Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ଡିସିରେ ଭାରତୀୟ ସମୁଦାୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଆମେରିକାରେ ବସବାସ କରୁଥିବା ମୋର ସମସ୍ତ ଆତ୍ମୀୟ ସ୍ୱଜନ!

ପରିବାର ସଦସ୍ୟଙ୍କୁ ସାକ୍ଷାତ କରିବାରେ ଯେଉଁ ଆନନ୍ଦ ମିଳିଥାଏ ସେହି ଆନନ୍ଦ ମୁଁ ଯେବେ-ଯେତେବେଳେ ଆପଣମାନଙ୍କୁ ସାକ୍ଷାତ କରିଥାଏ ତ ଅନୁଭବ କରିଥାଏ, ଏକ ନୂଆ ଉର୍ଜ୍ଜା ନେଇକରି ଯାଇଥାଏ । ନୂତନ ଉତ୍ସାହ ଆପଣ ମୋ ଭିତରେ ଭରି ଦିଅନ୍ତି । ପୁଣି ଆଉଥରେ ସେହି ସୁାଯାଗ ଆଜି ମତେ ମିଳିଛି ।

ବିଗତ 20 ବର୍ଷରେ ମତେ ଅନେକ ଥର ଆମେରିକା ଆସିବାର ସୁଯୋଗ ମିଳିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ନ ଥିଲି, ପ୍ରଧାନମନ୍ତ୍ରୀ ମଧ୍ୟ ନ ଥିଲି ତ ଆମେରିକାର ପାଖାପାଖି 30 ରାଜ୍ୟକୁ ମୁଁ ଭ୍ରମଣ କରିଥିଲି ଆଉ ପ୍ରତ୍ୟେକ ଥର କୌଣସି ନା କୌଣସି ରୂପରେ ଏଠାରେ ବସବାସ କରୁଥିବା ଆପଣ ସମସ୍ତ ଆତ୍ମୀୟ ସ୍ୱଜନଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳୁଥିଲା ।

ପ୍ରଧାନମନ୍ତ୍ରୀ ହେବା ପରେ ଆପଣମାନେ ଏତେ ବଡ଼ ବଡ଼ ସମାରୋହ ଆୟୋଜନ କଲେ ଯାହାର ପ୍ରତିଧ୍ୱନୀ ଆଜି ମଧ୍ୟ ଦୁନିଆରେ ଶୁଣିବାକୁ ମିଳୁଛି । ନା କେବଳ ଆମେରିକାର ରାଜନେତାମାନେ ବରଂ ବିଶ୍ୱର ରାଜନେତାମାନେ ମଧ୍ୟ ଯେତେବେଳେ ସାକ୍ଷାତ ହୋଇଥାଆନ୍ତି ତ ସେମାନଙ୍କ ମସ୍ତିଷ୍କରେ ମୋର ପରିଚୟ ଆମେରିକାର ସେହି କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥାଏ ।

ଏହା ସବୁ ହେଉଛି ଆପଣମାନଙ୍କର ହିଁ ଚମତ୍କାର, ଆପଣମାନଙ୍କର ହିଁ ହେଉଛି ପୁରୁଷାର୍ଥ ଆଉ ମୁଁ ଜାଣିଛି କି ଆମେରିକାରେ ରହୁଥିବା ଏହି ପ୍ରକାରର ଜିନିଷ ଆୟୋଜନ କରିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ, କେତେଗୁଡିଏ ଦିଗକୁ ଦେଖିବାକୁ ପଡିଥାଏ, କିନ୍ତୁ ତା ପରେ ମଧ୍ୟ ଆପଣ ଏହାକୁ ସଫଳ କରିଥାନ୍ତି ।

ଏଥର ମୋ ଯାତ୍ରା ଅଧିକାଂଶ ଲୋକଙ୍କ ମନ ଊଣା କରିବାକୁ ଯାଉଛି; ମନ ଊଣା କରି ଦେଇ ଚାଲିଯାଉଛି କାରଣ ଅନେକ ଚାପ ଆସୁଥିଲା, କେତେ କାର୍ଯ୍ୟକ୍ରମର ପ୍ରସ୍ତାବ ଆସୁଥିଲା, ଆପଣମାନଙ୍କର ମଧ୍ୟ ମନ ହେଉଥିବ ବଡ଼ କାର୍ଯ୍ୟକ୍ରମ କରିବା ପାଇଁ କିନ୍ତୁ ମୁଁ କହିଲି କି ବଡ଼ କାର୍ଯ୍ୟକ୍ରମ ନିଶ୍ଚୟ କରିବି କିନ୍ତୁ ଆଜି ମୁଁ ସେହି ଲୋକମାନଙ୍କୁ ବିଶେଷକରି ସାକ୍ଷାତକରିବାକୁ ସେମାନଙ୍କୁ ଦର୍ଶନ କରିବାକୁ ଚାହୁଁଛି ଯେଉଁମାନେ ମୋର ଗତ କାର୍ଯ୍ୟକ୍ରମ ପାଇଁ ବହୁତ ପରିଶ୍ରମ କରିଥିଲେ, ବହୁତ କଠିନ ପରିଶ୍ରମ କରିଥିଲେ ।

ସମୟ ଦେଲେ, ଧନ ଖର୍ଚ୍ଚ କଲେ, ନିଜର ନିଜସ୍ୱ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିଥିଲେ ତ, ଏଥର ତ ମୋର ମନରେ ଏହା ଥିଲା କି ଆପଣ ସମସ୍ତଙ୍କ ଦର୍ଶନ କରେ ଯେଉଁମାନେ ବହୁତ ପରିଶ୍ରମ କରିଥିଲେ, ତ ଏହି ସୌଭାଗ୍ୟ ଆଜି ମତେ ମିଳିଛି । ଏକ ପ୍ରକାରରେ ଏଠାରେ ମୁଁ ଯେଉଁ ସ୍ୱରୂପ ଦେଖୁଛି ସେଥିରେ ଛୋଟ ଭାରତ ମଧ୍ୟ ଅଛି ଆଉ ଛୋଟ ଆମେରିକା ମଧ୍ୟ ଅଛି ।

ଭାରତର ପାଖାପାଖି ସମସ୍ତରାଜ୍ୟର ଲୋକ ଏଠାରେ ଅଛନ୍ତି ଆଉ ଆମେରିକାର ମଧ୍ୟ ସମସ୍ତ ରାଜ୍ୟର ଏଠାରେ ଅଛନ୍ତି । ଆପଣ କେଉଁଠାରେ ଅଛନ୍ତି, କେଉଁ ଅବସ୍ଥାରେ ଅଛନ୍ତି, କେଉଁ ପ୍ରକାରର କାର୍ଯ୍ୟରେ ଯୋଡି ହୋଇଛନ୍ତି, କେଉଁ ପରିସ୍ଥିତିରେ ଦେଶ ଛାଡି ଏଠାକୁ ଆସିଥିଲେ, କିଛି ମଧ୍ୟ ହେଉ କିନ୍ତୁ ହିନ୍ଦୁସ୍ଥାନରେ ଯଦି କିଛି ଭଲ ହୋଇଥାଏ ତ ଆପଣ ଖୁସିରେ ଆତ୍ମହରା ହୋଇଯାଆନ୍ତି । ଆଉ ହିନ୍ଦୁସ୍ଥାନରେ ଯଦି କିଛି ଖରାପ ହୋଇଥାଏ ତ ସର୍ବ ପ୍ରଥମେ ଆପଣଙ୍କ ନିଦ ଖରାପ ହୋଇଥାଏ । ଏହା ଏଇଥିପାଇଁ ହୋଇଥାଏ କି ଆପଣଙ୍କ ହୃଦୟ ପ୍ରତିକ୍ଷଣ ଚାହିଁଥାଏ ଯେ ମୋ ଦେଶ କେବେ ଏଭଳି ହେବ, ମୋ ଦେଶ ଏଭଳି ଆଗକୁ କେବେ ବଢ଼ିବ ।

ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେଉଁ ସ୍ୱପ୍ନ ଆପଣ ଦେଖିଛନ୍ତି ଆପଣମାନେ ଥିବା ସମୟରେ ସେହି ସ୍ୱପ୍ନକୁ ସାକାର ହେବାର ଦେଖିବେ ଆଉ ତାହାର ସାଧା ସିଧା କାରଣ ହେଉଛି, ଆପଣ ହିଁ ହିନ୍ଦୁସ୍ଥାନରେ ଥିଲେ ଏବଂ ଆପଣ ହିଁ ଆମେରିକାରେ ଅଛନ୍ତି କିନ୍ତୁ ଆପଣଙ୍କ ଶକ୍ତି, ଆପଣଙ୍କ ସାମର୍ଥ୍ୟ, ଯିଏ ବି ହିନ୍ଦୁସ୍ଥାନୀ ହେଉ କିନ୍ତୁ ତାଙ୍କୁ ଅନୁକୂଳ ପରିବେଶ ମିଳିବାରୁ ଆପଣ ଏତେ ପ୍ରସ୍ଫୁଟିତ ହେଲେ ଯେ ଆମେରିକାକୁ ମଧ୍ୟ ପ୍ରସ୍ଫୁଟିତ ହେବାରେ ସହାୟକ ହେଲେ ।

ସେହି ଭାରତୀୟଙ୍କ ଶକ୍ତି, ଅନୁକୂଳ ପରିବେଶ ଆମେରିକାରେ ମିଳିଲା ତ ଆମେରିକାର ମଙ୍ଗଳ ପାଇଁ ଏବଂ ନିଜର ମଙ୍ଗଳ ପାଇଁ, ଦୁଇ ଜଣଙ୍କର ବିକାଶ ଯାତ୍ରା ସମାନ୍ତରାଳ ଭାବେ ଚାଲୁ ରହିଲା । ଆପଣଙ୍କ ଭଳି, ଆପଣଙ୍କ ଭଳି ହିଁ ସାମର୍ଥ୍ୟ ରଖିବାବାଲା, ଆପଣଙ୍କ ଭଳି ହିଁ ବୁଦ୍ଧି ପ୍ରତିଭା ରଖିବାବାଲା ଶହେ ପଚିଶ କୋଟି ହିନ୍ଦୁସ୍ଥାନୀ ହିନ୍ଦୁସ୍ଥାନରେ ବସିଛନ୍ତି ।

ଆପଣଙ୍କୁ ଯେଭଳି ଏଠି ଅନୁକୂଳ ପରିବେଶ ମିଳିଲା ଏବଂ ଦୁନିଆ ବଦଳି ଗଲା, ସେମାନଙ୍କୁ ମଧ୍ୟ ଏବେ ସେଠି ଅନୁକୂଳ ପରିବେଶ ମିଳୁଅଛି ଏବଂ ସେହି ଶହେ ପଚିଶ କୋଟି ଦେଶବାସୀ କେତେ ଦ୍ରୁତ ଗତିରେ ହିନ୍ଦୁସ୍ଥାନକୁ ବଦଳାଇଦେବେ ଏହା ମୁଁ ଆଉ ଆପଣମାନେ ଭଲ ଭାବରେ ଅନୁମାନ ଲଗାଇ ପାରୁଥିବେ ।

ଆଜି ଭାରତରେ ଯେଉଁ ସବୁଠାରୁ ବଡ଼ ପରିବର୍ତ୍ତନ ଆସିଛି ଆଉ ଯାହାକୁ ମୁଁ ପ୍ରତିକ୍ଷଣ ଅନୁଭବ କରି ପାରୁଛି, ପ୍ରତ୍ୟେକ ଦେଶବାସୀ କିଛି ନା କିଛି କରିବାକୁ ଚାହୁଁଛନ୍ତି, କିଛି ନା କିଛି କରୁଛନ୍ତି ଏବଂ ତାହା ମଧ୍ୟ, ମୋ ଦେଶ ଆଗକୁ ବଢ଼ୁ, ଏହି ସ୍ୱପ୍ନ ଆଉ ସଂକଳ୍ପର ସହିତ କରୁଅଛି । ଆଉ ଯେବେ ଶହେ ପଚିଶ କୋଟି ଦେଶବାସୀଙ୍କ ଭାବାବେଗ, କିଛି କରି ଯିବାର ଉଦ୍ଦେଶ୍ୟ, କାଶ୍ମୀରରୁ କନ୍ୟାକୁମାରୀ, ଅଟକରୁ କଟକ, ସଂପୂର୍ଣ୍ଣ ଦେଶରେ ଅନୁଭବ ହୋଇଥାଏ ତ ଦେଶବାସୀଙ୍କ ମଧ୍ୟରେ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି କି, ବିଗତ କିଛି ବର୍ଷ ପର୍ଯ୍ୟନ୍ତ ଯେଉଁ ଗତି ନ ଥିଲା ତା’ ଠାରୁ ଅଧିକ ଦ୍ରୁତ ଗତିରେ ଦେଶ ଆଜି ଆଗକୁ ବଢ଼ୁଛି ।

ଏହି ଦିନଗୁଡ଼ିକ ମଧ୍ୟରେ ଭାରତରେ ଯେଉଁ ବିଷୟକୁ ନେଇ କରି ସରକାର ଆମର ଏଠି ବଦନାମ ମଧ୍ୟ ହୋଇଛନ୍ତି ଆଉ ପରିବର୍ତ୍ତନ ମଧ୍ୟ ହୋଇଛି, ତାର କାରଣ ଏହା ନୁହେଁ ଯେ କୌଣସି ବ୍ୟକ୍ତିଙ୍କୁ କିଛି ଦରକାର ଥିଲା ଆଉ ମିଳିଲା ନାହିଁ, ଅସନ୍ତୋଷର କାରଣ ତାହା ଅଧିକ ନ ଥିଲା । ଯେପରି ଆପଣ ମାନଙ୍କ ପାଖରେ ଅଛି ବଂଶାନୁକ୍ରମିକ ସଂସ୍କାର ଆତ୍ମସନ୍ତୋଷର, ଠିକ ଅଛି ଚାଲ ଭାଇ । ଯୁବକ ପୁଅ ମଧ୍ୟ ଯଦି ମରିଯାଏ, ରୋଗରେ ମରିଯାଏ ତ ମା-ବାପା କହିବେ, ଚାଲ ଭାଇ ବୋଧହୁଏ ଈଶ୍ୱରଙ୍କ ଇଚ୍ଛା ଥିବ ଏଥିପାଇଁ ଈଶ୍ୱରଙ୍କୁ ପ୍ରିୟ ହୋଇଗଲା । ଏହା ହେଉଛି ଆମ ଚିନ୍ତା ଧାରାର ମୌଳିକ ପ୍ରକୃତି ।

ଭାରତରେ ସରକାର ବଦଳି ଗଲେ ତା’ ପଛରେ ଗୋଟିଏ କାରଣ ହେଉଛି ଭ୍ରଷ୍ଟାଚାର, ବେଇମାନୀ । ଦେଶର ସାଧାରଣ ନାଗରିକମାନଙ୍କୁ ଘୃଣା ଲାଗୁଛି କି ଉଦ୍ଦେଶ୍ୟ କ’ଣ? ମୁଁ ଆଜି ମୁଣ୍ଡ ନୁଆଁଇ ବଡ଼ ନମ୍ରତାର ସହିତ ଏହା କହିବାକୁ ଚାହିଁବି କି ଏହି ସରକାର ତିନି ବର୍ଷର ଯେଉଁ କାର୍ଯ୍ୟକାଳ ବିତାଇଛି ଏପର୍ଯ୍ୟନ୍ତ ଏହି ସରକାର ଉପରେ ଗୋଟିଏ ବି ଦାଗ ଲାଗି ନାହିଁ ଆଉ ସରକାର ଚଳାଇବାର କୌଶଳ ମଧ୍ୟ ଅନ୍ତର୍ନିହିତ ବ୍ୟବସ୍ଥାଗୁଡ଼ିକୁ ଏପରି ବିକଶିତ କରିବାର ପ୍ରୟାସ ହେଉଛି ଫଳରେ ସଚ୍ଚୋଟତା ଏକ ସହଜ ପ୍ରକ୍ରିୟା ହୋଇଛି । କିନ୍ତୁ ଏମିତି ନୁହେଁ ଯେ ବାରମ୍ବାର ଅନୁଧ୍ୟାନ କରିବେ ତେବେ ମଧ୍ୟ ଏହି ଜିନିଷ ଚାଲୁ ରହେ ।

ବୈଷୟିକ ଜ୍ଞାନ ସେଥିରେ ବହୁତ ବଡ଼ ଭୂମିକା ତୁଲାଉଛି । ବୈଷୟିକ ଜ୍ଞାନରୁ ସ୍ୱଚ୍ଛତା ଆସିଥାଏ, ନେତୃତ୍ୱ ଆଉ ସରକାରଙ୍କ ନିୟମ କାରଣରୁ ଏକତା ଆସିଥାଏ ଆଉ ସାଧାରଣ ଲୋକର ସ୍ୱଭାବ ଭଲ ହୁଏ ତ ସେହି ଦିଗରେ ଯିବା ପାଇଁ ଅଧିକ ପସନ୍ଦ କରିଥାଏ ।

ଏବେ ଯେମିତି ଆମେ ଦେଶରେ ଯେଉଁ ସାଧାରଣ ଲୋକଙ୍କୁ ସରକାରୀ ରାଜକୋଷରୁ ମିଳିବାକୁ ଥିବା ସୁବିଧା ଅଛି ତାହାକୁ ବୈଷୟିକ ଜ୍ଞାନ ମାଧ୍ୟମରେ ସିଧା ସଳଖ ସୁବିଧା ହସ୍ତାନ୍ତର ଯୋଜନାରେ ପରିବର୍ତ୍ତନ କଲୁ । ତା’ର ପରିଣାମ କ’ଣ ଆସିଲା, ଆମର ଏଠି ଘରମାନଙ୍କରେ ଯଦି ଗ୍ୟାସ୍ ସିଲିଣ୍ଡର ଦିଆଯାଏ ତ, ଏବେ ଯେମିତି ହେଉଛି ଭାରତ ଦେଶ, ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ବହୁତ ଆବଶ୍ୟକ ଅଟେ ତ ଯେତେ ଆର୍ଥିକ ବୋଝ କମ୍ ହେବ ଯାହାଦ୍ୱାରା ସେହି ଅର୍ଥ ଶିକ୍ଷାରେ ଲଗାଇ ପାରିବା, ସ୍ୱାସ୍ଥ୍ୟରେ ଲଗାଇ ପାରିବା, ପିଲାଙ୍କ ଯତ୍ନ ନେବାରେ ଲଗାଇ ପାରିବା, ତ କିଛି ବିନା ରିହାତିରେ ଦିଆଯାଏ, ଗରିବଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଥାଉ । ଏବେ ଗ୍ୟାସ ରିହାତି ଦେଉଛୁ ତ ଗରିବରୁ ଗରିବଙ୍କୁ ରିହାତି ଯାଉଛି ଆଉ ଧନୀରୁ ଅଧିକ ଧନୀ ଘରକୁ ମଧ୍ୟ ଯାଉଛି ଆଉ କୋଟି କୋଟି ଟଙ୍କା ଆୟ କରିବାବାଲାଙ୍କୁ ମଧ୍ୟ ରିହାତିଯୁକ୍ତ ସିଲିଣ୍ଡର ମିଳିଥାଏ ।

