Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଏ ବରେଲୀରେ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ରାଏ ବରେଲୀରେ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ରାଏ ବରେଲୀରେ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

ରାଏ ବରେଲୀରେ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ


ଉତ୍ତର ପ୍ରଦେଶର ରାଏ ବରେଲୀକୁ ଏକ ଦିବସୀୟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଯୋଜନାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବା ସହିତ ଆଉ କିଛି ଯୋଜନାର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଏ ବରେଲୀ ସ୍ଥିତ ଅତ୍ୟାଧୂନିକ ରେଳ ଡବା କାରଖାନା ଗସ୍ତ କରିଥିଲେ । ଏହି କାରଖାନାରେ ନିର୍ମିତ 900 ତମ କୋଚ ଏବଂ ଏକ ହମସଫର ରେକକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଯାତ୍ରା ଆରମ୍ଭ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକରେ ପାଖାପାଖି ଏକ ହଜାର କୋଟି ଟଙ୍କା ନିବେଶ କରାଯିବ ।

ସେ କହିଥିଲେ ଯେ ଅତ୍ୟାଧୂନିକ ରେଳଡବା କାରଖାନାରେ ଯୁବକମାନଙ୍କୁ ନିଯୁକ୍ତି ମିଳିବା ସହିତ ଏହା ରାଏ ବରେଲୀକୁ ବିଶ୍ୱସ୍ତରୀୟ ରେଳ ଡବା ନିର୍ମାଣ ହବ ଭାବେ ପ୍ରତିଷ୍ଠିତ କରାଇବ ।

ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ 1971 ମସିହାର ଆଜିର ଦିନରେ ଭାରତୀୟ ସେନାବାହିନୀ ଆତଙ୍କବାଦ, କ୍ରୁର ଏବଂ ବିଶୃଙ୍ଖଳତାର ପର୍ଯ୍ୟାୟ ପାଲଟିଥିବା ଶକ୍ତିଙ୍କୁ ପରାସ୍ତ କରିଥିଲେ । ସେ କହିଥିଲେ ଯେ ସରକାର ସେନାବାହିନୀକୁ ସୁଦୃଢ କରିବାକୁ ଚାହୁଁଥିବା ବେଳେ କିଛି ଶକ୍ତି ଚାହାଁନ୍ତି ଯେ ସେନାବାହିନୀ ଶକ୍ତିଶାଳୀ ନ ହେଉ । ଯେଉଁମାନେ ମିଛ ପ୍ରଚାରରେ ଲାଗିଛନ୍ତି ସେମାନେ ବାୟୁସେନା, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଏକ ବିଦେଶୀ ରାଷ୍ଟ୍ରକୁ ମଧ୍ୟ ଆକ୍ଷେପ କରିବାକୁ ପଛାଉନାହାଁନ୍ତି । ସେ କହିଲେ ଯେ ଏଭଳି ମିଛ ପ୍ରବଣତାକୁ କେବଳ ସତ୍ୟ ହିଁ ପରାଜିତ କରିପାରେ । ସେ ଆହୁରୀ ମଧ୍ୟ କହିଥିଲେ ଯେ ଦେଶର ସୁରକ୍ଷା ଏବଂ ସେନାବାହିନୀର ଆବଶ୍ୟକତା କଥା ଉଠିଲେ କେନ୍ଦ୍ର ସରକାର କେବଳ ଦେଶହିତ କଥା ହିଁ ଚିନ୍ତା କରିଥାନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର 22ଟି ଖାଦ୍ୟଶସ୍ୟର ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ବୃଦ୍ଧି କରିସାରିଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି କୃଷକଙ୍କୁ 60 ହଜାର କୋଟି ଟଙ୍କାର ଅତିରିକ୍ତ ଆୟ ଦେଇପାରିବ । ଅଦୃଷ୍ଟପୂର୍ବ କାରଣ ଯୋଗୁଁ ଯେଉଁ କୃଷକଙ୍କ ଫସଲ ନଷ୍ଟ ହୋଇଛି ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ‘ସବକା ସାଥ, ସବକା ବିକାଶ’ ନୀତି ଆଧାରରେ ସମସ୍ତଙ୍କ ବିକାଶ ପାଇଁ ପ୍ରତିଶୃତିବଦ୍ଧ ।

**********