ପ୍ରହସନ ଚାଲିଥିଲା । ଏହି କ୍ଷେତ୍ରକୁ ଟାର୍ଗେଟ କରି ଆମ ସରକାର ମିଶନ ଇନ୍ଦ୍ରଧନୁଷ ଆରମ୍ଭ କଲେ, ଟୀକାକରଣ ଲାଗି ନୂଆ ଔଷଧ ଯୋଡ଼ି ଏବଂ ତୃଣମୂଳସ୍ତରରେ ଯାଇ କାମ କରିବା ଆରମ୍ଭ କରାଗଲା । ଆଜି ଏହାର ପରିଣାମ ଆମେ ସମସ୍ତେ ଦେଖୁଛୁ ।
ସାଥୀଗଣ,
ଏପରି ହିଁ ନୂଆ ଆଭିମୁଖ୍ୟ ସହିତ ସରକାର ସ୍ୱଚ୍ଛ ଭାରତ ମିଶନ ଲାଗି ମଧ୍ୟ କାମ କରୁଛନ୍ତି । ଯାହାର ଫଳସ୍ୱରୂପ 2014ରେ ଦେଶର ଗ୍ରାମାଂଚଳରେ ସ୍ୱଚ୍ଛତାର ଯେଉଁ ପରିଧି ପାଖାପାଖି 40 ପ୍ରତିଶତ ଥିଲା ଏବେ ତାହା ବୃଦ୍ଧି ପାଇ ପାଖାପାଖି 80ପ୍ରତିଶତ ପର୍ଯ୍ୟନ୍ତ ପହଂଚି ଯାଇଛି । ଏତେ କମ ସମୟ ମଧ୍ୟରେ ଆମେ ଦୁଇଗୁଣା କଭରେଜ ହାସଲ କରିଛୁ । ଆମେ ଖୁବ ଦ୍ରୁତଗତିରେ ଅକ୍ଟୋବର 2019ରେ ଖୋଲା ମଳମୁକ୍ତ ଭାରତ ଦିଗରେ ଆଗକୁ ବଢ଼ୁଛୁ । ମୁଁ ଏହି ଦୁଇଟି ଉଦାହରଣ ଆଜି ଏହି ଅନ୍ତର୍ଜାତୀୟ ମଞ୍ଚରେ ଏଥିପାଇଁ ଦେଉଛି ଯେ କାରଣ ମୁଁ ପ୍ରତ୍ୟେକ ଦେଶ ମଧ୍ୟରେ ଏହି କଥା ଉପରେ ପୁଣିଥରେ ଜୋର ଦେବାକୁ ଚାହୁଁଛି ଯେ ବଡ଼ ଏବଂ କଷ୍ଟକର ଲକ୍ଷ୍ୟ ହାସଲ କରାଯାଇପାରିବ । ହଁ, ସେଥିପାଇଁ ପ୍ରଥମ ଆବଶ୍ୟକତା ହେଉଛି କୌଣସି ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ଯେତେବେଳେ ସଠିକ ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ ନାହିଁ, ତା’ହେଲେ ଗତି କେଉଁଠୁ ଆସିବ, ଦିଗ ବି ରହିବ ନାହିଁ ଏବଂ ଆପଣ ଲକ୍ଷ୍ୟ ଦିଗରେ ପହଁଚି ମଧ୍ୟ ପାରିବେ ନାହିଁ ।
ସାଥୀଗଣ,
ଏହି ମନୋବଳ ସହିତ, ଏହିପରି ନିର୍ଦ୍ଧାରିତ ଲକ୍ଷ୍ୟ ଏବଂ ନିର୍ଦ୍ଧାରିତ ରଣନୀତିରେ ଚାଲି ଭାରତ ମଧ୍ୟ 2025 ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବା ଲାଗି ନିଜର ସଂକଳ୍ପ ପୂରଣ କରିବ, ଏହା ମୋର ଦୃଢ଼ ବିଶ୍ୱାସ ଅଟେ ।
ସାଥୀଗଣ, ଆପଣମାନେ ସମସ୍ତେ ସ୍ୱାସ୍ଥ୍ୟ କ୍ଷେତ୍ରର ବିଶେଷଜ୍ଞ ଅଟନ୍ତି । ଏହା ମଧ୍ୟ ଭଲଭାବେ ବୁଝନ୍ତି ଯେ କୌଣସି ରୋଗ ଶେଷ କରିବା ଲାଗି ବହୁପକ୍ଷୀୟ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଯକ୍ଷ୍ମା ବିଷୟରେ ମୁଁ ଔଷଧ, ଚିକିତ୍ସାର ଅନୁଧ୍ୟାନ, ଗବେଷଣା, ପୁଷ୍ଟିଯୁକ୍ତ ଆହାର ଲାଗି ଆର୍ଥିକ ସହାୟତା ଭଳି ଅନେକ ହସ୍ତକ୍ଷେପ ବିଷୟରେ ଆପଣମାନଙ୍କୁ କହିଲି । କିନ୍ତୁ ଏହା ସହିତ ଭାରତରେ ଆଉ କିଛି କାର୍ଯ୍ୟ ହେଉଛି ଯାହା ଯକ୍ଷ୍ମାର ପ୍ରଭାବକୁ, ଏହି ରୋଗକୁ କମ କରିବାରେ ସହାୟକ ହେଉଛି । ଏଥିମଧ୍ୟରୁ ଗୋଟିଏ ସ୍ୱଚ୍ଛ ଭାରତ ମିଶନ ଅଟେ, ଯାହା ସମ୍ପର୍କରେ ମୁଁ ଆପଣମାନଙ୍କୁ ବିସ୍ତାରପୂର୍ବକ କହିଛି । ସେହିପରି ଭାରତ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ମଧ୍ୟ ଯକ୍ଷ୍ମାକୁ କମ କରିବାରେ ବଡ଼ ଭୂମିକା ତୁଲାଇଛି । ଏହି ଯୋଜନା ଅଧୀନରେ ସରକାର 8 କୋଟି ଗରିବ ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଦେବାର କାମ କରୁଛନ୍ତି । ଘରେ ଏଲପିଜି ଆସିବା ପରେ ମହିଳାମାନେ, ସେମାନଙ୍କ ଶିଶୁ, ସେମାନଙ୍କ ପରିବାର କାଠ ଧୂଆଁରୁ ମୁକ୍ତ ହେଉଛି, ଏବଂ ଏଥିସହିତ ନିଜ ଉପରେ ଯକ୍ଷ୍ମାର ପ୍ରଭାବକୁ ମଧ୍ୟ କମ କରୁଛି । ଚାରିଦିନ ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସରେ ଆମ ସରକାର ଜାତୀୟସ୍ତରରେ ପୁଷ୍ଟିସାଧନ ମିଶନ ମଧ୍ୟ ଆରମ୍ଭ କରିଛି । ଏହି ମିଶନର ଉଦ୍ଦେଶ୍ୟ ମଧ୍ୟ କେବଳ ଲୋକମାନଙ୍କୁ ପୁଷ୍ଟିଯୁକ୍ତ ଭୋଜନ ଦେବା ନୁହେଁ । ଆମର ଲକ୍ଷ୍ୟ ସେହି ବତାବାରଣ ଓ ପରିବେଶ ପ୍ରସ୍ତୁତ କରିବା ଯେଉଁଥିରେ କୁପୋଷଣ ସମ୍ଭାବନା ଅତି କମ ହୋଇଥିବ ।
ସାଥୀଗଣ,
ଚଳିତ ବର୍ଷ ବଜେଟରେ ଭାରତ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସୁନିଶ୍ଚିତତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବା ଲାଗି ଘୋଷଣା କରିଛନ୍ତି । ଏହି ଯୋଜନା ହେଉଛି ଆୟୁଷ୍ମାନ ଭାରତ, ଅର୍ଥାତ “ଦୀର୍ଘାୟୁ ଭାରତ” । ଏହା ମାଧ୍ୟମରେ ଆମ ସରକାର ଦେଶରେ ପ୍ରାଥମିକ, ମାଧ୍ୟମିକ ଏବଂ ଆଚଂଳିକ ସ୍ୱାସ୍ଥ୍ୟସେବା ଓ ଯତ୍ନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲାଗି କାର୍ଯ୍ୟ କରିବ । ସରକାରଙ୍କ ଦ୍ୱାରା ସାରା ଦେଶରେ ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ଏହି ଆରୋଗ୍ୟ କେନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରିବ ଯେଉଁଠି ନିରୂପଣ ସେବା ମଧ୍ୟ ରହିବ ଏବଂ ଲୋକମାନଙ୍କୁ ଶସ୍ତାରେ ଔଷଧ ମଧ୍ୟ ଦିଆଯିବ । ଏହାବ୍ୟତୀତ 10 କୋଟି ଗରିବ ପରିବାରକୁ ଗୁରୁତର ରୋଗର ଚିକିତ୍ସା ଲାଗି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ସ୍ୱାସ୍ଥ୍ୟ ବୀମା ସୁବିଧା ମଧ୍ୟ ଦିଆଯିବ ।
ଭାଇ ଓ ଭଉଣୀମାନେ,
ସ୍ୱାସ୍ଥ୍ୟ ସମ୍ପର୍କରେ ଆମ ଭାରତୀୟ ଦର୍ଶନ ଏବଂ ଭାରତୀୟ ପ୍ରାଚୀନ ବିଜ୍ଞାନ ସର୍ବଦା ଅତି ସ୍ପଷ୍ଟ ରହିଆସିଛି । ଆମର ଏଠି କୁହାଯାଏ-
ସର୍ବେ ଭବନ୍ତୁ ସୁଖିନଃ,
ସର୍ବେ ସନ୍ତୁ ନିରାମୟାଃ,
ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖଭାଗଭବେତ ।
ଅର୍ଥାତ,
ସମସ୍ତେ ସୁଖରେ ରହନ୍ତୁ, ସମସ୍ତେ ନିରୋଗ ରହନ୍ତୁ,
ସମସ୍ତେ ପବିତ୍ର ଦର୍ଶନ କରନ୍ତୁ, କେହି ଦୁଃଖରେ ନରହନ୍ତୁ ।