ଏବେ ମୁଁ ଆସି ଲୋକଙ୍କୁ ଅନୁରୋଧ କଲି, ମୁଁ କହିଲି ଭାଇ ଯଦି ଭଗବାନ ଆପଣଙ୍କୁ କିଛି ଦେଇଛନ୍ତି ତ ଆପଣ ଏହି ରିହାତି କାହିଁକି ନେଉଛନ୍ତି । ଏହି 1000-1500 ଟଙ୍କାରେ କ’ଣ ଅଛି । ଆପଣଙ୍କର ତ ଗୋଟିଏ ଦିନର ପକେଟ ଖର୍ଚ୍ଚ ମଧ୍ୟ ଏହାଠାରୁ ଅଧିକ ହୋଇଥାଏ । ଆପଣ ଆଶ୍ଚର୍ଯ୍ୟ ହେବେ, ଦେଶର ସାଧାରଣ ନାଗରିକଙ୍କ ହୃଦୟରେ ଦେଶକୁ ଆଗକୁ ବଢ଼ାଇ ନେବାର ଅଦମ୍ୟ ଇଚ୍ଛା ଅଛି, ଏହା ଯେବେ ମୁଁ କହୁଛି ତ ତାହାର ଉଦାହରଣ କ’ଣ ଅଛି, ଉଦାହରଣ ଏହା ହେଉଛି- ଶହେ ପଚିଶ କୋଟି ଦେଶବାସୀ, ଅର୍ଥାତ ଶହେ ପଚିଶ କୋଟି ପରିବାର, ଭାରତରେ ମୋଟ 25 କୋଟି ପରିବାର ଅଛନ୍ତି, ଶହେ ପଚିଶ କୋଟି ପରିବାରଙ୍କ ଆଗରେ କହିଦେଲି, ମୋଦିଜୀ ଆପଣ କହିଲେ ଏଥିପାଇଁ ଆଜିଠାରୁ ରିହାତି ନେବୁନାହିଁ ।

ଏହା ସେହି କଥାର ପ୍ରମାଣ ଯେ ସାଧାରଣ ନାଗରିକ ଦେଶକୁ ଆଗକୁ ନେଇଯିବା ପାଇଁ ନିଜକୁ ନିଜେ ଭାଗିଦାରୀ କରିବାକୁ ଚାହୁଁଛି, ନେତୃତ୍ୱ ନେବାକୁ ଚାହୁଁଛି, କିଛି କରିଯିବା ପାଇଁ ଚାହୁଁଛି ଆଉ ପରେ ଆମେ କ’ଣ କଲୁ ଏହି ରିହାତି ସରକାରୀ ରାଜକୋଷରେ ପକାଇ, ସରକାରୀ ରାଜକୋଷର ଚିନ୍ତା କରି ନାହୁଁ । ଆମେ କହିଲୁ ଠିକ୍ ଅଛି ଏହାକୁ ଆମେ ସେହି ଗରିବ ପରିବାରଙ୍କୁ ଦେବୁ ଯେଉଁ ଗରିବ କାଠର ଚୂଲି ଜଳାଉଛନ୍ତି, ମୂଲ ମଜୁରୀ ଲାଗୁଛନ୍ତି କିନ୍ତୁ ପିଲାଙ୍କ ପେଟ ଭରିବା ପାଇଁ ସକାଳ 3-4 ଟା ବେଳୁ ଉଠି କାଠ ଆଣୁଛନ୍ତି, କାଠର ଚୂଲି ଜଳାଉଛନ୍ତି ପୁଣି ଛାଡ଼ିକରି ଯାଉଛନ୍ତି, ପରେ ପିଲାମାନେ ଖାଉଛନ୍ତି ।

ବୈଜ୍ଞାନିକ କହୁଛନ୍ତି ଯେ କାଠ ଚୂଲି ଜଳାଇବା ଫଳରେ ଯେଉଁ ଧୂଆଁ ହେଉଛି, ଗୋଟିଏ ମା’ ଯେତେବେଳେ ରୋଷେଇ ଘରେ ଦିନ ସାରା ଖାଦ୍ୟ ରାନ୍ଧିଥାଏ, କାଠ ଚୂଲି ଜଳାନ୍ତି ତ , 400 ସିଗାରେଟର ଧୂଆଁ ସେହି ମାଆର ଶରୀରକୁ ଯାଇଥାଏ । ଛୋଟ-ଛୋଟ ପିଲା ଘରେ ଖେଳି ଥାନ୍ତି, ଏହି ଧୂଆଁ ସେମାନଙ୍କ ଶରୀରକୁ ମଧ୍ୟ ଯାଇଥାଏ । ଏବେ ଆପଣ କଳ୍ପନା କରି ପାରିବେ ଯେଉଁ ମା’ର ଶରୀରକୁ ଗୋଟିଏ ଦିନରେ 400 ସିଗାରେଟର ଧୂଆଁ ଯାଇଥାଏ ସେହି ମାଆର ଶରୀରର ଅବସ୍ଥା କ’ଣ ହେବ? ସେହି ପିଲାମାନଙ୍କର ଶରୀରର ଅବସ୍ଥା କ’ଣ ହେବ?
ଯଦି ମୁଁ ସ୍ୱଚ୍ଛ ଭାରତର ସ୍ୱପ୍ନ ଦେଖୁଛି ତ ସୁସ୍ଥ ମାଆ, ସୁସ୍ଥ ସନ୍ତାନ ହେବା ହେଉଛି ବହୁତ ଜରୁରୀ । ମୁଁ କଷ୍ଟ ଉଠାଇଲି ଆଉ ଲୋକଙ୍କୁ କହିଲି ଯେଉଁ ଶହେ ପଚିଶ କୋଟି ଲୋକ ଯେଉଁ ଗ୍ୟାସ ରିହାତି ଛାଡିଛନ୍ତି ସେହି ସିଲିଣ୍ଡର ଆମେ ଗରିବ ପରିବାରଙ୍କୁ ଦେଇ ଦେବା ଆଉ ଏହି ରିହାତି ଗରିବଙ୍କ ପାଖକୁ ହସ୍ତାନ୍ତର କରିଦେବା । ଏତିକି ହିଁ ନୁହେଁ ଯେଉଁମାନେ ରିହାତି ଛାଡିଥିଲେ ତାଙ୍କୁ ଏକ ଚିଠି ମିଳିଲା କି ଆପଣ ଯେଉଁ ଗ୍ୟାସ ରିହାତି ଛାଡି ଥିଲେ, ଗୁଜରାଟର ଅମୁକ ଗାଁରେ ଆପଣ ଛାଡିଥିଲେ କିନ୍ତୁ ଏବେ ଆସାମର ଅମୁକ ଜିଲ୍ଲାର, ଅମୁକ ଗାଁର ସମୁକ ଗରିବଙ୍କୁ ଏହି ରିହାତି ହସ୍ତାନ୍ତର କରି ଦିଆ ଯାଇଛି ।

ପରିଶ୍ରମ ପଡିଥାଏ କିନ୍ତୁ ସ୍ୱଚ୍ଛତା ଏକ ନୂଆ ବିଶ୍ୱାସ ଉତ୍ପନ୍ନ କରିଥାଏ । ଆପଣ ଯେବେ ହିନ୍ଦୁସ୍ଥାନରେ ଥିବେ ତ ଦେଖିଥିବେ କି ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଜଣା ନାହିଁ କେତେ କଷ୍ଟ କରିବାକୁ ପଡୁଥିଲା, ନେତାମାନଙ୍କର ଘର ପାଖରେ ଘୁରି ବୁଲିବାକୁ ପଡୁଥିଲା କି ଗ୍ୟାସ ସଂଯୋଗ ଦେଇ ଦିଅ । ଆମେ ଏକ କଷ୍ଟ ଉଠାଇଛୁ କି ଆଗାମୀ ତିନି ବର୍ଷରେ 5 କୋଟି ପରିବାରକୁ ଗ୍ୟାସ ସଂଯୋଗ ଦେବାର ଅଛି, ତାଙ୍କୁ କାଠ ଚୂଲାରୁ ମୁକ୍ତ କରିବାର ଅଛି । ଆଉ ମୁଁ ଖୁସି ଯେ ଏବେ ତ ଏହି ଯୋଜନାକୁ 11-12 ମାସ ମଧ୍ୟ ହୋଇ ନାହିଁ ଆଉ ଏବେ ସୁଦ୍ଧା ପାଖାପାଖି 2 କୋଟିରୁ ଅଧିକ ପରିବାର ପାଖରେ ଆମେ ଗ୍ୟାସ ସିଲିଣ୍ଡର ପହଂଚାଇ ଦେଇଛୁ ।
ରିହାତି ଦେଉଥିଲୁ, ସେଥିରେ ଆମେ ବଡ଼ ପରିବର୍ତ୍ତନ କଲୁ । ପ୍ରଥମେ ଯିଏ ବିକ୍ରି କରୁଥିଲା ତା ପାଖକୁ ରିହାତି ଯାଉଥିଲା ଏବେ ଆମେ ତାହାକୁ ବନ୍ଦ କରି ଯିଏ ପାଉଛି, ଯାହା ଘରକୁ ସିଲିଣ୍ଡର ଯାଉଛି ତା ବ୍ୟାଙ୍କ ଖାତାକୁ ରିହାତି ଚାଲି ଯାଉଛି । ଏବେ ପ୍ରଥମେ ଆମ ଉପରେ ଅଭିଯୋଗ ଲାଗୁଥିଲା କି ମୋଦି ଏତେ ବ୍ୟାଙ୍କ ଖାତା ଖୋଲିବା ପଛରେ ଲାଗିଛନ୍ତି, ଯେବେ ମୁଁ ଅଭିଯାନ ଚଲାଇଥିଲି କି 6 ମାସ ଭିତରେ ଦେଶରେ ସବୁ ଜାଗାରେ ବ୍ୟାଙ୍କ ଖାତା ଖେଲିବାର ଅଛି, 40 ପ୍ରତିଶତ ଲୋକ ଥିଲେ ଯେଉଁମାନଙ୍କର ବ୍ୟାଙ୍କରେ କୌଣସି ଖାତା ନ ଥିଲା, ବ୍ୟାଙ୍କରେ ସେମାନଙ୍କର କୌଣସି ପ୍ରବେଶ ନ ଥିଲା । ଆମେ ଖାତା ଖୋଲି ଦେଲୁ, ତ ଆମ ଉପରେ ଏହି ଅଭିଯୋଗ ଲାଗୁଥିଲା କି ଖାତା ଖୋଲି ଦେଲେ ଟଙ୍କା ତ ନାହିଁ, ଖାତା ଖୋଲି ଦେଲେ ଟଙ୍କା ତ ନାହିଁ ।

