ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।
ପ୍ରଧାନମନ୍ତ୍ରୀ ରାଜସ୍ଥାନର “ଡବଲ ଇଞ୍ଜିନ ସରକାର” ଦୁଇ ବର୍ଷର ଦ୍ରୁତ ପ୍ରଗତି ହାସଲ କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ। “ସରକାର ଲୋକଙ୍କ ସେବା ପାଇଁ ଯେଉଁ ବିକାଶ ପ୍ରତିଶ୍ରୁତି ନେଇ ଆସିଥିଲେ ତାହା ପୂରଣ କରୁଛନ୍ତି। ଏବଂ ଆଜି ଏହି ବିକାଶ ଅଭିଯାନକୁ ତ୍ୱରାନ୍ୱିତ କରିବାର ଦିନ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ।” ଆଜିର କାର୍ଯ୍ୟକ୍ରମରେ ରାସ୍ତା, ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୧୭,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଯାହା ରାଜସ୍ଥାନର ଲୋକଙ୍କ ସୁବିଧା ବୃଦ୍ଧି କରିବ ଏବଂ ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଶ୍ରୀ ମୋଦୀ ଆଜି ୨୧,୦୦୦ ରୁ ଅଧିକ ନୂତନ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଏହା ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ଯୁବପିଢ଼ିଙ୍କ ପାଇଁ ଏକ ନୂତନ ଯୁଗକୁ ସ୍ୱାଗତ କରାଯାଇଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ଆଜମେରରୁ ଦେଶବ୍ୟାପୀ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହାକୁ ଭାରତର “ନାରୀ ଶକ୍ତି“କୁ ସୁଦୃଢ଼ କରିବା ଏବଂ ମା‘ ଏବଂ ଝିଅମାନଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। “ଆମେ ସମସ୍ତେ ଜାଣିଛେ, ଯେତେବେଳେ ଜଣେ ମା‘ ଅସୁସ୍ଥ ହୁଅନ୍ତି, ପରିବାର ଭାଙ୍ଗି ପଡ଼ିଥାଏ। ଯଦି ମା‘ ସୁସ୍ଥ ଥାଆନ୍ତି, ତେବେ ପରିବାର ପ୍ରତ୍ୟେକ ଆହ୍ଵାନର ସମ୍ମୁଖୀନ ହୋଇପାରେ। ଏହି ଭାବନା ଆଧାରରେ, ସରକାର ମହିଳାମାନଙ୍କୁ ସମର୍ଥନ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି’ ବୋଲି ଶ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରତି ସରକାରଙ୍କ ସମ୍ବେଦନଶୀଳ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥଲେ। ଶୌଚାଳୟ, ସାନିଟାରୀ ପ୍ୟାଡ୍ ଏବଂ ଉଜ୍ଜ୍ୱଳା ଗ୍ୟାସ ଯୋଜନା ପାଇଁ “ମିଶନ ମୋଡ୍” ସମାଧାନର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ କହିଥିଲେ। ସୁରକ୍ଷିତ ମାତୃତ୍ୱ ଯୋଜନା, ଯାହା ମାଧ୍ୟମରେ ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ଭଉଣୀମାନଙ୍କ ଆକାଉଣ୍ଟରେ ୫,୦୦୦ ଟଙ୍କା ଜମା କରାଯାଉଛି, ଯାହା ଅବହେଳାର ସଂସ୍କୃତିରୁ ସମ୍ବେଦନଶୀଳତା ଆଡ଼କୁ ଗତି କରେ, ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଭିତ୍ତିଭୂମି ଉପରେ ଗୁରୁତ୍ଵ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାସ୍ତା, ରେଳ ଏବଂ ଆକାଶପଥ ମାଧ୍ୟମରେ ଆଧୁନିକ ସଂଯୋଗୀକରଣ ରାଜସ୍ଥାନର ଭାଗ୍ୟ ପରିବର୍ତ୍ତନ କରୁଛି। ଉନ୍ନତ ଯାତ୍ରା ଆଜମେର – ପୁଷ୍କର ଭଳି ସ୍ଥାନରେ ପର୍ଯ୍ୟଟନକୁ ସୁଗମ କରିଥାଏ, ଯାହା ସ୍ଥାନୀୟ ବ୍ୟବସାୟ, କାରିଗର ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସିଧାସଳଖ ସମର୍ଥନ କରିଥାଏ। “ଦିଲ୍ଲୀ – ମୁମ୍ବାଇ ଶିଳ୍ପ କରିଡର ପାଖରେ ନିର୍ମିତ ଭିତ୍ତିଭୂମି ରାଜସ୍ଥାନକୁ ବିଶ୍ୱ ନିବେଶ ପାଇଁ “ସୁଯୋଗର ଭୂମି” ରେ ପରିଣତ କରୁଛି।
ଭାରତର ବୃଦ୍ଧି ପାଉଥିବା ବିଶ୍ୱ ପ୍ରତିଷ୍ଠା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସମ୍ପ୍ରତି ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱର ସର୍ବବୃହତ ଏଆଇ ଶିଖର ସମ୍ମିଳନୀ ଏବଂ ଇସ୍ରାଏଲ ଗସ୍ତ ବିଷୟରେ କହିଥିଲେ। ସେଠାରେ ଭାରତର ପ୍ରଗତି ଏବଂ ବୀରତ୍ୱକୁ ପ୍ରଶଂସା କରାଯାଇଥିଲା। “ବିଶ୍ୱର ଅନେକ ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ; ବଡ଼ ବଡ଼ କମ୍ପାନୀର ମୁଖ୍ୟ ଆସିଥିଲେ, ସମସ୍ତେ ଖୋଲା ମନରେ ଭାରତକୁ ପ୍ରଶଂସା କରିଥିଲେ”।
