Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜସ୍ଥାନର ଝୁନଝୁନୁଠାରେ ଜାତୀୟ ପୁଷ୍ଟିସାଧନ ମିଶନ ଓ ସମ୍ପ୍ରସାରିତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜସ୍ଥାନର ଝୁନଝୁନୁଠାରେ ଆଜି ଜାତୀୟ ପୁଷ୍ଟିସାଧନ ମିଶନର ଶୁଭାରମ୍ଭ କରିଛନ୍ତି । ଏଥିସହିତ ସେ ସମ୍ପ୍ରସାରିତ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ଶୁଭାରମ୍ଭ ମଧ୍ୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିଳାଷୀ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି । ସେ ମଧ୍ୟ କାର୍ଯ୍ୟକ୍ରମର ହିତାଧିକାରୀ ମା’ ଓ ବାଳିକାମାନଙ୍କ ସହିତ ମତ ବିନିମୟ କରିଛନ୍ତି ।

ସେ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନର ସଫଳତା ଲାଗି ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ କହିଥିଲେ ଯେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ ଏବଂ ଆଉ ଏକ ଯୋଜନାର ସମ୍ପ୍ରସାରଣ ଲାଗି ରାଜସ୍ଥାନକୁ ପ୍ରଧାନମନ୍ତ୍ରୀ ଚୟନ କରିଥିବାରୁ ସେ ଆନନ୍ଦିତ । ମହିଳା ସଶକ୍ତିକରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ରାଜସ୍ଥାନ ସବୁବେଳେ ସମର୍ଥନ ଯୋଗାଇଦେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ବିପୁଳ ସଂଖ୍ୟାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରଯୁକ୍ତି କୌଶଳ ଜରିଆରେ ସାରା ଦେଶ ଆଜି ଝୁନଝୁନୁ ସହିତ ଯୋଡ଼ି ହୋଇଯାଇଛି । ସେ ବେଟୀ ବଚାଓ, ବେଟୀ ପଢ଼ାଓ ଅଭିଯାନ ତ୍ୱରାନ୍ୱିତ କରିବା ଲାଗି ଝୁନଝୁନୁ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଇଥିବା କାର୍ଯ୍ୟଗୁଡ଼ିକର ପ୍ରଶଂସା କରିଥିଲେ । ଲିଙ୍ଗଗତ ଭେଦଭାବକୁ କେବେହେଲେ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଥିଲେ ।

ପୁଅମାନଙ୍କ ଭଳି ଝିଅମାନେ ମଧ୍ୟ ଉନ୍ନତମାନର ଶିକ୍ଷା ଲାଭ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଝିଅମାନେ ବୋଝ ନୁହନ୍ତି ବୋଲି ସେ ଜୋର ଦେଇ କହିବା ସହ ବାଳିକାମାନେ ଦେଶପାଇଁ ଗୌରବ ଆଣିବା ସହିତ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ମିଶନ ଇନ୍ଦ୍ରଧନୁଷ ମହିଳା ଓ ଶିଶୁମାନଙ୍କ ଜୀବନରେ ବ୍ୟାପକ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ।

**********