କୌଣସି ନା କୌଣସି ବାହାନା ଦରକାର ଅଭିଯୋଗ ଆଣିବା ପାଇଁ କିନ୍ତୁ ଯେତେବେଳେ ଆମେ ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନା ଆରମ୍ଭ କଲୁ ତ ସରକାରୀ ରିହାତି ସିଧା ବ୍ୟାଙ୍କକୁ ଯିବାକୁ ଲାଗିଲା । ଏଥିରେ ଏହି ମଜା ଆସିଲା କି, ପାଖାପାଖି 3 କୋଟି, ଆପଣ ଆଶ୍ଚର୍ଯ୍ୟ ହେବେ, 3 କୋଟି ଏମିତି ରିହାତି ଯାଉଥିଲା ଯାହାକୁ ଖୋଜିବା ପରେ ମଧ୍ୟ କୌଣସି ମାଲିକ ଆମକୁ ମିଳିଲେ ନାହିଁ । କେତେ ହଜାର କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଯାଉଥିବ, ଜଣା ନାହିଁ କାହା ପକେଟକୁ ଯାଉଥିବ । ସିଧାସଳଖ ସୁବିଧା ହସ୍ତାନ୍ତର ଯୋଜନା କରିବା କାରଣରୁ 3 କୋଟି ଯେଉଁ ଭୁତ/ନକଲି ଗ୍ରାହକ ଥିଲେ ସେମାନେ ଲୁଚି ଗଲେ, ଟଙ୍କା ବଂଚିଗଲା ଯାହା ଏବେ କୌଣସି ଗରିବ ପାଇଁ ଗାଁରେ ସ୍କୁଲ ତିଆରି କରିବା କାମରେ ଆସୁଛି ।

ସ୍ୱଚ୍ଛତା ଆଣିବା ପାଇଁ ବୈଷୟିକ ଜ୍ଞାନ କେତେ ବଡ଼ ଭୂମିକା ତୁଲାଉଛି ଆଉ ଯେଉଁ ଯୁବ ପିଢି ଅଛନ୍ତି ସେମାନେ ଭଲ ଭାବରେ ବୁଝିଛନ୍ତି କି ବୈଷୟିକ ଜ୍ଞାନର କ’ଣ ଶକ୍ତି ଅଛି । ଆଜି ହିନ୍ଦୁସ୍ଥାନ ଟେକ୍ନୋଲୋଜିକୁ ବହୁତ ଗୁରୁତ୍ୱ ଦେଇ ବ୍ୟବସ୍ଥା ଗୁଡିକୁ ବିକଶିତ କରୁଛି ।

ଆମ ଦେଶରେ, ଯେଉଁ ଲୋକମାନେ କ୍ରମାଗତ ଭାରତର ଜିନିଷକୁ ଦେଖୁଥିବେ, ଯେବେ ଚାଷବାସର ଋତୁ ଆସିଥାଏ ତ ୟୁରିଆ ପାଇବା କେତେ କଷ୍ଟକର ହେଉଥିଲା । ମୁଁ ମଧ୍ୟ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲି ତ ଭାରତ ସରକାରଙ୍କୁ ଲଗାତାର ଚିଠି ଲେଖୁଥିଲି କି ଏଠାରେ ୟୁରିଆର ଅଭାବ ଅଛି, କୃଷକ ହଇରାଣ ହେଉଛି, ୟୁରିଆ ମିଳିବା ଦରକାର ଇତ୍ୟାଦି-ଇତ୍ୟାଦି ।

ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲି ତ ମୋ ପାଖକୁ ମଧ୍ୟ ସବୁ ମୁଖ୍ୟମନ୍ତ୍ରୀ ମାନଙ୍କର ଚିଠି ଆସିବାରେ ଲାଗିଲା, ପ୍ରଥମ ମାସରେ ହିଁ ଏହି ଚିଠିଗୁଡିକ ସବୁ ଥିଲା । ଆପଣମାନେ ଜାଣି ଖୁସି ହେବେ ବିଗତ ଦୁଇ ବର୍ଷରେ ଜଣେ ମଧ୍ୟ ମୁଖ୍ୟମନ୍ତ୍ରୀ ୟୁରିଆ ପାଇଁ ମତେ ଚିଠି ଲେଖୁ ନାହାନ୍ତି । କେଉଁଠାରେ ମଧ୍ୟ ୟୁରିଆର ଅଭାବ ନାହିଁ, କେଉଁଠାରେ ମଧ୍ୟ ୟୁରିଆ ପାଇଁ ଧାଡି ଲାଗି ନାହିଁ, ନ ହେଲେ ତ ଆମ ଦେଶରେ ୟୁରିଆ ପାଇଁ ଲୋକ ରାତି-ରାତି ଧରି ଧାଡି ଲଗାଉଥିଲେ, ରାତି-ରାତି ଧରି ଖୋଲାରେ ଶୋଉ ଥିଲେ କାରଣ ସକାଳେ ଦେକାନ ଖୋଲିବା ମାତ୍ରେ ୟୁରିଆ ମିଳିଯିବ, ଏଭଳି ଦିନ ଥିଲା ।

କ’ଣ ଆମେ ରାତି-ରାତି ୟୁରିଆର କାରଖାନା ଖୋଲି ଦେଲୁ……ନା ତା ନୁହଁ । କ’ଣ ରାତି-ରାତି ୟୁରିଆ ଉତ୍ପାଦନ ବଢାଇ ଦେଲୁ……. ନା । ଏକ ସାଧାରଣ କାମ କଲୁ, ୟୁରିଆକୁ ନିମ ପ୍ରଲେପ ଦେଲୁ, ନିମ ଗଛରେ ଯେଉଁ ଫଳ ହୁଏ ତାହାର ତେଲ, ଯାହା ହେଉଛି ଅଦରକାରୀ ତାକୁ ପକାଇ ଦେଲୁ । ପ୍ରଥମେ କ’ଣ ହେଉଥିଲା, ୟୁରିଆ ଉତ୍ପାଦନ ହେଉଥିଲା, ୟୁରିଆରେ କୃଷକଙ୍କୁ ବହୁତ ରିହାତି ମିଳିଥାଏ, ବର୍ଷକୁ ପାଖାପଖି 80,000 କୋଟି ଟଙ୍କା ରିହାତିରେ ଯାଇ ଥାଏ । ବହୁତ ଶସ୍ତାରେ ୟୁରିଆ କାରଖାନାରୁ ବାହାରିଥାଏ କିନ୍ତୁ ତାହା କ୍ଷେତକୁ ଯାଉ ନ ଥିଲା, ରାସାୟନିକ କାରଖାନାରେ ପଶି ଯାଉଥିଲା । ରାସାୟନିକ କାରଖାନା ପାଇଁ ତାହା କଂଚାମାଲ ହେଉଥିଲା, ତାକୁ ପ୍ରକ୍ରିୟାକରଣ କରି ଆଉ କିଛି ଉତ୍ପାଦ ପ୍ରସ୍ତୁତ କରି ସେମାନେ ଦୁନିଆରେ ମାଲ୍ ବିକ୍ରି କରୁଥିଲେ ଆଉ ଅର୍ଥ ରୋଜଗାର କରୁଥିଲେ । ୟୁରିଆ ଦାନା ଉପରେ ନିମ କୋଟିଙ୍ଗ/ଲେପ ଦେବା ପରେ ଏବେ ଏକ ଗ୍ରାମ୍ ୟୁରିଆ ମଧ୍ୟ ଅନ୍ୟ କୌଣସି କାମରେ ଆସୁ ନାହିଁ । ରସାୟନିକ କାରଖାନାକୁ ଯିବା ବନ୍ଦ ହୋଇଗଲା ଆଉ ୟୁରିଆ କ୍ଷେତକୁ ଯିବାକୁ ଲାଗିଲା ଏବଂ ନିମ କୋଟିଙ୍ଗ ହେବା କାରଣରୁ ୟୁରିଆର ଅତିରିକ୍ତ ଶକ୍ତି ବଢିଗଲା ଯାହା ଜମିରେ ସୁଧାର ଆଣିବାରେ ଲାଗିଲା ଆଉ ପରିଣାମ ଏହା ଆସିଲା କି 5 ପ୍ରତିଶତରୁ 7 ପ୍ରତିଶତ ପର୍ଯ୍ୟନ୍ତ କ୍ଷେତରେ ଉତ୍ପାଦନରେ ବୃଦ୍ଧି ହୋଇଗଲା । ୟୁରିଆର ଚୋରି ଅଟକି ଗଲା ସେହି କାରଣରୁ ରିହାତିର ଖର୍ଚ୍ଚ କମ୍ ହୋଇଗଲା, ଶତ-ପ୍ରତିଶତ ୟୁରିଆ କ୍ଷେତରେ ପହଂଚିବାରେ ଲାଗିଲା ତ କୃଷକର ଅସୁବିଧା ଦୂର ହୋଇଗଲା, ଆଉ ୟୁରିଆ ନିମ-ପ୍ରଲେପ ହେବା କାରଣରୁ ଉତ୍ପାଦନ ମଧ୍ୟ ବଢିଗଲା, କେବଳ ମାତ୍ର ବୈଷୟିକ ଜ୍ଞାନ ସହାୟତାର କାରଣରୁ ।