ଏହି ଦର୍ଶନ କାରଣରୁ ଭାରତ ଭୂମିରେ ଆୟୁର୍ବେଦ ଏବଂ ଯୋଗ ଭଳି ବୈଜ୍ଞାନିକ ପଦ୍ଧତିର ଜନ୍ମ ହୋଇଛି । ଶହ ଶହ ବର୍ଷ ପୂର୍ବରୁ ଏହା ଭାରତୀୟ ଜନମାନସରେ ସଂଚରିତ ହୋଇ ରହିଥିଲା । ରୋଗନାଶକ, ଉତ୍ସାହବର୍ଦ୍ଧକ ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବାର ଏହି ଉପାୟକୁ ଏବେ ଅନ୍ତର୍ଜାତୀୟ ମାନ୍ୟତା ମିଳୁଛି । ଆମ ସରକାର ମଧ୍ୟ ପ୍ରାଚୀନ ଭାରତୀୟ ପଦ୍ଧତି ଏବଂ ଆଧୁନିକ ଚିକିତ୍ସା ପଦ୍ଧତିକୁ ସାଥୀରେ ନେଇ ଚାଲିଛନ୍ତି । ମୁଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଆଜି ଏହି ଅନୁରୋଧ ମଧ୍ୟ କରୁଛି ଯେ ଯକ୍ଷ୍ମାର ନିଦାନରେ ଆୟୁର୍ବେଦର ଯୋଗଦାନକୁ ନେଇ ଗବେଷଣାର ପରିସର ବୃଦ୍ଧି କରାଯାଉ ଏବଂ ଏହାର ଯେଉଁ ଫଳାଫଳ ମଧ୍ୟ ଆସୁଛି, ସେସମ୍ପର୍କରେ ଆମ ସାଥୀ ଦେଶଗୁଡ଼ିକୁ ସୂଚୀତ କରାଯାଉ । ସବକା ସାଥ, ସବକା ବିକାଶର ଆମ ମନ୍ତ୍ର, କ୍ଷେତ୍ରୀୟ ସୀମାରେ ବାନ୍ଧି ହୋଇ ରହିନାହିଁ । ଯକ୍ଷ୍ମାମୁକ୍ତ ବିଶ୍ୱ ଲାଗି ଭାରତ ପ୍ରତ୍ୟେକ ଦେଶ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବା ଲାଗି ସହର୍ଷ ପ୍ରସ୍ତୁତ ଅଛି । ଯକ୍ଷ୍ମା ସହ ଲଢ଼େଇ ଯେଉଁ ଦେଶର ପ୍ରାଥମିକ ଔଷଧ, ସରଂଜାମ ଏବଂ ବୈଷୟିକ ସହାୟତାର ଆବଶ୍ୟକତା ହେବ, ଆମେ ସମ୍ପୂର୍ଣ୍ଣ ତତ୍ପରତା ସହିତ ସେହି ଦେଶକୁ ସହାୟତା କରିବୁ ।
ସାଥୀଗଣ,
ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ କୌଣସି ଯୋଜନା ସଫଳ ହେଉ କିମ୍ବା ବିଫଳ, ତାହା ଏକଥା ଉପରେ ନିର୍ଭର କରିଥାଏ ଯେ ଶେଷ ପଂକ୍ତିରେ ଆବଶ୍ୟକ କରୁଥିବା ଲୋକ ଏହାଦ୍ୱାରା କେତେ ଲାଭ ପାଉଛି । ଆମ ସରକାର ଏହି କଥା ଲାଗି ପ୍ରତିବଦ୍ଧ ଅଟନ୍ତି ଯେ ଆମର ଯୋଜନା, ସେହି ଶେଷ ପଂକ୍ତିରେ ଆବଶ୍ୟକ କରୁଥିବା ମଣିଷ ପର୍ଯ୍ୟନ୍ତ ପହଁଚୁ ଏବଂ ତା’ର ଜୀବନ ନିର୍ବାହ ଆହୁରି ସହଜ, ସରଲ ଓ ନିରାମୟ ହେଉ ।
ଆଜି ଏହି ଅବସରରେ ମୁଁ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସରକାର, ପ୍ରତ୍ୟେକ ସଂସ୍ଥା, ନାଗରିକ ସଂଗଠନ ସହ ଜଡ଼ିତ ପ୍ରତ୍ୟେକ ପ୍ରତିନିଧିମାନଙ୍କୁ ମଧ୍ୟ ଏହି ସଂକଳ୍ପ ନେବା ଲାଗି ଅନୁରୋଧ କରୁଛି ଯେ ସେମାନେ ଯକ୍ଷ୍ମା ଆକ୍ରାନ୍ତ ସେହି ଅନ୍ତିମ ବ୍ୟକ୍ତି ନିକଟରେ ପହଁଚିବାରେ, ଯକ୍ଷ୍ମା ମୁକ୍ତ ଭାରତ ନିର୍ମାଣରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ ।
ଯକ୍ଷ୍ମାମୁକ୍ତ ଭାରତର ସଂକଳ୍ପ, ଯକ୍ଷ୍ମା ମୁକ୍ତ ବିଶ୍ୱର ସଂକଳ୍ପକୁ ମଧ୍ୟ ପୂରଣ କରିବାରେ ସହଯୋଗ କରିବ ।
ଏହି ବଡ଼ ଲକ୍ଷ୍ୟ ଲାଗି, ଅନେକ ଅନେକ ଶୁଭକାମନା ସହିତ ମୁଁ ନିଜ ବକ୍ତବ୍ୟ ଶେଷ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ ଏହି ଆୟୋଜନରେ ସାମିଲ ହେବା ଲାଗି ପୁଣିଥରେ ଅନେକ ଅନେକ କୃତଜ୍ଞତା ଜଣାଉଛି । ଧନ୍ୟବାଦ ।
