Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଏବରେଲି ଏନଟିପିସି ପ୍ଳାଣ୍ଟରେ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ


ଉତ୍ତରପ୍ରଦେଶର ରାଏବରେଲିଠାରେ ଥିବା ଏନଟିପିସି ପ୍ଳାଣ୍ଟରେ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

“ରାଏବରେଲିଠାରେ ଏନଟିପିସି ପ୍ଳାଣ୍ଟରେ ଦୁର୍ଘଟଣାକୁ ନେଇ ମୁଁ ଗଭୀର ଭାବେ ମର୍ମାହତ । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ସହ ମୋର ସମବେଦନା ରହିଛି । ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ପଦାଧିକାରୀମାନେ ପ୍ରୟାସ କରୁଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।

******