ମୁଁ ଏହିଭଳି ଅନେକ ଉଦାହରଣ ଦେଇ ପାରିବି କି ଯେଉଁଥିରେ ଭାରତ ଏହି ଦିନ ମାନଙ୍କରେ ବୈଷୟିକ ଜ୍ଞାନ ସହାୟତାରେ ଅନେକ ନୂଆ ଉପଲବ୍ଧ କରୁଅଛି । ମହାକାଶ ଦୁନିଆରେ ଭାରତ ନିଜର ସୁନାମ ଅର୍ଜନ କରିଛି । ଏବେ ଦୁଇଦିନ ତଳେ ହିଁ 31ଟି ନାନୋ-ଉପଗ୍ରହ ଏକ ସଙ୍ଗେ ପ୍ରକ୍ଷେପଣ କଲା । ଗତ ମାସରେ ଆମେମାନେ ବିଶ୍ୱ ରେକର୍ଡ କଲୁ, ଏକ ସଙ୍ଗରେ 104 ଉପଗ୍ରହ ଉତକ୍ଷେପଣ କଲୁ । ଦୁନିଆକୁ ଆଶ୍ଚର୍ଯ୍ୟ ଲାଗିଲା ଯେ ଭାରତର କି ଶକ୍ତି ଅଛି ଯେ ଏକ ସଙ୍ଗରେ 104 ଉପଗ୍ରହ ମହାକାଶକୁ ଏକାସାଙ୍ଗେ ପଠେଇଲେ ।

ବିଗତ ଦିନ ମାନଙ୍କରେ ହିନ୍ଦୁସ୍ଥାନ ଗୋଟିଏ ଉପଗ୍ରହ ପ୍ରକ୍ଷେପଣ କଲା ଯାହାର ଓଜନର ତୁଳନା କିଲୋଗ୍ରାମରେ ହୁଏ ନାହିଁ, ଏତେ ହାତୀର ଓଜନ ସଙ୍ଗେ ସମାନ ଉପଗ୍ରହ ଛଡାଗଲା । ହାତୀର ଓଜନ ସହିତ ଆମ ଉପଗ୍ରହର ଓଜନର ତୁଳନା ହେଉଅଛି । କହିବାର ତାତ୍ପର୍ଯ୍ୟ ଏହା ଯେ ଦେଶ ଆଧୁନିକ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ବୈଷୟିକ ଜ୍ଞାନ ଚାଳିତ ସରକାର, ବୈଷୟିକ ଜ୍ଞାନ ଚାଳିତ ସମାଜ, ବୈଷୟିକ ଜ୍ଞାନ ଚାଳିତ ବିକାଶ, ଏହି ସବୁ କଥା ଉପରେ ଏକ ନୂଆ ଧାରାରେ ଗୁରୁତ୍ୱ ଦିଆଯାଛି ଏବଂ ତାହାର ସୁଖଦ ପରିଣାମ ଆଜି ବହୁତ ଦ୍ରୁତ ଗତିରେ ଦୃଷ୍ଟିଗୋଚର ହେଉଛି ।

ଏଭଳି ନୁହେଁ ଯେ ଆମ ଦେଶରେ କିଛି ହେଲେ ମଧ୍ୟ କାମ ନ ଥିଲା, କାମ ତ ଥିଲା ଶେଷରେ ସରକାର ଗଠନ ହୋଇଥାନ୍ତି କିଛି ନା କିଛି କରିବା ପାଇଁ ଏବଂ କୌଣସି ସରକାର ଚାହାନ୍ତି ନାହିଁ ଯେ ସେ ନିଜ କାର୍ଯ୍ୟକାଳକୁ ଖରାପ କରି ଯିବେ ଏବଂ ନିର୍ବାଚନ ହାରିଯିବେ, କେହି ଚାହାନ୍ତି ନାହିଁ କିନ୍ତୁ କାମ ହେବା ତାହା ହେଉଛି ଗୋଟିଏ କଥା ମାତ୍ର ଦେଶର ଆବଶ୍ୟକତା, ଆଶା ଅନୁସାରେ ଦ୍ରୁତ ଗତିରେ, ସଠିକ ଦିଗରେ ପରିଣାମ ପ୍ରଦାନକାରୀ କାମ ହେବାରେ ବହୁତ ବଡ଼ ତଫାତ୍ ଥାଏ । ଆଉ ଏଥିପାଇଁ ନିଷ୍ପତି ମଧ୍ୟ ସମୟସୀମା ମଧ୍ୟରେ ସମୟବଦ୍ଧ ହେଉ, ଦ୍ରୁତ ଗତିରେ ହେଉ, ସଠିକ ଦିଗରେ ହେଉ, ପରିଣାମ ପ୍ରଦାନକାରୀ ହେଉ ଏହି ଜିନିଷ ଗୁଡିକୁ ନେଇ ଦେଶ କୌଣସି ମାନଦଣ୍ଡରେ ଦେଖି ନିଆଯାଉ ।

ଆଗେ ଗୋଟିଏ ଦିନରେ କେତେ ଲମ୍ବା ରାସ୍ତା ତିଆରି ହେଉଥିଲା ଆଉ ଆଜି କେତେ ତିଆରି ହେଉଛି, ଆଗେ ଗୋଟିଏ ଦିନରେ ରେଳବାଇର ଟ୍ରାକ କେତେ ଦୂରତା ପର୍ଯ୍ୟନ୍ତ ବଢୁଥିଲା ଆଜି କେତେ ବଢୁଛି, ଆଗେ ରେଳବାଇର ବିଦ୍ୟୁତ କରଣ ଗୋଟିଏ ଦିନରେ କେତେ ହେଉଥିଲା ଆଜି କେତେ ହେଉଛି, କୌଣସି ମଧ୍ୟ ମାନଦଣ୍ଡ ନିଆଯାଉ, ଆଶାତୀତ ଗତି ଆଜି ଦେଶର କାମରେ ଆସିଛି କାରଣ ନିରନ୍ତର ବିକାଶ ପାଇଁ ଭିତିଭୂମି ବହୁତ ଅନିବାର୍ଯ୍ୟ ଅଟେ । ଭିତ୍ତିଭୂମିରେ ମଧ୍ୟ ଆମର ଚିନ୍ତାଧାରା ଆଧୁନିକ ଭାରତ ସନ୍ଦର୍ଭରେ ଅଛି, ଏକବିଂଶ ଶତାବ୍ଦୀ ସନ୍ଦର୍ଭରେ ଅଛି ଏବଂ ବିଶ୍ୱ ମାନକ ସନ୍ଦର୍ଭରେ ଅଛି ।

ଏବେ କାମ ହେବାର ଅଛି ଏହି କଥା ଆଉ ଚାଲିବ ନାହିଁ, ଗୋଟିଏ ଯୁଗ ସିଏ ଥିଲା କି ଯେବେ ମରୁଡ଼ି ପଡୁଥିଲା ତ ଗାଁର ଲୋକେ ସରକାରଙ୍କ ପାଖକୁ ଚିଠି ପଠାଉଥିଲେ ଯେ ଆମ ଗାଁରେ ମଧ୍ୟ ମରୁଡ଼ି ପାଇଁ କିଛି ମାଟି କାମ କରାଯାଉ ଏବଂ ମାଟି ଗାତ ଖୋଳା ଯାଉଥିଲା ଆଉ ମାଟି ରାସ୍ତା ତିଆରି କରାଯାଉଥିଲା ଏବଂ ତାହାକୁ ସରକାରଙ୍କର ଏକ ବହୁତ ବଡ଼ ଉପଲବ୍ଧ ମାନି ନିଆଯାଉଥିଲା, ସେହିଭଳି ଦିନ ଥିଲା ଆମ ଦେଶରେ ।

