Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜକୋଟ ଅଗ୍ନିକାଣ୍ଡରେ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶୋକ


ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡରେ ହୋଇଥିବା ଜୀବନହାନିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ରାଜକୋଟ ହସ୍ପିଟାଲ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ପାଇଁ ଗଭୀର ମର୍ମାହତ । ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛି । ଆହାତ ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରଶାସନ ସମସ୍ତ ସହାୟତା ସୁନିଶ୍ଚିତ କରୁଛି ।

**********