ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତକାଲି ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହିତ ଏକ ଆଲୋଚନାଚକ୍ରରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଆସନ୍ତାକାଲି ପୂର୍ବାହ୍ଣ 9ଟା 30 ସମୟରେ, ଷ୍ଟାର୍ଟ-ଅପ ଏବଂ ଉଦ୍ଭାବନ ଦୁନିଆର ଯୁବତାରକାଙ୍କ ସହିତ ଏକ ଉତ୍ସାହୀ ଆଲୋଚନାରେ ଭାଗ ନେବି । ଷ୍ଟାର୍ଟ ଅପ୍ ଉଦ୍ୟୋଗୀ ଭାବେ ଉତ୍କର୍ଷ ହାସଲ କରିଥିବା ଯୁବ ଉଦ୍ଭାବକଙ୍କ କଥା ସିଧାସଳଖ ଶୁଣିବା ଲାଗି ଏହି ଆଲୋଚନାଚକ୍ର ଚମତ୍କାର ସୁଯୋଗ ପ୍ରଦାନ କରିବ ।
ଭାରତ ଷ୍ଟାର୍ଟ ଅପ୍ ଏବଂ ଉଦ୍ଭାବନ କେନ୍ଦ୍ରସ୍ଥଳ ଭାବେ ଉଭା ହୋଇଛି । ଭବିଷ୍ୟଦର୍ଶୀ ଏବଂ ଚିରାଚରିତ ଚିନ୍ତାଧାରାଠାରୁ ଉର୍ଦ୍ଧ୍ଵରେ ବିଚାର କରୁଥିବା ଯୋଗୁ ଭାରତୀୟ ଯୁବକତାରକାମାନେ ଉତ୍କର୍ଷ ହାସଲ କରିଛନ୍ତି । ଆସନ୍ତାକାଲିର ଆଲୋଚନାଚକ୍ରରେ ଅଗ୍ରଣୀ ଉଦ୍ଭାବନ କେନ୍ଦ୍ର ଏବଂ ଟିଙ୍କରିଂ ପ୍ରୟୋଗଶାଳାର ଯୁବତାରକାମାନେ ମଧ୍ୟ ଭାଗ ନେବେ ।
ମୁଁ ମୋର ଯୁବବନ୍ଧୁମାନଙ୍କୁ ଆସନ୍ତାକାଲିର ଆଲୋଚନାଚକ୍ରରେ ଭାଗ ନେବା ଲାଗି ଅନୁରୋଧ କରୁଛି । ଏହା ଶିଖିବା, ଆଗକୁ ବଢ଼ିବା ଏବଂ ପ୍ରେରିତ ହେବାର ଚମତ୍କାର ମାର୍ଗ । ଆପଣମାନେ ଏହି ଆଲୋଚନାଚକ୍ରରେ ‘ନରେନ୍ଦ୍ର ମୋଦୀ ମୋବାଇଲ ଆପ୍’ କିମ୍ବା @DDNewsLive ଜରିଆରେ ଯୋଡ଼ି ହୋଇପାରିବେ । ଯଦି ଆପଣଙ୍କ ନିକଟରେ କୌଣସି ବିଚାର କିମ୍ବା ପରାମର୍ଶ ରହିଛି, ଏହାକୁ ସୋସିଆଲ ମିଡିଆରେ ଶେୟାର କରନ୍ତୁ ।
**********
Tomorrow at 9:30 AM, I will take part in an exciting interaction with youngsters from the world of start-ups & innovation. The interaction offers a wonderful opportunity to hear directly from pioneering young innovators who have excelled as start-up entrepreneurs.
— Narendra Modi (@narendramodi) June 5, 2018
India has emerged a hub for start-ups and innovation. Indian youngsters have distinguished themselves due to their futuristic and out-of-the-box thinking. During tomorrow’s interaction youngsters from leading incubation centres and tinkering labs will be taking part as well.
— Narendra Modi (@narendramodi) June 5, 2018
I would particularly urge my young friends to join tomorrow’s interaction. It is a wonderful way to learn, grow & get inspired. You can join the interaction via the ‘Narendra Modi Mobile App’ or @DDNewsLive. If you have any idea or suggestion, do share it on social media.
— Narendra Modi (@narendramodi) June 5, 2018