ଧୀରେ ଧୀରେ ଆସିଲା ନାହିଁ ଆଜ୍ଞା ରାସ୍ତା ତିଆରି କରି ଦିଅନ୍ତୁ, ପିଚୁ ରାସ୍ତା ତିଆରି କରି ଦିଅନ୍ତୁ, ପୁଣି ଧୀରେ ଧୀରେ ଆସିଗଲା ଯେ ନାହିଁ ଆଜ୍ଞା ଦୁଇଥାକିଆ ସଡ଼କ ତିଆରି କରି ଦିଅନ୍ତୁ, ଆଜି ଦାବି ହେଉଛି ଏକ୍ସପ୍ରେସ ସଡ଼କ ଦରକାର, ତା ତଳକୁ ଦରକାର ନାହିଁ । ଏହି ଆକାଂକ୍ଷା ଯାହା ବଢୁ ଅଛି ଦେଶର ଏହା ହେଉଛି ଭାରତର ବିକାଶର ସବୁଠାରୁ ବଡ଼ ଶକ୍ତି । ଯେବେ ଦେଶର ସାଧାରଣ ନାଗରିକର ଆକାଂକ୍ଷା ବଢିଥାଏ ତ ସେହି ଆକାଂକ୍ଷା କୁ ଯଦି ଉପଯୁକ୍ତ ନେତୃତ୍ୱ ମିଳିଯାଏ, ଉପଯୁକ୍ତ ସରକାର ମିଳିଯାଏ, ଯୋଜନା ମିଳିଯାଏ ତ ଆକାଂକ୍ଷା ନିଜକୁ ନିଜେ ହିଁ ଉପଲବ୍ଧ ହୋଇଯାଏ । ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷାକୁ ଉପଲବ୍ଧିରେ ପରିବର୍ତ୍ତିତ କରିବା ଦିଗରେ ଆମେ ନୀତିଗୁଡିକୁ ନିର୍ଦ୍ଧାରିତ କରୁ, ଆମେ ଗତି ସ୍ଥିର କରୁ, ଅଗ୍ରାଧିକାର ସ୍ଥିର କରୁ ଏବଂ ମନପ୍ରାଣ ଦେଇ ଯୋର ଲଗାଉ ତ ପରିଣାମ ମିଳିବାକୁ ଲାଗିଲାଣି ।

ବିଶ୍ୱ ଆଜି ଆତଙ୍କବାଦ ଯୋଗୁ ଚିନ୍ତାଗ୍ରସ୍ତ । ଏଇ ଆତଙ୍କବାଦ ହେଉଛି ମାନବ ଜାତିର ଶତ୍ରୁ । ବିଶ୍ୱର ଅନେକ ଦେଶ, ଯେବେ ଭାରତ ଆତଙ୍କବାଦର କଥା ଜଣାଉଥିଲା ଆଜକୁ 20-25 ବର୍ଷ ପୂର୍ବେ ସେମାନଙ୍କ ତଣ୍ଟିରେ ଗଳୁ ନ ଥିଲା । ବିଶ୍ୱର ଲୋକଙ୍କୁ ଲାଗୁଥିଲା ଯେ ଏହା ହେଉଛି ଆପଣଙ୍କ ଆଇନ ଶୃଙ୍ଖଳାର ସମସ୍ୟା କାରଣ ସେମାନେ ଭୋଗି ନ ଥିଲେ ଅନୁଭବ କରି ନ ଥିଲେ । ଆଜି ବିଶ୍ୱରେ କାହାକୁ ଆତଙ୍କବାଦ କଥା ବୁଝାଇବାକୁ ପଡୁନାହିଁ, ଆତଙ୍କବାଦୀମାନେ ବୁଝାଇ ଦେଇଛନ୍ତି । ଆମେ ବୁଝାଉଥିଲୁ ତ ବୁଝାପଡୁ ନ ଥିଲା ଏବେ ଆତଙ୍କବାଦୀମାନେ ବୁଝାଇ ଦେଇଛନ୍ତି, କିନ୍ତୁ ଯେବେ ହିନ୍ଦୁସ୍ଥାନ ସର୍ଜିକାଲ ଷ୍ଟ୍ରାଇକ୍ କରୁଛି ସେତେବେଳେ ଦୁନିଆକୁ ଶକ୍ତିର ଅନୁଭବ ହେଉଛି ଯେ ଭାରତ ସଂଯମ ରକ୍ଷା କରିଥାଏ କିନ୍ତୁ ଆବଶ୍ୟକ ପଡେ ତ ଭାରତ ନିଜ ସାମର୍ଥ୍ୟର ପରିଚୟ ମଧ୍ୟ ଦେଇପାରେ ।

ଆମେ ବିଶ୍ୱର ଆଇନ ଦ୍ୱାରା ବନ୍ଧା ହୋଇଛୁ କାରଣ ତାହା ହେଉଛି ଆମର ସଂସ୍କାର, ଆମର ସ୍ୱଭାବ । ଆମେ ହେଉଛୁ ବସୁଧୈବ କୁଟୁମ୍ବକମ୍ ର କଳ୍ପନା କରିବାବାଲା, ଏହା କେବଳ ବାଚନିକ ଶବ୍ଦ ନୁହେଁ ଏହା ହେଉଛି ଆମର ଚରିତ୍ର, ଆମର ସ୍ୱଭାବ । ଆମେ ବିଶ୍ୱ ମାନ୍ୟତାକୁ ନଷ୍ଟ-ଭ୍ରଷ୍ଟ କରି ନିଜର ସ୍ଥିତି ମଜବୁତ କରିବାବାଲା ଦେଶ ନୁହେଁ, ଆମେ ଦୁନିଆର ନିୟମ ପାଳନ କରି ଆନ୍ତର୍ଜାତିକ ଆଇନର ପାଳନ କରି ଆମର ସାର୍ବଭୌମତ୍ୱ ପାଇଁ, ଆମର ସୁରକ୍ଷା ପାଇଁ ଆମର ଜନସାଧାରଣଙ୍କ ପାଇଁ, ସୁଖ ଶାନ୍ତି ଏବଂ ପ୍ରଗତି ପାଇଁ କଠୋରରୁ କଠୋର ପଦକ୍ଷେପ ଉଠାଇବାର ସାମର୍ଥ୍ୟ ରଖିଛୁ ଏବଂ ଯେବେ ବି ଆବଶ୍ୟକ ପଡିଛି ଆମେ ତାହା ନେଇଛୁ ଏବଂ ଦୁନିଆ ଆମକୁ କେବେ ହେଲେ ମଧ୍ୟ ରୋକି ପାରିବ ନାହିଁ ।

ସର୍ଜିକାଲ୍ ଷ୍ଟ୍ରାଇକ୍ ଏକ ଏଭଳି ଘଟଣା ଥିଲା ଯଦି ଦୁନିଆ ଚାହିଁଥାଆନ୍ତା ତ ଭାରତର କେଶ ଟାଣି ନେଇଥାନ୍ତା, ଆମକୁ କାଠଗଡାରେ ଠିଆ କରି ଦେଇଥାନ୍ତା, ବିଶ୍ୱ ଆମ ଠାରୁ ଜବାବ ମାଗିଥାନ୍ତା, ଦୁନିଆରେ ଆମର ସମାଲୋଚନା ହୋଇଥାନ୍ତା କିନ୍ତୁ ପ୍ରଥମଥର ପାଇଁ ଆପଣ ଅନୁଭବ କରିଥିବେ ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଏତେ ବଡ଼ ପଦକ୍ଷେପରେ ବିଶ୍ୱରେ କେହି ହେଲେ ମଧ୍ୟ କୌଣସି ପ୍ରଶ୍ନ ଉଠାଇଲେ ନାହିଁ । ଯାହାକୁ ଭେଗିବାକୁ ପଡିଲା ତାଙ୍କ କଥା ଅଲଗା, ଆଉ ଏଥିପାଇଁ ଯେ ଆମେ ଦୁନିଆକୁ ଏହା ବୁଝାଇବାରେ ସଫଳ ହେଲୁ ଯେ ଆତଙ୍କବାଦର ତାହା କି ପ୍ରକାର ରୂପ ଯାହା ଭାରତର ସାଧାରଣ ଜୀବନକୁ ଧ୍ୱଂସ କରୁଅଛି, ଆମେ ବିଶ୍ୱକୁ ବୁଝାଇବାରେ ସଫଳ ହୋଇଛୁ ।

