Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରବି ନାଏକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ସରକାରଙ୍କ ମନ୍ତ୍ରୀ ଶ୍ରୀ ରବି ନାଏକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ, ଶ୍ରୀ ନାଏକଙ୍କୁ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଉତ୍ସର୍ଗୀକୃତ ଜନସେବକ ଭାବରେ ମନେ ରଖାଯିବ, ଯିଏ ଗୋଆର ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥିଲେ ସେ ଆହୁରିମଧ୍ୟ କହିଛନ୍ତି ଯେ, ଶ୍ରୀ ନାଏକ ଦଳିତ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ବିଶେଷ ଭାବରେ ସମର୍ପିତ ଥିଲେ

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

ଗୋଆ ସରକାରଙ୍କ ମନ୍ତ୍ରୀ ଶ୍ରୀ ରବି ନାଏକଙ୍କ ବିୟୋଗରେ ମୁଁ ଦୁଃଖିତ ତାଙ୍କୁ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଉତ୍ସର୍ଗୀକୃତ ଜନସେବକ ଭାବରେ ମନେ ରଖାଯିବ, ଯିଏ ଗୋଆର ବିକାଶ ପଥକୁ ସମୃଦ୍ଧ କରିଥିଲେ ସେ ଦଳିତ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ସର୍ବଦା ତତ୍ପର ଥିଲେ ଏହି ଦୁଃଖଦ ସମୟରେ ମୋର ସମବେଦନା ତାଙ୍କ ପରିବାର ଏବଂ ସମର୍ଥକମାନଙ୍କ ସହିତ ରହିଛି ଓମ୍ ଶାନ୍ତି !”

 

SR