Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-2018ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-2018ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-2018ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ


  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା- 2018 ର ଟେବୁଲ ଟେନିସ୍ ପଦକ ବିଜେତାଙ୍କ ସହ ଭାବ ବିନିମୟ କରିଛନ୍ତି । ଏହି କ୍ରୀଡ଼ାବିତମାନେ ଆଜି ପ୍ରଧାନମନ୍ତ୍ରୀଙ୍କୁ  ନୂଆଦିଲ୍ଲୀର ସଂସଦ ଭବନ ଠାରେ ସାକ୍ଷାତ କରିଥିଲେ ।

ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେମାନଙ୍କର ଉଲ୍ଲେଖନୀୟ କ୍ରୀଡା ପ୍ରଦର୍ଶନ ଭାରତକୁ ବିଶ୍ୱ ସ୍ତରରେ ପହଞ୍ଚାଇଛି । ସେମାନଙ୍କ ଲାଗି ସମଗ୍ର ଦେଶ ଗର୍ବ ଓ ଗୌରବ ଅନୁଭବ କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ କ୍ରୀଡ଼ା ପ୍ରତିଭାମାନେ ଛୋଟ ଛୋଟ ଟାଉନରେ ରହିଛନ୍ତି । ଏକଥା ସଭିଏଁ ସ୍ୱୀକାର କରିବେ । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ସେମାନେ କିଭଳି ଉତ୍ତମ ଓ ଗୁଣାତ୍ମକ ତାଲିମ ପାଇପାରିବେ ତାହା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)  କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଉପସ୍ଥିତ ଥିଲେ ।

 

**********