ଏକବିଂଶ ଶତାବ୍ଦୀର ହିନ୍ଦୁସ୍ଥାନ ଗଠନ କରିବା ଦିଗରେ ଆର୍ଥିକ କ୍ଷେତ୍ରରେ ଉଦାରତା ପୂର୍ବକ ଦେଶ ନିଜକୁ ଆଗକୁ ବଢ଼ାଉଛି । ଦେଶ କେବଳ ଟଙ୍କାରେ ହିଁ ଆଗକୁ ବଢ଼େ ଏମିତି ନୁହେଁ, ତାହାର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ମାନବ ସମ୍ବଳ, ତାହାର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ପ୍ରାକୃତିକ ସଂପଦ । ଯେଉଁ ଦେଶ ପାଖରେ 800 ନିୟୁତ 35 ବର୍ଷରୁ କମ୍ ବୟସର ଯୁବକ ଅଛନ୍ତି, ଯେଉଁ ଦେଶ ହେଉଛି ଯୁବକ ତାହାର ସ୍ୱପ୍ନ ମଧ୍ୟ ଯୁବକ ହୋଇଥାଏ ଏବଂ ତାହାର ସାମର୍ଥ୍ୟ ମଧ୍ୟ ଯୁବ ସୁଲଭ ହୋଇଥାଏ ଏବଂ ତା’ ସହିତ ଆମେ ନୀତି ଦିଗରେ ଆଗରେ ରହିଛୁ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଦିଗରେ । ଭାରତକୁ ସ୍ୱାଧୀନତା ପରେ ଯେତେ ମାତ୍ରାରେ FDI ମିଳିଥିବ ତାହାଠାରୁ ଆଜି କେତେ ଅଧିକ ମାତ୍ରାରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ହିନ୍ଦୁସ୍ଥାନକୁ ଆସୁଛି ।
ଭାରତକୁ ଦୁନିଆର କ୍ରେଡିଟ୍ ରେଟିଂ ସଂସ୍ଥା ଏକ ଚମକୁଥିବା ତାରକା ଭଳି ଦେଖୁଛନ୍ତି ପୁଣି ହୁଏତ ସେ ବିଶ୍ୱ ବ୍ୟାଙ୍କ ହେଉ ବା ଆଇଏମ୍ଏଫ୍ ହେଉ, ପ୍ରତ୍ୟେକ ଭାରତର ସାମର୍ଥ୍ୟକୁ ସ୍ୱୀକାର କରୁଛନ୍ତି । ବିଶ୍ୱ ମଧ୍ୟ ଭାରତକୁ ନିଜର ଏକ ନିବେଶ ଗନ୍ତବ୍ୟ ସ୍ଥଳ ରୂପେ ଶୀର୍ଷରେ ଦେଖୁଛି, ଏହି ସ୍ଥିତି ନିର୍ମାଣ ହୋଇଛି କିନ୍ତୁ ଏହି ସବୁ ସହିତ ମଧ୍ୟ ନବସୃଜନ, ବୈଷୟିକ ଜ୍ଞାନ ଏବଂ ପ୍ରତିଭା ଏହାର ବହୁତ ଗୁରୁତ୍ୱ ରହିଛି ।

ବିଶ୍ୱରେ ଖେଳେଇ ହୋଇ ରହିଥିବା ଭାରତୀୟ ସମୁଦାୟଙ୍କ ପାଖରେ ଏହି ସାମର୍ଥ୍ୟ ରହିଛି, ତାହାକୁ ପ୍ରକାଣିତ ହେବାର ସୁଯୋଗ ମିଳିଛି, ସେ କିଛି ନା କିଛି ନିଜ ଜୀବନରେ ହାସଲ କରିଛି । ଏହା ଭାରତର ବୁଦ୍ଧି-ଧନ, ଭାରତର ଏହି ଅନୁଭବ ଧନ ଯାହା ଆଜି ବିଶ୍ୱରେ ପରିବ୍ୟାପ୍ତ ହୋଇଛି ମୁଁ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦେଉଛି କି ଆପଣଙ୍କ ପାଖରେ ଯେଉଁ ସାମର୍ଥ୍ୟ ଅଛି, ଯେଉଁ ଅନୁଭବ ଅଛି ତାକୁ ଯଦି ଆପଣଙ୍କୁ ଲାଗୁଛି କି ହିନ୍ଦୁସ୍ଥାନର କାମରେ ଆସିବ, ଯେଉଁ ଦେଶ ଆପଣଙ୍କୁ ବଡ଼ କରିଛି ସେହି ମାଟିର ଋଣ ପରିଶୋଧ ଦିଗରେ ଯଦି ଆପଣଙ୍କୁ ଲାଗୁଛି ତ ବୋଧହୁଏ ଏହାଠାରୁ ଉତମ ସୁଯୋଗ କେବେ ଆସିବ ନାହିଁ ।

ଆମେରିକାରେ ବିଶ୍ୱର ସମସ୍ତ ସମାଜ ଏଠାରେ ରହୁଛନ୍ତି, ଦୁନିଆର ପ୍ରତ୍ୟେକ ଦେଶର ଲୋକ ଏଠାରେ ରହୁଛନ୍ତି, କିନ୍ତୁ ବୋଧହୁଏ ଏଠାରେ ରହୁଥିବା ହିନ୍ଦୁସ୍ଥାନର ଲୋକଙ୍କୁ ଯେତେ ଆଦର ଆଉ ସମ୍ମାନ ଦେଉଛନ୍ତି, ଯେତେ ଭଲ ପାଇବା ମୋତେ ମିଳିଛି ବୋଧହୁଏ ଦୁନିଆରେ କୌଣସି ନେତାଙ୍କୁ ମିଳୁଥିବ । କିନ୍ତୁ କେବେ କେବେ ଲାଗିଥାଏ କି ଏହି ପିଢି ପରେ କ’ଣ ହେବ, ଯାହା ଏହି ପିଢି ମଧ୍ୟରେ ଯେଉଁ ଉତ୍ସାହ ଅଛି ତାହା ଆଗାମୀ ପିଢି ପାଖରେ ମଧ୍ୟ ଦେଖାଯିବ କ’ଣ ଏଥି ପାଇଁ ଭାରତ ସହିତ ଆପଣଙ୍କର ସମ୍ପର୍କର ସେତୁ ଅତୁଟ ରହିବା ବହୁତ ଜରୁରୀ ଅଟେ ।

ଆପଣଙ୍କ ନୂଆ ପିଢି ଭାରତ ସହ ଯୋଡ଼ି ହୋଇ ରହିବ ଏଥିପାଇଁ ଆପଣଙ୍କର ନିରନ୍ତର ପ୍ରୟାସ ହେବା ଆବଶ୍ୟକ । ଯେଉଁ ଯେଉଁ ରାଜ୍ୟରୁ ଆପଣ ଆସିଛନ୍ତି ପ୍ରତ୍ୟେକ ରାଜ୍ୟରେ ଏହି ଦିନମାନଙ୍କରେ ଆପଣଙ୍କ ସେଠାରେ ପ୍ରବାସୀ ଭାରତୀୟ ଲୋକଙ୍କ ପାଇଁ କୌଣସି ନା କୌଣସି ବିଭାଗ ପ୍ରତିଷ୍ଠା କରାଯାଉଛି । ଭାରତ ସରକାର ମଧ୍ୟ ଦିଲ୍ଲୀରେ ଏକ ବହୁତ ଭଲ ପ୍ରବାସୀ ଭାରତୀୟ ଭବନ ନିର୍ମାଣ କରିଛନ୍ତି ଏବଂ ମୁଁ ତ ଚାହିଁବି କି ଆପଣ ଯେବେ ମଧ୍ୟ ଭାରତ ଆସନ୍ତି ତ ନିଶ୍ଚୟ ତାକୁ ଦେଖନ୍ତୁ, ସେଥିରେ ରହିବାର ବ୍ୟବସ୍ଥା ମଧ୍ୟ ଅଛି, ସେହି ସବୁ ସୁବିଧା ଆପଣମାନଙ୍କ ପାଇଁ ଅଛି ।

ମୁଁ ସାର୍ବଜନିକ ଜୀବନରେ ରହିବା ସହିତ ବିଦେଶ ମନ୍ତ୍ରଣାଳୟ ଅର୍ଥାତ କୋଟ-ପେଁଟ-ଟାଇ ପିନ୍ଧିବା, ବଡ଼-ବଡ଼ ଲୋକଙ୍କ ସହିତ ହାତ ମିଳାଇବା ଦୁନିଆସାରା ଯାତ୍ରା କରିବା, ସାଧାରଣ ନାଗରିକଙ୍କ ପାଇଁ ବିଦେଶ ମନ୍ତ୍ରଣାଳୟର ସେହି ଛବି ଥିଲା । ତିନି ବର୍ଷରେ ଆପଣ ଦେଖିଥିବେ ଯେ ଭାରତର ବିଦେଶ ମନ୍ତ୍ରଣାଳୟ ମାନବିକତାର ଦୃଷ୍ଟିରେ ନୂତନ ଶିଖର ପ୍ରାପ୍ତ କରିଛି । 80,000ରୁ ଅଧିକ ହିନ୍ଦୁସ୍ଥାନୀ, ଦୁନିଆର କୌଣସି ଅନ୍ୟ ଦେଶରେ କୌଣସିଠାରେ ଅସୁବିଧାରେ ଫସିଗଲେ ସକ୍ରିୟ ହୋଇ ଭାରତ ସରକାର ତାଙ୍କୁ ସଠିକ୍ ଭାବେ ନେଇ ଆସିଲେ ଏବଂ ତାଙ୍କୁ ତାଙ୍କ ଘରକୁ ଫେରାଇ ନେଇ ଆସିଲେ । 80,000 ଏହା କୌଣସି ଛୋଟ ସଂଖ୍ୟା ନୁହେଁ ।

