Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଭାରୋତ୍ତୋଳନକାରୀମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି, “ସ୍ୱର୍ଣ୍ଣ ପଦକ ବିଜୟୀ ରାଗାଲା ଭେଙ୍କଟ ରାହୁଲଙ୍କ ପାଇଁ ଗର୍ବିତ । ମୁଁ ନିଶ୍ଚିତ ଯେ ଆମ ଭାରୋତ୍ତୋଳନକାରୀମାନଙ୍କ ଅଭୂତପୂର୍ବ ସଫଳତା ଅଧିକ ଯୁବବର୍ଗଙ୍କୁ ଭାରୋତ୍ତୋଳନ କ୍ରିଡା ପ୍ରତି ଆକର୍ଷିତ କରିବ ।

ମହିଳା ଭାରୋତ୍ତୋଳନର 69 କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ପୁନମ ଯାଦବଙ୍କୁ ଭାରତ ଅଭିନନ୍ଦନ ଜଣାଉଛି । ଭାରୋତ୍ତୋଳନ ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ପ୍ରକୃତରେ ପ୍ରଶଂସନୀୟ ।”

ବନ୍ଧୁକଚାଳନାକାରୀମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “2018 ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆମ ବନ୍ଧୁକଚାଳନାକାରୀମାନେ ସେମାନଙ୍କ ପାଇଁ ବିଶେଷ ପରିଚୟ ସୃଷ୍ଟି କରିଛନ୍ତି । ମନୁ ଭାକର ତାଙ୍କ ଚମତ୍କାର ଫର୍ମ ବଜାୟ ରଖିଛନ୍ତି ଏବଂ ମହିଳା 10 ମିଟର ଏୟାର ପିସ୍ତଲ ବର୍ଗରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ତାଙ୍କୁ ଅଶେଷ ଅଭିନନ୍ଦନ ।

ମହିଳା 10ମିଟର ଏୟାର ପିସ୍ତଲ ବର୍ଗରେ ହୀନା ସିଦ୍ଧୁ ରୌପ୍ୟ ପଦକ ବିଜୟୀ ହୋଇଥିବାରୁ ମୁଁ ଆନନ୍ଦିତ । ତାଙ୍କୁ ଅଭିନନ୍ଦନ ଏବଂ ଭବିଷ୍ୟତ ପାଇଁ ଶୁଭକାମନା ।

ପୁରୁଷ 10ମିଟର ଏୟାର ରାଇଫଲ ବର୍ଗରେ ପ୍ରତିବଦ୍ଧ ସୁଟର ରବି କୁମାର ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ପ୍ରତ୍ୟେକ ଭାରତୀୟ ତାଙ୍କ ସଫଳତାକୁ ନେଇ ଗର୍ବିତ । ଏହି ଯୁବ ବନ୍ଧୁକଚାଳନାକାରୀ ଜଣକ କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ଯୋଗଦାନ କରିଛନ୍ତି ” ।

 

**********