***********
मुझे खुशी है कि भारत की Health और Family Welfare Ministry, WHO South East Asia Region और Stop TB Partnership मिलकर एशिया, अफ्रीका और दुनिया के अनेक देशों के प्रतिनिधियों को आज एक मंच पर लाए हैं: PM
— PMO India (@PMOIndia) March 13, 2018
मुझे उम्मीद है कि 'Delhi End TB Summit' TB को धरती से हमेशा के लिए खत्म करने की दिशा में एक landmark event के तौर पर जाना जाएगा: PM @narendramodi
— PMO India (@PMOIndia) March 13, 2018
Watch Live: https://t.co/6zk0vyqnpj
भारत में तो वैसे भी किसी भी communicable disease से TB का प्रभाव सबसे ज्यादा है और इसका सबसे ज्यादा शिकार भी गरीब होते हैं। इसलिए TB खत्म करने के लिए उठाया गया हर कदम, सीधे-सीधे गरीबों के जीवन से जुड़ा हुआ है: PM @narendramodi
— PMO India (@PMOIndia) March 13, 2018
दुनिया भर में TB को खत्म करने के लिए वर्ष 2030 तक का समय तय किया गया है। लेकिन आज मैं ये घोषणा कर रहा हूं कि भारत ने वर्ष 2030 से 5 साल और पहले, यानि 2025 तक TB को खत्म करने का लक्ष्य अपने लिए तय किया है: PM
— PMO India (@PMOIndia) March 13, 2018
TB के मरीजों की सही पहचान हो, Active Cases के बारे में समय पर पता चले, जो दवाइयां दी जा रही हैं, वो प्रभावी हैं भी या नहीं, drug-resistant TB तो नहीं है, इन विषयों को ध्यान में रखते हुए सरकार द्वारा व्यापक स्तर पर कार्य किया जा रहा है: PM
— PMO India (@PMOIndia) March 13, 2018
TB को भारत से मिटाने के लिए राज्य सरकारों की भी बड़ी भूमिका है। Co-operative Federalism की भावना को मजबूत करते हुए, इस मिशन में राज्य सरकारों को अपने साथ लेकर चलने के लिए मैंने खुद देश के सभी मुख्यमंत्रियों को चिट्ठी लिखकर इस अभियान से जुड़ने का आग्रह किया है: PM
— PMO India (@PMOIndia) March 13, 2018
इस आयोजन में राज्यों की तरफ से आए मंत्रिगण और संबंधित पदाधिकारियों का इतनी बड़ी संख्या में उपस्थित होना, इस बात का संकेत है कि कैसे हम Team India की तरह अपने देश को TB से मुक्ति दिलाने के लिए दृढ़ संकल्पित हैं: PM