ଆଜକୁ 20 ବର୍ଷ ପୂର୍ବେ କୌଣସି ମଧ୍ୟ ଦେଶରେ ଆପଣ ଯେତେ ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ଜୀଉଁଥିଲେ, ଗତ 20 ବର୍ଷରେ ଯେଉଁ ପରିବର୍ତ୍ତନ ଆସିଛି, ପ୍ରତିକ୍ଷଣ ବିଦେଶରେ ରହୁଥିବା ଭାରତୀୟଙ୍କୁ ହେଉଛି, ସାଙ୍ଗ କିଛି ହେବ ନାହିଁ ତ, ଆଜି ତିନି ବର୍ଷ ହେଲା ତାଙ୍କୁ ଆରାମ ମିଳିଛି କିଛି ମଧ୍ୟ ହୋଇଯାଉ ଆମର ଦୂତାବାସ ଏଠାରେ ଅଛି । ଏବେ ଆପଣ ଦେଖିଥିବେ ଭାରତର ଗୋଟିଏ ଝିଅ ମାଲେସିଆକୁ ଯାଇଥିଲେ, ଜଣେ କାହାର ପରିଚୟରେ ଆସିଥିଲେ, ପୁଣି ସେଠାରୁ ପାକିସ୍ଥାନ ଚାଲିଗଲେ, ବହୁତ ସ୍ୱପ୍ନ ନେଇ ଯାଇଥିଲେ କିନ୍ତୁ ସେଠାରେ ତାଙ୍କର ଜୀବନ ନଷ୍ଟ ହୋଇଗଲା । ମୁସଲମାନ ଝିଅ ଥିଲେ ତାଙ୍କୁ ଲାଗିଲା ପାକିସ୍ଥାନ ଯିବି ତ ମୋ ଜୀବନରେ ବହୁତ ଖୁସି ଆସିବ । ଫସିଗଲେ ତେବେ ସେ ମନରେ ସ୍ଥିର କଲେ ଯେ ସୁଯୋଗ ଦେଖି ପାକିସ୍ଥାନ ଭିତରେ ଯେଉଁ ହିନ୍ଦୁସ୍ଥାନର ଦୂତାବାସ ରହିଛି ସେଠାରେ ପହଂଚି ଯିବି ତ ମୋ ଜୀବନ ସୁରକ୍ଷିତ ହୋଇଯିବ । ଆଉ ସେ କିଛି ମଧ୍ୟ କରି ଯେବେ ହିନ୍ଦୁସ୍ଥାନର ଦୂତାବାସରେ ପହଂଚିଲେ ତ ଆଜି ସେ ଭାରତ ଫେରି ଆସିଲେ ଏବଂ ଆମର ସୁଷମା ଜୀ ସ୍ୱୟଂ ତାଙ୍କୁ ଭେଟିଲେ ।

ମୁଁ ଯେବେ ଆଗରୁ ଏଠାକୁ ଆସିଥିଲି ତ ବିଦେଶରେ ରହୁଥିବା ଆମର ବନ୍ଧୁଙ୍କ ସହିତ ବସୁ ବସୁ ଆରମ୍ଭ ହୋଇଯାଥିଲା । ସାହେବ ବିମାନ ବନ୍ଦରରୁ ଓହ୍ଲାଇବା ପରେ ହିଁ ଟେକ୍ସିବାଲା, ସାହେବ ଓହ୍ଲାଇବା ପରେ ହିଁ କଷ୍ଟମ ବାଲା, ସାହେବ ଓହ୍ଲାଇବା ପରେ ହିଁ ଆବର୍ଜନା, ଏଇ ସବୁ ଶୁଣୁଥିଲୁ । ସାହେବ ଜଣା ନାହିଁ ମନ ହେଉ ନ ଥିଲା, ଏହା ଶୁଣୁ ଥିଲି । ଆଜି ମୋ ପାଇଁ ଖୁସିର କଥା, ବିଦେଶରୁ ଯେତିକି ଚିଠି ଆସୁଛି ସେଥିରେ ସର୍ବାଧିକ ଚିଠି ସେହି ଦେଶର ଦୂତାବାସରେ ଯେଉଁ ପରିବର୍ତ୍ତନ ଆସିଛି, ଯେଉଁ ଦୂତାବାସ ଯାହା ଲୋକମାନଙ୍କର ଅନୁକୂଳ କରାଯାଇଛି, ଭାରତୀୟ ମାନଙ୍କର ଯାହା ସେଠାରେ ଆବଶ୍ୟକ ହୋଇଥାଏ, ଯେଉଁ ପରିବେଶ ପରିବର୍ତ୍ତନ ହୋଇଛି, ତାହାର ପ୍ରଶଂସା କରି ଚିଠି ମତେ ମିଳିଛି । ଆମେ ନୀତି ଗୁଡିକରେ ବହୁତ ବଡ଼ ପରିବର୍ତ୍ତନ କରିଛୁ । ଏବେ ଆପଣଙ୍କୁ ଜଣାଥିବ ଆପଣ ଯେବେ ପାସପୋର୍ଟ ନେଇଥିବେ କେତେ ଅସୁବିଧା ମଧ୍ୟରେ ପାସପୋର୍ଟ ନେଇଥିବେ । ଆଜି ପ୍ରତ୍ୟେକ ପୋଷ୍ଟ ଅଫିସରେ ପାସପୋର୍ଟ କେନ୍ଦ୍ର ଖୋଲା ଯାଉଅଛି ଏବଂ ଯେଉଁ ପାସପୋର୍ଟ 6-6 ମାସରେ ମଧ୍ୟ ବଡ଼ ଅସୁବିଧାରେ ମିଳିଥିଲା ଆଜି ସେହି ପାସପୋର୍ଟ 15 ଦିନରେ ମିଳି ଯାଉଛି ।

ସାମାଜିକ ଗଣମାଧ୍ୟମ ଆଜିକାଲି ବହୁତ ବଡ଼ ଶକ୍ତି ରଖିଛି, ମୁଁ ମଧ୍ୟ ସାମାଜିକ ଗଣମାଧ୍ୟମ ସହିତ ବହୁତ ଯୋଡି ହୋଇଛି । ଆପଣମାନେ ମଧ୍ୟ ନରେନ୍ଦ୍ର ମୋଦୀ ଆପ ବାରମ୍ବାର ଦେଖୁଥିବେ, ଦେଖୁ ନ ଥିବେ ତ ଡାଉନଲୋଡ କରି ନିଅନ୍ତୁ । କିନ୍ତୁ ସାମାଜିକ ଗଣମାଧ୍ୟମରେ କୌଣସି ଗୋଟିଏ ବିଭାଗର ଶକ୍ତି କିପରି ବଢିଥାଏ ତାହା ଯଦି କେହି ଉତ୍ତମରୁ ଉତ୍ତମ କରି ଦେଖାଇଛି ତ ଆମର ବିଦେଶ ମନ୍ତ୍ରଣାଳୟ ଆଉ ଆମର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଜୀ କରି ଦେଖାଇଛନ୍ତି ।
ଭାରତରେ ପ୍ରତ୍ୟେକ ବ୍ୟକ୍ତି ଲେଖି ରଖି ଥାଆନ୍ତି ଯେଉଁ ବିଦେଶ ମନ୍ତ୍ରଣାଳୟ କୋଟ-ପେଁଟ-ଟାଇ ପର୍ଯ୍ୟନ୍ତ ସିମୀତ ଥିଲା ଆଜି ସେହି ବିଦେଶ ମନ୍ତ୍ରଣାଳୟ ହିନ୍ଦୁସ୍ଥାନର ଗରିବରୁ ଗରିବ ସହିତ ଯୋଡି ହୋଇ ଯାଇଛି ଆଉ ଏହା ପ୍ରଥମ ଥର ଦେଶରେ ହୋଇଛି । ବିଦେଶ ମନ୍ତ୍ରଣାଳୟ ରାତି ଦୁଇଟାରେ ମଧ୍ୟ କୌଣସି ପିଡୀତ ଦୁନିଆର କୌଣସି ଦେଶରୁ ଟ୍ୱିଟ କରୁଛନ୍ତି ତ, 15 ମିନିଟ ମଧ୍ୟରେ ସୁଷମା ଜୀଙ୍କ ଉତ୍ତର ଟ୍ୱିଟରରେ ଯାଇଥାଏ, 24 ଘଣ୍ଟାରେ ସରକାର କାର୍ଯ୍ୟନୁଷ୍ଠାନ ନେଇଥାନ୍ତି ଆଉ ପରିଣାମ ଆଣି ରହିଥାନ୍ତି । ଏହା ହେଉଛି ସୁ-ଶାସନ, ଲୋକଙ୍କ ଅନୁକୂଳ ସରକାର, ଏହା ହେଉଛି ମାନସିକତା ।

ତ ବନ୍ଧୁଗଣ ଆପଣମାନେ ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସଂପୂର୍ଣ୍ଣ କରିବା ପାଇଁ ଭରପୁର ପ୍ରୟାସ କରୁଛୁ । ତିନି ବର୍ଷ ମହତ୍ୱପୂର୍ଣ୍ଣ ରହିଲା ଆଉ ଆସୁଥିବା ପ୍ରତିକ୍ଷଣ ଦେଶକୁ ନୂତନ ଶିଖର ପର୍ଯ୍ୟନ୍ତ ନେଇଯିବା ପାଇଁ ଲାଗି ରହିବୁ । ଆପଣଙ୍କ ସମର୍ଥନ ଏବଂ ସହଯୋଗ ମିଳିଛି । ଆପଣ ଏତେ ବଡ଼ ସଂଖ୍ୟାରେ ଆସିଲେ, ମୁଁ ପୁଣି ଥରେ ଆପଣଙ୍କୁ କୃତଜ୍ଞତା ଜଣାଉଛି । ମତେ କୁହାଯାଇଛି କି ପରେ ଫଟୋ ସେସନ ହେବାର ଅଛି, ମୁଁ ନିଶ୍ଚୟ ଆପଣମାନଙ୍କ ମଧ୍ୟକୁ ଆସିବି, ସେ ପର୍ଯ୍ୟନ୍ତ ଆପଣ ସଜେଇ ହୁଅନ୍ତୁ । ମୁଁ ପୁଣି ଥରେ ଆପଣଙ୍କୁ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ ।

**********