ଗତ ୧୧ ବର୍ଷ ମଧ୍ୟରେ, ଭାରତର ସଶସ୍ତ୍ର ବାହିନୀର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, ” ଭାରତୀୟ ସେନା ପ୍ରତ୍ୟେକ କ୍ଷେତ୍ରରେ ଆତଙ୍କବାଦୀ ଏବଂ ଦେଶର ଶତ୍ରୁମାନଙ୍କୁ କଠୋର ଆଘାତ ଦେଇଛି । ଆମର ସେନା ପ୍ରତ୍ୟେକ ମିଶନରେ, ପ୍ରତ୍ୟେକ ମୋର୍ଚ୍ଚାରେ ବିଜୟୀ ହୋଇଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୂର ପର୍ଯ୍ୟନ୍ତ , ସେମାନେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି”।
କୃଷକମାନଙ୍କ ଦୀର୍ଘକାଳୀନ ଅଭିଯୋଗର ସମାଧାନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନର ସରକାର ଇଆରସିପି ପ୍ରକଳ୍ପକୁ କ୍ରିୟାଶୀଳ କରିବା ପାଇଁ ପ୍ରତିବଦ୍ଧ। ପରିବର୍ତ୍ତିତ ‘ପାର୍ବତୀ- କାଳିସିନ୍ଧ -ଚମ୍ବଲ’ ଏବଂ ‘ଯମୁନା – ରାଜସ୍ଥାନ’ ସଂଯୋଗ ପ୍ରକଳ୍ପ ସମେତ ନଦୀଗୁଡ଼ିକୁ ପରସ୍ପର ସଂଯୋଗୀକରଣ ଅଭିଯାନ ଝାଲାୱାର, ବାରନ, କୋଟା ଏବଂ ବୁନ୍ଦି ଅଞ୍ଚଳର ଚାଷୀମାନଙ୍କୁ ନିଶ୍ଚିତ ଏବଂ ମହତ୍ଵପୂର୍ଣ୍ଣ ଲାଭ ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ସୂର୍ଯ୍ୟରୁ ସମୃଦ୍ଧି ଅର୍ଜନ କରିବା ନେଇ ରାଜସ୍ଥାନର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ, ସରକାର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ୭୮,୦୦୦ ଟଙ୍କା ସହାୟତା ପ୍ରଦାନ କରୁଛନ୍ତି। ରାଜସ୍ଥାନରେ ୧.୨୫ ଲକ୍ଷରୁ ଅଧିକ ପରିବାର ଏଥିରେ ପୂର୍ବରୁ ସାମିଲ ହୋଇସାରିଥିବାରୁ, ଅନେକ ପରିବାରର ବିଦ୍ୟୁତ୍ ବିଲ୍ ପ୍ରାୟ ଶୂନ୍ୟକୁ ହ୍ରାସ ପାଇଛି। ଶ୍ରୀ ମୋଦୀ “ବିକଶିତ ରାଜସ୍ଥାନରୁ ବିକଶିତ ଭାରତ” ମନ୍ତ୍ରକୁ ଦୋହରାଇ ଶେଷରେ ରାଜ୍ୟର ପ୍ରତ୍ୟେକ ପରିବାର ପାଇଁ ଏକ ସମୃଦ୍ଧ ଜୀବନର କଳ୍ପନା କରିଥିଲେ।
***
SSP
हमारी सरकार सर्वांगीण विकास के लिए संकल्पबद्ध है। इसी कड़ी में आज अजमेर से राष्ट्रव्यापी एचपीवी टीकाकरण अभियान की शुरुआत के साथ कई परियोजनाओं के उद्घाटन-शिलान्यास और युवाओं को नियुक्ति पत्रों के वितरण का सौभाग्य मिला है। https://t.co/sEmzvIlWid
— Narendra Modi (@narendramodi) February 28, 2026
अजमेर से HPV vaccination अभियान शुरू हुआ है।
— PMO India (@PMOIndia) February 28, 2026
ये अभियान देश की नारीशक्ति को सशक्त करने की दिशा में अहम कदम है: PM @narendramodi
डबल इंजन सरकार राजस्थान की विरासत और विकास दोनों को साथ लेकर चल रही है: PM @narendramodi in Ajmer
— PMO India (@PMOIndia) February 28, 2026
हमारी सरकार ने नदियों को जोड़ने का जो अभियान शुरु किया है... उसका बहुत अधिक फायदा राजस्थान को मिलना तय है: PM @narendramodi
— PMO India (@PMOIndia) February 28, 2026
राजस्थान में धूप की कोई कमी नहीं। अब यही धूप सामान्य मानवी के घर की बचत और कमाई का साधन बन रही है।
— PMO India (@PMOIndia) February 28, 2026
और इसमें बहुत बड़ी भूमिका है... प्रधानमंत्री सूर्यघर मुफ्त बिजली योजना की।
इस योजना में राजस्थान का भाग्य बदलने की ताकत है: PM @narendramodi