Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜକୋଟ ସାମାଜିକ ସଶକ୍ତିକରଣ ଶିବିରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ, ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବଣ୍ଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟରେ ସାମାଜିକ ସଶକ୍ତିକରଣ ଶିବିରରେ ଉଦ୍ବୋଧନ ଦେଇଥିଲେ ଏବଂ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ସହାୟକ ଉପକରଣ ବାଣ୍ଟିଥିଲେ ।

ଏହି ଅବସରରେ ସେ ଦୃଢ଼ତାପୂର୍ବକ କହିଥିଲେ ଯେ କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ।

ଦିବ୍ୟାଙ୍ଗ ଭାଇ ଏବଂ ଭଉଣୀମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ଅଭିନବୀକରଣ ଏବଂ ପ୍ରଯୁକ୍ତିର ଉପଯୋଗ ଲାଗି ଷ୍ଟାର୍ଟ-ଅପ୍ କ୍ଷେତ୍ରକୁ ଆହ୍ୱାନ ଜଣାଇଥିଲେ ।

ଏହି ଅବସରରେ ସେ କେନ୍ଦ୍ର ମନ୍ତ୍ରୀ ଡ. ଥାୱର ଚାନ୍ଦ ଗେହଲଟ୍ ଏବଂ ତାଙ୍କ ଟିମ୍ ର ଉଚ୍ଚପ୍ରଶଂସା କରିବା ସହିତ ଦିବ୍ୟାଙ୍ଗ ଭଉଣୀ ଓ ଭାଇଙ୍କ କଲ୍ୟାଣ ପାଇଁ ସେମାନ କରୁଥିବା କାର୍ଯ୍ୟ ଐତିହାସିକ ଏବଂ ପ୍ରଶଂସାଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

2022 ରେ ଦେଶ ସ୍ୱାଧୀନ ହେବାର 75 ବର୍ଷ ପୂର୍ତ୍ତୀ ବେଳକୁ ଯେପରି ଜଣେ ହେଲେ ଭାରତୀୟ ବାସହୀନ ନରହନ୍ତି ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ସବୁ ଗୃହରେ ମୌଳିକ ସୁବିଧା ସୁଯୋଗ ଯେପରି ରହିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ।

*******