Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଯୋଗ୍ୟ ଭୋଟର ପଞ୍ଜୀକରଣ ସହ ଭୋଟଦାନ ଅଧିକାର ସାବ୍ୟସ୍ତ କରିବାକୁ ଜାତୀୟ ମତଦାତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ


 

ଗଣତନ୍ତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସମସ୍ତ ଯୋଗ୍ୟ ଭୋଟର ନିଜ ନିଜକୁ ପଞ୍ଜୀକୃତ କରିବା ସହ ମତଦାନ ଅଧିକାର ସାବ୍ୟସ୍ତ କରିବା ଲାଗି  ଜାତୀୟ ଭୋଟର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି ।

“ଜାତୀୟ ଭୋଟର ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ଏହି ଦିନ ପ୍ରତିଷ୍ଠା ହୋଇଥିବା ଭାରତୀୟ ନିର୍ବାଚନ କମିଶନକୁ ଅଭିନନ୍ଦନ ।

ସମସ୍ତ ଯୋଗ୍ୟ ଭୋଟର, ବିଶେଷ କରି ଯୁବବର୍ଗଙ୍କୁ, ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜକୁ ପଞ୍ଜୀକୃତ କରାନ୍ତୁ ଏବଂ ସେମାନଙ୍କ ଅଂଶଗ୍ରହଣ ମାଧ୍ୟମରେ ଗଣତନ୍ତ୍ରକୁ ମଜଭୁତ କରନ୍ତୁ । ଜଣେ ଭୋଟଦାତାଙ୍କ ଅନେକ ଶକ୍ତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

 

**********