Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ବିଜେତାମାନଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ

ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ବିଜେତାମାନଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ

ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ବିଜେତାମାନଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ

ରାଜ୍ୟଗୋଷ୍ଠୀ କ୍ରୀଡାର ପଦକ ବିଜେତାମାନଙ୍କୁ ଭେଟୁଛନ୍ତି ପ୍ରଧାନମନ୍ତ୍ରୀ


ନିକଟରେ ଉଦଯାପିତ ହୋଇଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାର ପଦକ ବିଜେତାମାନେ ଆଜି ଲୋକ କଲ୍ୟାଣ ମାର୍ଗଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ସମସ୍ତ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ଏବଂ ଯେଉଁମାନେ ଉତ୍ତମ କ୍ରୀଡା କୌଶଳ ପ୍ରଦର୍ଶନ ସତ୍ତ୍ୱେ ପଦକ ଜିତିପାରିନାହାନ୍ତି ସେମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରର ଉପଲବ୍ଧୀ ପ୍ରତ୍ୟେକଙ୍କୁ ଅନୁପ୍ରାଣିତ କରିଥାଏ । ସେ ପଦକ ବିଜେତାମାନଙ୍କୁ କହିଥିଲେ ଯେ ସେମାନଙ୍କ ସଫଳତା ଭାରତର ସମ୍ମାନ ବୃଦ୍ଧି କରିଛି । ସେ କହିଥିଲେ ଯେ ବିଶ୍ୱ କ୍ରୀଡ଼ା ମଂଚରେ ଯେତେବେଳେ ଜଣେ ଭାରତୀୟ କ୍ରୀଡ଼ାବିତ ବିଜୟ ହାସଲ କରିଥାନ୍ତି, ଭାରତୀୟ ପତାକା ଉଚ୍ଚକୁ ଉଠିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଜଣେ କ୍ରୀଡ଼ାବିତଙ୍କ ଜୀବନ ବହୁ ଦଶନ୍ଧି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରୁଛି । ଏହି ପରିପ୍ରେକ୍ଷୀରେ, ସେ ମେରିକମଙ୍କ ଉଦାହରଣ ଦେଇଥିଲେ, ଯିଏ କି ଜଣେ ସାଂସଦ ହୋଇ ସୁଦ୍ଧା ସ୍ୱର୍ଣ୍ଣ ପଦକ ହାସଲ କରିପାରୁଛନ୍ତି । ସେ ମଧ୍ୟ ପୁଲେଲା ଗୋପିଚାନ୍ଦଙ୍କ ବିଷୟରେ ଉଲ୍ଲେଖ କରିଥିଲେ, ଯିଏ କି ଖେଳାଳୀ ଭାବେ ବିପୁଳ ସଫଳତା ହାସଲ କରିବା ପରେ ବହୁ ଖେଳାଳିଙ୍କୁ ପରାମର୍ଶ ଏବଂ ପ୍ରଶିକ୍ଷଣ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତିଭା ବ୍ୟତୀତ ତାଲିମ, ଏକାଗ୍ରଚିତ୍ତ ଏବଂ କଠିନ ପରିଶ୍ରମ ତଥା ମାନସିକ ଦୃଢ଼ତା ଆଜିର ଜଣେ କ୍ରୀଡ଼ାବିତ ପାଇଁ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ, ଯୋଗର ଲାଭ ବିଷୟରେ ସେ କହିଥିଲେ ।

ପିଲାବେଳୁ ସେମାନଙ୍କୁ ଶିକ୍ଷା ଦେଇଥିବା ଗୁରୁ, ପ୍ରଶିକ୍ଷକ ଏବଂ ପରାମର୍ଶଦାତାମାନଙ୍କୁ ମନେ ରଖିବା ଏବଂ ସେମାନଙ୍କ ସହିତ ଯୋଗାଯୋଗରେ ରହିବା ଲାଗି କ୍ରୀଡ଼ାବିତମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ କେନ୍ଦ୍ର ଯୁବବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂ ରାଠୋର ଉପସ୍ଥିତ ଥିଲେ ।

**********