ପିଏମଇଣ୍ଡିଆ
ଭାରତୀୟ ଖଣି ବ୍ୟୁରୋ (ଆଇବିଏମ)ର ପୁନର୍ଗଠନ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଯୁଗ୍ମ ସଚିବ ସ୍ତରୀୟ ଏବଂ ତଦୁର୍ଦ୍ଧ୍ଵ ପାହ୍ୟାର ପଦବୀ ସୃଷ୍ଟି, ଉଚ୍ଛେଦ ଏବଂ ପାହ୍ୟାବୃଦ୍ଧି ଜରିଆରେ ଏହି ପୁନର୍ଗଠନ କରାଯିବ । ତେବେ ଭାରତୀୟ ଖଣି ବ୍ୟୁରୋ ମୋଟ କ୍ୟାଡର କ୍ଷମତାକୁ ବର୍ତ୍ତମାନର 1477 ମଧ୍ୟରେ ରଖାଯାଇଛି ।
ପୁନର୍ଗଠନ ଫଳରେ ଆଇବିଏମ ପ୍ରଭାବୀ ଢଙ୍ଗରେ ନିଜର ଦାୟିତ୍ୱ ତୁଲାଇପାରିବ । ଯାହା ଖଣିଜ ଦ୍ରବ୍ୟର ନିୟନ୍ତ୍ରଣ ବ୍ୟବସ୍ଥାରେ ସଂସ୍କାର ଏବଂ ପରିବର୍ତ୍ତନ ଆଣିବାରେ ଏହା ସହାୟକ ହୋଇପାରିବ । ଖଣିଜ ଦ୍ରବ୍ୟ ନିୟନ୍ତ୍ରଣ ଏବଂ ବିକାଶରେ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ଆଇଟି ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ନିମନ୍ତେ ଏହା ଆଇବିଏମକୁ କ୍ଷମତା ପ୍ରଦାନ କରିବ । ଆହୁରି, ଏହା ସଂସ୍ଥାର ପରିଚାଳନାରେ ନିଷ୍ପତ୍ତି ନେବା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।
ପ୍ରଭାବ -ଏହି ପ୍ରସ୍ତାବ ଦ୍ୱାରା ବୈଷୟିକ ପେସାଦାରଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହିତ ସେମାନେ ଖଣିଜ କ୍ଷେତ୍ରରେ ଯୋଗଦାନ ଲାଗି ଉଚ୍ଚସ୍ତରୀୟ ଦାୟିତ୍ୱ ପାଇପାରିବେ । ସାମଗ୍ରୀକ ଭାବେ ଏହି କ୍ଷେତ୍ରରେ ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି ହେବ । ଆଇବିଏମର ଉନ୍ନତ ଏବଂ ପରବର୍ଦ୍ଧିତ ପ୍ରଦର୍ଶନ ଖଣି ଖନନ କ୍ଷେତ୍ରକୁ ଲାଭାନ୍ୱିତ କରିବ ।
ବିବରଣୀ :-ପାହ୍ୟାବୃଦ୍ଧି, ସୃଷ୍ଟି ଏବଂ ଉଚ୍ଛେଦ ହେବାକୁ ଥିବା ଆଇବିଏମର ଯୁଗ୍ମ ସଚିବସ୍ତରୀୟ ଏବଂ ତଦୁର୍ଦ୍ଧ୍ଵ ପାହ୍ୟାର କେତେକ ପଦବୀ ମଧ୍ୟରେ ରହିଛି : –
**********