— PMO India (@PMOIndia) March 13, 2018
TB से मुक्ति का ये मिशन भले ही भारत में हो या किसी भी देश में, frontline TB physicians और workers की बड़ी भूमिका होती है। इसके साथ ही हर वो व्यक्ति जो TB से ग्रसित होने के बाद रेग्यूलर दवा लेता है, अपना इलाज कराता है और इस बीमारी को हराकर दम लेता है, वो भी प्रशंसा का पात्र है: PM
— PMO India (@PMOIndia) March 13, 2018
TB का मरीज अपनी इच्छाशक्ति से जिस तरह इस बीमारी पर विजय प्राप्त करता है, वो दूसरों के लिए भी प्रेरणा का काम करता है।
— PMO India (@PMOIndia) March 13, 2018
मेरा दृढ़ विश्वास है कि मरीजों की इच्छाशक्ति और अपने passionate TB workers के सहयोग से भारत के साथ ही दुनिया का हर देश अपने लक्ष्य को प्राप्त करने में सफल होगा: PM
भारत में immunization 30-35 साल से चल रहा है। बावजूद इसके 2014 तक हम संपूर्ण कवरेज का लक्ष्य प्राप्त नहीं कर पाए थे। जिस रफ्तार से immunization का दायरा बढ़ रहा था, अगर वैसे ही चलता रहता तो भारत को संपूर्ण कवरेज तक पहुंचने में 40 साल और लग जाते: PM
— PMO India (@PMOIndia) March 13, 2018
साथियों, पहले हमारा immunisation coverage सिर्फ 1% की रफ्तार से बढ़ रहा था। सिर्फ तीन-साढ़े तीन साल में अब ये 6% प्रतिवर्ष से ज्यादा हो गया है और अगले एक वर्ष में हम 90 प्रतिशत immunisation coverage का लक्ष्य हासिल करने जा रहे हैं: PM
— PMO India (@PMOIndia) March 13, 2018
ऐसी ही नई अप्रोच के साथ हमारी सरकार स्वच्छ भारत मिशन के लिए भी काम कर रही है। इसी का नतीजा है कि 2014 में देश के ग्रामीण इलाकों में स्वच्छता का जो दायरा लगभग 40% था अब वो बढ़कर लगभग 80% तक पहुंच गया है। इतने कम समय में हमने दोगुनी कवरेज हासिल की है: PM
— PMO India (@PMOIndia) March 13, 2018
बड़े और मुश्किल लक्ष्य हासिल किए जा सकते हैं। उसके लिए पहली आवश्यकता है कि कोई लक्ष्य तय तो किया जाए।
— PMO India (@PMOIndia) March 13, 2018
जब लक्ष्य ही तय नहीं होगा, तो फिर न रफ्तार रहेगी, न दिशा रहेगी और न ही आप मंजिल तक पहुंच पाएंगे: PM