ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଟ୍ୟୁନିସିଆ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି । ଏହି ବୁଝାମଣାପତ୍ର ନୂଆଦିଲ୍ଲୀ ଠାରେ 30-10-2017 ରେ ସ୍ୱାକ୍ଷରିତ ହୋଇଥିଲା ।
ଏହି ବୁଝାମଣାପତ୍ର 5 ବର୍ଷ ଲାଗି କାର୍ଯ୍ୟକାରୀ ହେବ । ଏଥିରେ ସହଯୋଗ ଲାଗି ନିମ୍ନଲିଖିତ କ୍ଷେତ୍ର ସାମିଲ କରାଯାଇଛି:-
-ଯୁବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ ।
-ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଗୋଷ୍ଠୀ ଲାଗି ନିମନ୍ତ୍ରଣର ଆଦାନପ୍ରଦାନ
-ମୂଦ୍ରିତ ସାମଗ୍ରୀ, ଫିଲ୍ମ, ଅଭିଜ୍ଞତା, ଗବେଷଣା ଏବଂ ଅନ୍ୟ ସୂଚନାର ଆଦାନପ୍ରଦାନ
-ଯୁବ ଶିବିର, ଯୁବ ଉତ୍ସବ ଏବଂ ଅନ୍ୟ ସହଯୋଗୀ ଯୁବ ଗତିବିଧି, ଅଧ୍ୟୟନ ଯାତ୍ରା, ଲଘୁ କର୍ମଶାଳା ଏବଂ ଯୁବ ବ୍ୟାପାରରେ ଆୟୋଜିତ ଗୋଷ୍ଠି ଆଦିରେ ଭାଗିଦାରୀ ।
***********